ଯମୁନାକୋଟ ବାଲିଘାଟ କେଶ ର୫ ଜଣ ୱାରେଂଟି ଗିରଫ

ଭୁବନ : ଭୁବନ ଥାନା ତରଫରୁ ଯମୁନାକୋଟ ଗ୍ରାମରେ ଜୋରଦାର ଚଢାଉ କରାଯାଇ ଆଜି ୫ଜଣ ୱାରେଂଟିଙ୍କୁ ଗିରଫ କରାଯାଇଛି । ଭୁବନ ଥାନା ଅନ୍ତର୍ଗତ ଯମୁନାକୋଟ ବାଲିଘାଟ ଗଣ୍ଡଗୋଳ ଘଟଣାରେ ସଂପୃକ୍ତ ଥିବା ମନୋଜ ବେହେରା(୩୩), ଉଗ୍ରସେନ ବାରିକ(୫୦), ଅନୁପ ବେହେରା(୨୯), ସର୍ବେଶ୍ୱର ବାରିକ(୬୨) ଏବଂ ମାୟାଧର ବେହେରା(୬୧)ଙ୍କୁ ଭୁବନ ଥାନା ଆଇଆଇସି ସୌଭାଗ୍ୟ କୁମାର ସ୍ୱାଇଁଙ୍କ ନେତୃତ୍ୱରେ ଯମୁନାକୋଟ ଗ୍ରାମରେ ଚଢାଉ କରାଯାଇ ଉପରୋକ୍ତ ସମସ୍ତ ବ୍ୟକ୍ତିଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଏମାନଙ୍କ ନାମରେ ଭୁବନ ଥାନାରେ କେଶ ନଂ-୪୫୨/ତା ୨୩.୧୦.୨୦୨୧ ଆଇପିସି ଦଫା– ୧୪୭, ୧୪୮, ୩୪୧, ୨୯୪, ୩୨୩, ୩୨୪, ୩୦୭, ୫୦୬, ୧୪୯ରେ ମାମଲା ରୁଜ୍ଜୁ ହୋଇଥିଲା । ଆଗାମୀ ଦିନରେ ମଧ୍ୟ ଏହିଭଳି ଚଢାଉ ଅବ୍ୟାହତ ରହିବ ବୋଲି ଥାନାଧିକାରୀ ସୌଭାଗ୍ୟ କୁମାର ସ୍ୱାଇଁ ସୂଚନା ଦେଇଛନ୍ତି ।