ପ୍ରତିଦିନ ଖାଦ୍ୟରେ ସାମିଲ କରନ୍ତୁ ଏହି ୧୦ ଜିନିଷ, ପ୍ରକୃତ ବୟସ ଠାରୁ ୨୦ବର୍ଷ କମଭଳି ଦେଖାଯିବ ଚେହେରା
୧. ଖଡ଼ା ଶାଗ :
ଖଡ଼ା ଶାଗରେ ଲୁଟେନ୍ ଏବଂ ଜେକ୍ସାନଥିନ୍ ନାମକ ଆଣ୍ଟିଅକ୍ସିଡାଣ୍ଟ ଥାଏ ଯାହା ବୟସ ସମ୍ବନ୍ଧୀୟ ମାନସିକ ସମସ୍ୟାକୁ ଦୂର କରିଥାଏ,ଦୃଷ୍ଟିଶକ୍ତି ବଢ଼ାଇଥାଏ ଏବଂ ହାଡ଼କୁ ମଜବୁତ କରିଥାଏ।
୨. ବ୍ରୋକୋଲି :
ବ୍ରୋକୋଲି ଏକ ପୋଷକଯୁକ୍ତ ଖାଦ୍ୟ ।ଏଥିରେ ଭିଟାମିନ,କ୍ୟାଲସିୟମ୍ ଏବଂ ଫାଇବର ପ୍ରଚୁର ପରିମାଣରେ ଥାଏ। ଏହା ଖାଇଲେ ବୟସଗତ ସମସ୍ୟାରୁ ମୁକ୍ତି ମିଳେ।
୩. ଟମାଟୋ :
ଟମାଟୋରେ ଲାଇକୋପାଇନ ଥାଏ ଯାହା ବୟସାଧିକ୍ୟ ଯୋଗୁଁ ଚର୍ମକୁଞ୍ଚନକୁ ଏହା ଦୂର କରିଥାଏ ଏବଂ ମୃତ କୋଷଗୁଡ଼ିକୁ ବାହାର କରି ନବଯୈାବନ ପ୍ରଦାନ କରିଥାଏ।
୪. ଗ୍ରୀନ୍ ଟି :
ଗ୍ରିନ୍ ଟିରେ ଆଣ୍ଟିଅକ୍ସିଡାଣ୍ଟ ଭରି ରହିଛି ଯାହା ଚର୍ମ କୁଞ୍ଚନକୁ ଦୂର କରି ମେଦବହୁଳତାକୁ ହ୍ରାସ କରିଥାଏ।
୫. ଜାମୁକୋଳି :
ଜାମୁକୋଳିରେ ଆଣ୍ଟିଅକ୍ସିଡାଣ୍ଟ ରହିଛି ଯାହା ଶରୀରରୁ କ୍ଷତିକାରକ ଉପାଦାନକୁ ବାହାର କରି ଶରୀରର କୋଷକୁ ଠିକ୍ ଭାବେ କାର୍ଯ୍ୟକାରୀ କରିଥାଏ।
୬. ଡାର୍କ ଚକୋଲେଟ :
ଡାର୍କ ଚକୋଲେଟରେ ମଧ୍ୟ ଆଣ୍ଟିଅକ୍ସିଡାଣ୍ଟ ଥାଏ। ଏହା କ୍ଷତିକାରକ ବ୍ୟାକ୍ଟେରିଆକୁ ଶରୀର ମଧ୍ୟକୁ ପ୍ରବେଶ କରିବାକୁ ରୋକିଥାଏ ଏବଂ ମୁକ୍ତ ଉପାଦାନ ଯାହା ଆମ କୋଷକୁ କ୍ଷତି ପହଞ୍ଚାଇଥାଏ ତାକୁ ନଷ୍ଟ କରିଥାଏ।
୭. ମହୁ :
ମହୁ ବ୍ୟାକ୍ଟେରିଆ ବିହୀନ ହୋଇଥାଏ ଯାହା ସଂକ୍ରମଣକୁ ଦୂର କରିବାରେ ଲାଭଦାୟକ ହୋଇଥାଏ। ଏହା ନଷ୍ଟ ହୋଇଯାଇଥିବା ମସ୍ତିଷ୍କ କୋଷ ଏବଂ କ୍ଷତକୁ ପୁର୍ନଜୀବିତ କରିଥାଏ।
୮. ସାଲମନ୍ ମାଛ :
ପ୍ରୋଟିନ୍, ଧାତବ ପଦାର୍ଥ,ଭିଟାମିନ୍-ବି ଏବଂ ଇ ରେ ଗଢ଼ା ସାଲମନ୍ ମାଛ ସୁସ୍ଥ ହୃଦୟ ପାଇଁ ଏକ ସ୍ବାସ୍ଥ୍ୟକର ଖାଦ୍ୟ। ଏହା ତ୍ବଚାରେ ବୟସର ଦାଗ ଏବଂ ଚର୍ମ କୁଞ୍ଚନକୁ ଦୂର କରି ତ୍ବଚାକୁ ଏକ ସୁନ୍ଦର ଗଠନ ଦେଇଥାଏ।
୯. ରସୁଣ :
ରସୁଣରେ ଆଣ୍ଟିଅକ୍ସିଡାଣ୍ଟ ପ୍ରଚୁର ପରିମାଣରେ ରହିଥାଏ ଯାହା ଶରୀରରେ ରକ୍ତଚାପ ଏବଂ କୋଲେଷ୍ଟ୍ରୋଲର ପରିମାଣକୁ କମ୍ କରି ନବଯୈାବନ ପ୍ରଦାନ କରିଥାଏ।
୧୦. ବାଦାମ :
ବାଦାମରେ ଓମେଗା-୩ ଥାଏ ଯାହା ହୃତପିଣ୍ଡ ଓ ଧମନୀ ସମ୍ବନ୍ଧୀୟ ସମସ୍ୟାକୁ ହ୍ରାସ କରିଥାଏ। କୋଷର କାର୍ଯ୍ୟକୁ ସକ୍ରିୟ କରିବା ସହ ଶରୀରର ଅଙ୍ଗପ୍ରତ୍ୟଙ୍ଗର କାର୍ଯ୍ୟକୁ ଠିକ୍ ଭାବେ ସମ୍ପାଦନ କରିଥାଏ।