ହୀରାପୁରମଠରୁମୂଲ୍ୟବାନ ମୂର୍ତ୍ତି ଓ ଅଳଙ୍କାର ଚୋରୀ
ଯାଜପୁର : ଦୋଳ ଆସିବା ପୁର୍ବରୁ ମନ୍ଦିର ହୋଇଗଲା ମୂର୍ତ୍ତିଶୂନ୍ୟ । ମନ୍ଦିରରୁ ଉଭେଇଗଲେ ଆଣ୍ଠୁଆଗୋପାଳ, ନୃସିଂହମୂର୍ତିର, ରାମଲକ୍ଷ୍ମଣ ଓ ସୀତାଙ୍କର ମୂର୍ତ୍ତି ସାରାଗାଁରେ ହାହାକାରା ଯାଜପୁର ଥାନା ଅନ୍ତର୍ଗତ ହୀରାପୁରଗାଁର ହୀରାବାଗ ରଘୁନାଥ ଜୀଉମଠରୁ ମୂଲ୍ୟବାନ ମୂର୍ତ୍ତିସହିତ ଅଳଙ୍କାର ଆଦି ସର୍ବସ୍ୱ ଲୁଟେରାମାନେ ଲୁଟିନେଇଥିବା ଜଣାପଡ଼ିଛି । ଯାହାର ଆନୁମାନିକ ମୂଲ୍ୟ କୋଟିଏ ଟଙ୍କା ହେବ । ସକାଳେ ଏହା ଜଣାପଡ଼ିବା ପରେ ସାରାଗ୍ରାମ ସ୍ତବ୍ଧ ହୋଇଯାଇଛି । ଏଥର କେମିତି ପାଳିବେ ଦୋଳ, କାହାକୁ ବିମାନରେ ନେଇ ଗାଁଗାଁବୁଲାଇବେ ଶ୍ରଦ୍ଧାଳୁା ଆଗକୁଝୁଲଣ, ମେଲଣ ଆଦି ପର୍ବକେମିତି ପାଳନ ହେବ ତାହା ଲୋକମାନଙ୍କ ମଧ୍ୟରେ ଆଲୋଡ଼ନ ସୃଷ୍ଟି କରିଛିା ଗତକାଲି ବିଳମ୍ବିତ ରାତ୍ରୀରେ କେହି ଦୁର୍ବୁତ୍ତ ଏହି ମୂର୍ତ୍ତିଗୁଡ଼ିକୁ ମଠରୁ ଚୋରୀକରି ନେଇଥିବା ଅଭିଯୋଗ ପରେ ଯାଜପୁର ଥାନା ପୋଲିସ୍ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି । ତଦନ୍ତରେ ସାଇଣ୍ଟିଫିକ୍ ଟିମ୍ଓ ପୋଲିସ୍ କୁକୁରର ସହାୟତାରେ ତଦନ୍ତ ଚାଲୁ ରହିଛି ।