ଭାରତର ଟୀକାକରଣ ଅଭିଯାନ ୩୪ ଲକ୍ଷରୁ ଅଧିକ ଲୋକଙ୍କ ଜୀବନ ବଂଚାଇଛି – କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ
ନୂଆଦିଲ୍ଲୀ : କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡା. ମନସୁଖ ମାଣ୍ଡଭିୟା ଷ୍ଟୈନଫୋର୍ଡ଼ ‘ଦ ଇଣ୍ଡିଆ ଡାଇଲଗ’ରେ କହିଛନ୍ତି ଯେ, ଭାରତ ଟୀକାକରଣ ଅଭିଯାନ ଚଳାଇ ୩୪ ଲକ୍ଷରୁ ଅଧିକ ଲୋକଙ୍କ ଜୀବନ ବଂଚାଇଛି । ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ବୈଠକରେ ଭାଗ ନେଇ ସେ କହିଥିଲେ ଯେ, ଭାରତ ପକ୍ଷରୁ ସକ୍ରିୟ, ପୂର୍ବବ୍ୟାପୀ ଏବଂ ଶ୍ରେଣୀବଦ୍ଧ ମାଧ୍ୟମରେ ସମ୍ପୂର୍ଣ୍ଣ ସରକାର ଏବଂ ସମ୍ପୂର୍ଣ୍ଣ ସମାଜ ଦୃଷ୍ଟିକୋଣ ଆପଣାଯାଇଛି । କରୋନାର ପ୍ରଭାବି ପରିଚାଳନା ପାଇଁ ଏହି ପ୍ରକାର ଏକ ରଣନୀତି ଆପଣାଯାଇଛି ।