ସପୋରରେ ଏନକାଉଣ୍ଟର: ଲସ୍କର କମାଣ୍ଡର ସମେତ ୩ ଆତଙ୍କୀ ନିହତ
ଶ୍ରୀନଗର : ଜାମୁକଶ୍ମୀରର ବାରମୂଲାରେ ଭାରତୀୟ ସେନାଙ୍କୁ ବଡ ଧରଣର ସଫଳତା । ସେନା ବାହିନୀର ଏନକାଉଣ୍ଟରରେ ଟଳିଛି ଲସ୍କରୀ କମାଣ୍ଡର । ଜିଲାର ସପୋର ଅଞ୍ଚଳରେ ସୁରକ୍ଷା ବାହିନୀ ତରଫରୁ ବଡ ଧରଣର ଅପରେସନ କରାଯାଇଥିଲା । ଏଠାରେ ଆତଙ୍କବାଦୀ ଲୁଚିରହିଥିବା ନେଇ ଭାରତୀୟ ସେନା ପକ୍ଷରୁ ଏନକାଉଣ୍ଟର କରାଯାଇଥିଲା ।
ତେବେ ଏହି ଏନକାଉଣ୍ଟରରେ ଲସ୍କର-ଏ-ତୋଏବା ଆତଙ୍କବାଦୀ ସଂଗଠନର କୁଖ୍ୟାତ ଆତଙ୍କବାଦୀ ମୁଦାସିର ପଣ୍ଡିତଙ୍କ ସମେତ ମୋଟ ୩ ଜଣ ନିହତ ହୋଇଛନ୍ତି । ତେବେ ରାତି ସାରା ଏନକାଉଣ୍ଟର ଚାଲିଥିଲା । ବର୍ତ୍ତମାନ ସେଠାରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି । ଜାମ୍ମୁ କଶ୍ମୀର ଆଇଜି ବିଜୟ କୁମାର କହିଛନ୍ତି ଯେ, ନିକଟରେ ୩ ଜଣ ପୋଲିସ କର୍ମଚାରୀ, ୨ ଜଣ ପାର୍ଷଦ ଓ ୨ ଜଣ ସାଧାରଣ ନାଗରିକଙ୍କ ହତ୍ୟାକାଣ୍ଡରେ ସାମିଲ ଲସ୍କର-ଏ-ତୋଏବାର କମାଣ୍ଡର । ସେ ଆହୁରି କହିଛନ୍ତି ଯେ, ୧୨ ଜୁନରେ ଉତ୍ତର କାଶ୍ମୀରରେ ହୋଇଥିବା ହମଲା ପରେ ସୁରକ୍ଷା ବାହିନୀ ମାନେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । ଏହାପରେ ୧୬ ଜୁନରେ ମଧ୍ୟ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଜୋରଦାର ଗୁଳିବିନିମୟ ହୋଇଥିଲା ।