ଗୀତରେ ଗୀତରେ ମାଣ୍ଡିଆକୁ ଗୁରୁତ୍ୱ, କୃଷି ବିଭାଗ ଓ ରିକି କେଜଙ୍କୁ ଧନ୍ୟବାଦ ଦେଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ମାଣ୍ଡିଆ ଚାଷକୁ ପ୍ରୋତ୍ସାହନ ଦେବା ପାଇଁ ଓଡ଼ିଶା ସରକାର କାର୍ଯ୍ୟକାରୀ କରୁଛନ୍ତି ଓଡିଶା ମିଲେଟ ମିଶନ । ସବୁ ପ୍ରକାର ଜଳବାୟୁରେ ହୋଇପାରୁଥିବା ପୁଷ୍ଟିକର ମାଣ୍ଡିଆ ଚାଷକୁ ଲୋକପ୍ରିୟ କରିବା ପାଇଁ ଏକ ସୁନ୍ଦର ଗୀତ ପ୍ରସ୍ତୁତ କରାଯାଇଛି । କୃଷି ବିଭାଗ ଓ ଗ୍ରାମି ପୁରସ୍କାର ବିଜେତା ରିକି କେଜ୍ ମିଳିତ ଭାବେ ଏହି ଗୀତ ପ୍ରସ୍ତୁତ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଭିଡିଓ ଗୀତକୁ ଟୁଇଟରରେ ପୋଷ୍ଟ କରି କୃଷି ବିଭାଗ ଓ ରିକି କେଜଙ୍କୁ ଧନ୍ୟବାଦ ଦେଇଛନ୍ତି।
#OdishaMilletMission is a pioneering initiative to bring back climate resilient grain in our fields & plates. Thank #GrammyAward winner & composer-producer Mr. @rickykej & @krushibibhag for the beautiful song on #Mandia to popularize the planet friendly, nutritious millet. @FAO pic.twitter.com/eSv8uXWMkJ
— Naveen Patnaik (@Naveen_Odisha) March 1, 2023
ଲୋକଙ୍କ ମଧ୍ୟରେ ମାଣ୍ଡିଆକୁ ନେଇ ସଚେତନତା ଆଉ ଲୋକପ୍ରିୟତା ବୃଦ୍ଧି ପାଇଁ ‘ମାଣ୍ଡିଆ’ ଗୀତ ପ୍ରସ୍ତୁତ ହୋଇଛି । ଗ୍ରାମୀ ଆୱାର୍ଡ ବିଜେତା ରିକି କେଜ ଏବଂ କୃଷି ବିଭାଗ ମିଳିତ ଭାବେ ଏହି ଗୀତ ପ୍ରସ୍ତୁତ କରିଛନ୍ତି । ସେଥିପାଇଁ ଓଡ଼ିଶାର ‘ମାଣ୍ଡିଆ’ ସଂପର୍କିତ ଥିମ୍ ଗୀତକୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସଙ୍ଗୀତ ନିର୍ଦ୍ଦେଶକ ରିକି କେଜ୍ଙ୍କୁ ଧନ୍ୟବାଦ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ କୃଷି ବିଭାଗକୁ ବି ଧନ୍ୟବାଦ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । କୃଷି ବିଭାଗ ପକ୍ଷରୁ ପ୍ରସ୍ତୁତ ହୋଇଛି ଏହି ଗୀତ । ସୂଚନା ଥାଉକି, ବିଶ୍ୱରେ ଲୋକପ୍ରିୟ ଓଡ଼ିଶାର ଖାଦ୍ୟ ମାଣ୍ଡିଆ ।