କେନ୍ଦ୍ରାଞ୍ଚଳ ଅବକାରୀ ବିଭାଗର ଚଢ଼ାଉ,ବାଇକ ସହ ଦେଶୀମଦ ଜବତ, ଜଣେ ଗିରଫ
ସୋର : କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ, କଟକ, ୟୁନିଟ -୨ ତରଫରୁ ଆଜି ସନ୍ଧ୍ୟାରେ ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ନାୟକବନ୍ଧ ଛକ ନିକଟରେ ଚଢ଼ାଉ କରାଯାଇ ଏକ ବାଇକ ସହ ଦେଶୀମଦ ଜବତ କରିଥିବା ବେଳେ ଜଣକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗର ଡେପୁଟି କମିଶନର ରଜତ ପ୍ରହରାଜଙ୍କ ନିର୍ଦେଶ କ୍ରମେ ଡେପୁଟି ସୁପରିଟେଣ୍ଡେଣ୍ଟ ପ୍ରତାପଚନ୍ଦ୍ର ଦାସ ଙ୍କ ତତ୍ୱାବଧାନରେ ଆଇଆଇସି ସତ୍ୟଜିତ ଖଟୁଆଙ୍କ ନେତୃତ୍ୱରେ ଏକ ଟିମ ଏହି ଛକ ନିକଟରେ ପେଟ୍ରୋଲିଂ କରୁଥିଲେ। ଏହି ସମୟରେ ପୁରୁଣା ବାଲେଶ୍ୱରରୁ ଭଦ୍ରକ ଅଭିମୁଖେ ଆସୁଥିବା ଓଡ଼ି ୦୧ କ୍ୟୁ ୨୧୩୬ ନମ୍ବର ବିଶିଷ୍ଟ ହିରୋ ଏକ୍ସଟ୍ରିମ ବାଇକକୁ ଅଟକାଇ ଯାଞ୍ଚ କରିଥିଲେ। ଯାଞ୍ଚ ପରେ ସେଥିରେ ୬୦ ଲିଟର ଦେଶୀମଦ ଚାଲାଣ ହେଉଥିବା ଏହି ଟିମ ଜାଣିବାକୁ ପାଇଥିଲେ। ଫଳରେ ବାଇକ ସହ ମଦକୁ ଜବତ କରି ବାଲେଶ୍ୱର ସାହାଦା ଗ୍ରାମର ରାକେଶ ଜେନା କୁ ଗିରଫ କରି ସନ୍ଧ୍ୟାରେ ଡାକ୍ତରୀମାଇନା ପରେ କୋର୍ଟ ଚାଲାଣ କରାଯାଇଛି। ଏହି ଚଢ଼ାଉରେ ଏଏସଆଇ ଆଲୋକ ପ୍ରଧାନ,ରମେଶ ଚନ୍ଦ୍ର ବାରିକ, କିଶୋର ରାଉତ ଓ କନେଷ୍ଟବଳ ରାଜେଶ କିଷାନ, ବସନ୍ତ ମଲ୍ଲିକ,ସୁମିତ୍ରା ସାମଲ,ମାନସ ରଞ୍ଜନ ବେହେରା,ଧବୀର ପଟ୍ଟନାୟକ ଓ ଜଗନ୍ନାଥ ନାୟକ ପ୍ରମୁଖ ସାମିଲ ହୋଇଥିଲେ।