୬ ଶହୀଦ ଯବାନଙ୍କ ପରିବାରକୁ ୧ କୋଟି ଲେଖାଏଁ ଅନୁକମ୍ପା ରାଶି ପ୍ରଦାନ କରିବେ କେଜ୍ରିୱାଲ ସରକାର
ନୂଆଦିଲ୍ଲୀ : ଡ୍ୟୁଟି ସମୟରେ ପ୍ରାଣ ହରାଇଥିବା ବାୟୁସେନା, ଦିଲ୍ଲୀ ପୋଲିସ ଏବଂ ସିଭିଲ୍ ଡିଫେନ୍ସର ୬ ଜଣ ଶହୀଦ ଯବାନଙ୍କ ପରିବାରକୁ ୧ କୋଟି ଟଙ୍କା ଲେଖାଏଁ ଅନୁକମ୍ପା ରାଶି ପ୍ରଦାନ କରିବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଏନେଇ ମୁଖ୍ୟମନତ୍ରୀ ଅରବିନ୍ଦ କେଜ୍ରିୱାଲ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ “ଦେଶକୁ ବାହ୍ୟ ତଥା ଆଭ୍ୟନ୍ତରୀଣ ବିପଦରୁ ରକ୍ଷା କରୁଥିବାବେଳେ ଶହୀଦ ହୋଇଥିବା ଏହି ସାହସୀମାନଙ୍କୁ ମୁଁ ପ୍ରଣାମ କରୁଛି। ଦିଲ୍ଲୀ ସରକାର ସେମାନଙ୍କ ପରିବାରକୁ ଏକ କୋଟି ଟଙ୍କାର ସମ୍ମାନ ପ୍ରଦାନ କରିବେ। ଦେଶ ଆପଣଙ୍କ ସହିତ ଅଛି, ଦେଶ ଆପଣଙ୍କ ପୁଅ/ଝିଅ ପାଇଁ ଗର୍ବିତ।”
Kejriwal Govt to give an ex-gratia of ₹1 crore each to the families of 6 brave martyrs:
— AAP (@AamAadmiParty) June 19, 2021
ACP Sanket Kaushik (DP)
NC(E) Rajesh Kumar (IAF)
Flt Lt. Sunit Mohanty (IAF)
Sqn Ldr Meet Kumar (IAF)
Shri Vikas Kumar (DP)
Shri Pravesh Kumar (CD)
Salute to the heroes! ?? -Dy CM @msisodia pic.twitter.com/1cakzZ1bjX
ସୂଚନା ଯେ, ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ ଏକ ଭର୍ଚୁଆଲ୍ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ କର୍ତ୍ତବ୍ୟ ପାଳନ ସମୟରେ ପ୍ରାଣ ହରାଇଥିବା ବାୟୁସେନା, ଦିଲ୍ଲୀ ପୋଲିସ୍ ଏବଂ ସିଭିଲ୍ ଡିଫେନ୍ସର ୬ ଜଣ ଯବାନଙ୍କ ପରିବାରକୁ ଏକ କୋଟି ଟଙ୍କା ଲେଖାଏଁ ଅନୁକମ୍ପା ରାଶି ପ୍ରଦାନ କରାଯିବ। ଯେଉଁ ଶହୀଦମାନଙ୍କ ପରିବାରକୁ ଏହି କୋଟି ଟଙ୍କା ପ୍ରଦାନ କରାଯିବ ସେମାନଙ୍କ ମଧ୍ୟରେ ସାମିଲ ଅଛନ୍ତି, ରାଜେଶ କୁମାର (ବାୟୁସେନା), ସୁନୀତ୍ ମହାନ୍ତି (ବାୟୁସେନା), ମିତ କୁମାର (ବାୟୁସେନା), ସଂକେତ କୌଶିକ (ଦିଲ୍ଲୀ ପୋଲିସ), ବିକାଶ କୁମାର (ଦିଲ୍ଲୀ ପୋଲିସ), ପ୍ରବେଶ କୁମାର (ସିଭିଲ ଡିଫେନ୍ସ)। ମନୀଷ ସିସୋଡିଆ କହିଛନ୍ତି ଯେ ଦେଶ ସେବାରେ ଶହୀଦ ହୋଇଥିବା ବୀର ଯବାନଙ୍କ ପରିବାର ସହ ଦିଲ୍ଲୀ ସରକାର ଛିଡା ହୋଇଛନ୍ତି। ସେ କହିଛନ୍ତି ଯେ ଯବାନଙ୍କ ଶହୀଦ ଏକ ଅପୂରଣୀୟ କ୍ଷତି। କ୍ଷମତାକୁ ଆସିବା ପରେ କେଜ୍ରିୱାଲ ସରକାର ଏଭଳି ପରିବାରକୁ ଅନୁକମ୍ପା ରାଶି ଯୋଗାଇବା ପାଇଁ ଏକ ଯୋଜନା ଆରମ୍ଭ କରିଛନ୍ତି ଯେପରି ଏହା ସେମାନଙ୍କ ପାଇଁ ଆୟର ଏକ ଉତ୍ସ ହୋଇପାରିବ ଏବଂ ସେମାନେ ସମ୍ମାନର ସହ ଜୀବନ ବିତାଇ ପାରିବେ ।