ନୀଳଗିରି କଲେଜ ପୁରାତନ ଛାତ୍ର ସଂସଦର ବାର୍ଷିକ ଉତ୍ସବ
ନୀଳଗିରି : ନୀଳଗିରି କଲେଜର ପୁରାତନ ଛାତ୍ର ସଂସଦର ବାର୍ଷିକ ଉତ୍ସବ ମହାସମାରୋହରେ କଲେଜ ପରିସରରେ ଅନୁଷ୍ଠିତ ହୋଇଯାଇଛି । ପୁରାତନ ଛାତ୍ର ଓ ନୂତନ ଛାତ୍ରଙ୍କ ମଧ୍ୟରେ ସମନ୍ୱୟ ସୃଷ୍ଟି ହୋଇଥାଏ ଏକତାର ସେତୁବନ୍ଧ ବୋଲି ମୁଖ୍ୟବକ୍ତା ୟୁ.ଏନ. କଲେଜର ପୂର୍ବତନ ଅଧ୍ୟକ୍ଷ ବିଜୟ କୁମାର ମହାପାତ୍ର ମଂଚାସୀନ ରହି ନିଜର ଶିକ୍ଷଣୀୟ ବକ୍ତବ୍ୟ ପ୍ରଦାନ କରିଥିଲେ ।
ମୁଖ୍ୟ ଅତିଥି ଭାବେ ନୀଳଗିରି କଲେଜର ପୂର୍ବତନ ଅଧ୍ୟକ୍ଷ ପୂର୍ଣ୍ଣଚନ୍ଦ୍ର ଦାଶ ପ୍ରଦୀପ ପ୍ରଜ୍ୱଳନ କରି ବାର୍ଷିକ ଉତ୍ସବକୁ ଶୁଭ ଉଦ୍ଘାଟନ କରି ଉତ୍ସବ ହିଁ ସୃଷ୍ଟି କରିଥାଏ ଭାଇଚାରାର ସଂପର୍କ । ଆଜିର ଛାତ୍ର ସମାଜ ଆଗାମୀ ଦିନର ସୁସ୍ଥ ସମାଜ ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ ବୋଲି ନିଜ ବକ୍ତବ୍ୟରେ ଶାଣିତ କରିଥିଲେ । ସମ୍ମାନୀତ ଅତିଥି ଭାବେ ଶିକ୍ଷାବିତ ଶରତ କୁମାର ମହାପାତ୍ର ଏବଂ ପୁରାତନ ଛାତ୍ର ସଂସଦର ସଭାପତି ଶରତ ଚନ୍ଦ୍ର ମହାନ୍ତି ମଂଚାସୀନ ରହି ନିଜ ନିଜର ବକ୍ତବ୍ୟ ରଖିଥିଲେ । ନୀଳଗିରି କଲେଜର ଅଧ୍ୟକ୍ଷା ଶ୍ରୀମତୀ ଉର୍ବଶୀ ରାଣୀ ଜେନା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଡ. ଅମରେନ୍ଦ୍ର ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ । ଛାତ୍ର ସଂସଦର ଉପସଭାପତି ସୁରଂଜନ ମହାପାତ୍ର, ଯୋଗେନ୍ଦ୍ର ବେହେରା, ସଂପାଦକ ସତ୍ୟଜିତ ମିଶ୍ର, ଯୁଗ୍ମ ସଂପାଦକ ରଶ୍ମିରଂଜନ ରାଉତ, ସୁଶାନ୍ତ କୁମାର ମହାପାତ୍ର, ମୁଖ୍ୟ ସଂପାଦକ ରାଜେନ୍ଦ୍ର କୁମାର ଜେନା, ମହିଳା ସଂଯୋଜିକା ସଂଯୁକ୍ତା ଯାଦବ ପ୍ରମୁଖ ମଂଚାସୀନ ଥିଲେ । ଏହି ଅବସରରେ ଅଧ୍ୟାପିକ ଡ. ଆଶିଷ କୁମାର ଦାସ, ଭରତ ଚନ୍ଦ୍ର ବେହେରା, ବିନୋଦ ବିହାରୀ ସାହୁ ସମେତ ଅବସରପ୍ରାପ୍ତ ଶିକ୍ଷା କର୍ମଚାରୀ ଗୌରହରି ଆଚାର୍ଯ୍ୟ, ସୁଦର୍ଶନ ଦଳାଇ, ହରିହର ପରମାଣିକଙ୍କୁ ଉତରୀୟ ମାନପତ୍ର ଏବଂ ମେଡେଲ ପ୍ରଦାନ କରାଯାଇଥିଲା । ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉତ୍ସବରେ ବହୁ ପୁରାତନ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ । ଆଇନଜୀବୀ ଦେବେନ୍ଦ୍ର କୁମାର ପଣ୍ଡା, ସତ୍ୟନାରାୟଣ ମହପାତ୍ର, ତାପସ କୁମାର ପରିଡ଼ା, ମଦନ ନାଥ ବେହେରା, ନୀଳମାଧବ ଦାସ, ସମର ଶଙ୍କର କାନୁନଗୋ, ସୂର୍ଯ୍ୟନାରାୟଣ ଆଇଚ, ଜୟଦେବ ବେହେରା, ଦେବାଶିଷ ନାୟକ, ପ୍ରମୁଖ ସହଯୋଗ କରିଥିଷଲ । ସୁଶାନ୍ତ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।