ହୋଲିକା ଦହନର ଦିନକୁ ପୂର୍ବରୁ ଶନି କୁମ୍ଭ ରାଶିରେ ପ୍ରବେଶ କରିବେ! ଚମକିବ ଏହି ୪ ରାଶିର ବ୍ୟକ୍ତିଙ୍କ ଭାଗ୍ୟ
ଆସୁଛି ରଙ୍ଗ ଓ ଭାଇଚାରର ପର୍ବ ହୋଲି । ସମସ୍ତ ମାନ ଆଭିମାନ ଭୁଲି ବସନ୍ତ ଋତୁର ଏହି ରଙ୍ଗ ଖେଳକୁ ସମସ୍ତ ଉପଭୋଗ କରିଥାଆନ୍ତି । ଚଳିତ ବର୍ଷ ମାର୍ଚ୍ଚ ୮ତାରିଖରେ ପଡୁଛି ହୋଲି । ତେବେ ଚଳିତ ବର୍ଷର ଏହି ହୋଲି କେତେକ ରାଶିର ଲୋକଙ୍କ ପାଇଁ ଶୁଭ ଫଳ ନେଇ ଆସିବ । ହୋଲିକା ଦହନର ଦିନକୁ ପୂର୍ବରୁ ଶନି କୁମ୍ଭ ରାଶିରେ ପ୍ରବେଶ କରିବେ । ତେବେ ଆସନ୍ତୁ ଜାଣିବା ଶନିଦେବଙ୍କ କୃପାରେ କେଉଁ ୪ ରାଶିର ଲୋକଙ୍କ ହେବ ଭାଗ୍ୟ ଉଦୟ ।
କୁମ୍ଭ ରାଶି (Aquarius) :
ହୋଲିରେ ଶନିଦେବ କୁମ୍ଭ ରାଶିରେ ପ୍ରବେଶ କରିବା ଫଳରେ ଏହି ରାଶିର ବ୍ୟକ୍ତିଙ୍କୁ ଆର୍ଥିକ କ୍ଷେତ୍ରରେ ବେଶ ଲାଭ ମିଳିବ। ବିନିଯୋଗ ପାଇଁ ଏହି ସମୟ ଅନୁକୂଳ ଅଟେ । ଯୋଜନା ଅନୁଯାୟୀ ବିନିଯୋଗ କରିବା ଦ୍ବାରା ଦୀର୍ଘକାଳୀନ ଲାଭ ମିଳିବ । ଆର୍ଥିକ ସ୍ଥିତି ମଜଭୁତ ହେବ । ଭାବିଚିନ୍ତି ଅର୍ଥ ବିନିମୟ କରନ୍ତୁ । କାର୍ଯ୍ୟକୁ ନେଇ କାହା ଉପରେ ସଂପୂର୍ଣ୍ଣ ବିଶ୍ବାସ କରିବାଠାରୁ ଦୂରେଇ ରୁହନ୍ତୁ । ପରିବାର ଓ ବନ୍ଧୁ ବାନ୍ଧିବଙ୍କ ସାଥ ଆପଣଙ୍କ ଆମବିଶ୍ବାସ ବୃଦ୍ଧି କରିବ ।
ସିଂହ ରାଶି (Leo) :
ଆର୍ଥିକ ମାମଲାରେ ଉନ୍ନତି ହେବାସହ ବିଭିନ୍ନ ସ୍ଥାନରୁ ଧନପ୍ରାପ୍ତି ହେବ । ଧାର ଦେଇଥିବା ଟଙ୍କା ଫେରିପାଇବେ । କର୍ମକ୍ଷେତ୍ରରେ ପ୍ରଂଶସିତ ହେବା ସହ ବେତନ ବଢି଼ବାର ଯୋଗ ରହିଛି । ଉଚ୍ଚ ପଦାଧିକାରୀଙ୍କ ସହ ସମ୍ପର୍କ ଭଲ ହେବ । ପରିବାରିକ ସମ୍ପର୍କ ଦୃଢ ହେବ ।
ବୃଷ ରାଶି (Taurus) :
ଶନି ଦେବଙ୍କ କୃପାରୁ ଦୀର୍ଘ ଦିନ ଧରି ଅଟକି ରହିଥିବା କାମ ପୂରଣ ହେବ । ପ୍ରଗତି ପଥରେ ଆସୁଥିବା ବାଧାବିଘ୍ନ ଦୂର ହେବା ସହ ଶତ୍ରୁମାନଙ୍କ ପଦକ୍ଷେପ ବିଫଳ ହେବ । କର୍ମକ୍ଷେତ୍ରରେ ନୂତନ ଦାୟିତ୍ବ ମିଳିବାର ମଧ୍ଯ ସମ୍ଭାବନା ରହିଛି ।
ତୁଳା ରାଶି (Libra) :
ଚଳିତ ବର୍ଷର ହୋଲି ତୁଳା ରାଶିର ଲୋକଙ୍କ ପାଇଁ ବେଶ ଭାଲଦାୟକ ହେବ । ଶନିଦେବଙ୍କ କୃପାରୁ ଚାକିରି ଓ ବ୍ୟବସାୟ କ୍ଷେତ୍ରରେ ବିକାଶ ହେବା ନେଇ ଯୋଗ ରହିଛି । କର୍ମକ୍ଷେତ୍ରରେ ପ୍ରଶଂସା ମିଳିବା ସହ ଉଚ୍ଚ ପଦାଧିକାରୀଙ୍କ ସମର୍ଥନ ପାଇବେ । ଦୀର୍ଘ ସମୟ ଧରି ଖୋଜୁଥିବା ଚାକିରି ମିଳିବ । ଶନିଙ୍କ କୃପା ପାଇବା ଲାଗି ପ୍ରତ୍ୟେକ ଦିନ ତାଙ୍କ ଆରାଧ୍ଯନା କରନ୍ତୁ ।