ଆଜି ପଡ଼ିବ ଆଥିୟା-ରାହୁଲଙ୍କ ହାତଗଣ୍ଠି ! ଅତିଥିଙ୍କୁ ଫୋନ୍ ମନା, କଦଳୀ ପତ୍ରରେ ପରସା ଯିବ ଖାଦ୍ୟ, ଜାଣନ୍ତୁ କ’ଣ ରହିଛି ମେନ୍ୟୁ?
ମୁମ୍ବାଇ : ଆଜି ହେଉଛି ବଲିଉଡ ଅଭିନେତ୍ରୀ ଆଥିୟା ଶେଟ୍ଟୀ ଓ କ୍ରିକେଟର କେ.ଏଲ ରାହୁଲଙ୍କ ବିବାହ । କେଏଲ ରାହୁଲ ତାଙ୍କ ଜୀବନର ଆଉ ଏକ ଇନିଂସ ଆଜି ଆରମ୍ଭ କରିବାକୁ ଯାଉଛନ୍ତି । ଦିର୍ଘ ଦିନ ଧରି କେଏଲ ରାହୁଲ ଓ ଆଥି୍ୟାଙ୍କ ପ୍ରେମ ସମ୍ପର୍କକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ହେଲେ ଏହି ପ୍ରତିକ୍ଷାର ଆଜି ଅନ୍ତ ଘଟିବାକୁ ଯାଉଛି । ଏହି ଲବବାର୍ଡ ନିଜ ସମ୍ପର୍କକୁ ଆଉ ଏକ ନୂଆ ନାଁ ଦେବାକୁ ଯାଉଛନ୍ତି । ସୁନୀଲ ଶେଟ୍ଟୀଙ୍କ ବଙ୍ଗଳା ଖଣ୍ଡାଲାରେ ଆଥିୟା ଓ ରାହୁଲଙ୍କ ବିବାହ ସମାରୋହ ଅପରାହ୍ନ ୪ଟାରେ ଅନୁଷ୍ଠିତ ହେବ । ଏନେଇ ସୁନୀଲ ସେଟ୍ଟୀଙ୍କ ବଙ୍ଗଳାକୁ ପୁରା ଆଲୋକମାଳାରେ ସାଜସଜ୍ଜା କରାଯାଇଛି। ଅପରାହ୍ନ ୪ଟାରେ ବିବାହରେ ଶେଷ ହେବା ପରେ ସଂନ୍ଧ୍ୟା୬ଟା ୩୦ରେ ସପରିବାର ସହ କ୍ୟାମେରା ସାମ୍ନାକୁ ଆସିବେ ।
ତେବେ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,କେଏଲ ରାହୁଲ ଏବଂ ଆଥିୟା ଶେଟ୍ଟୀଙ୍କ ମହେନ୍ଦି ,ହଳଦୀ ଓ ସଙ୍ଗୀତ ରଶମ ଶେଷ ହୋଇଥିବା ବେଳେ ଆଜି ବିବାହର ଶୁଭ ମୁହୁର୍ତ୍ତ ରହିଛି । ତେବେ, ଗ୍ରାଣ୍ତ ଓ୍ବେଡିଂରେ ଏଭଳି କିଛି ନିୟମ ରହିଛି । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେବ । ତେବେ ଆଥିୟା ଏବଂ କେ.ଏଲ.ରାହୁଲଙ୍କ ବିବାହରେ ଆସୁଥିବା ଅତିଥିମାନଙ୍କ ପାଇଁ କିଛି ସର୍ତ୍ତାବାଳୀ ରହିଛି । ଅତିଥିଙ୍କ ଫୋନକୁ ବାହାରେ ରଖାଯିବା । ବିବାହର କୌଣସି ଫଟୋ ଓ ଭିଡିଓ ଯେପରି ଭାଇରାଲ ନ ହୁଏ । ସେନେଇ ଏଭଳି ବ୍ୟବସ୍ଥା କରାଯାଇଛି । ତେବେ,ଏହି ବିବାହରେ କେବଳ ଉଭୟ ପରିବାରର ସଦସ୍ୟ ଓ ନିକଟ ସମ୍ପର୍କୀୟ ଓ ବନ୍ଧୁ ଯୋଗ ଦେବେ ।
କୁହାଯାଉଛି ଯେ ଉଭୟଙ୍କ ବିବାହ ଦକ୍ଷିଣ ଭାରତୀୟ ଷ୍ଟାଇଲ୍ରେ ହେବ। ଏବଂ ଗ୍ରାଣ୍ତ ଓ୍ବେଡିଂରେ ଅତିଥିଙ୍କ ଚର୍ଚ୍ଚା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ଦକ୍ଷିଣ ଭାରତୀୟ ଶୈଳୀରେ ଅତିଥିଙ୍କୁ କଦଳୀ ପତ୍ରରେ ଖାଦ୍ୟ ପରସା ଯିବାର ବ୍ୟବସ୍ଥା ହୋଇଛି । ଏବଂ ମେନ୍ୟୁ ମଧ୍ୟ ସାମ୍ନାକୁ ଆସିଛି । ମେନ୍ୟୁରେ ଖାସ କରି ଅଧିକ ଦକ୍ଷିଣ ଭାରତୀୟ ଖାଦ୍ୟ ରହିଛି।
ଏନେଇ ଆଥିୟା ଓ ରାହୁଲଙ୍କ ଆଉଟ୍ଫିଟ୍ ମଧ୍ୟ ଠିକ୍ ହୋଇସାରିଛି। ଜି.କେ ଇଣ୍ଡିଆ ଏବଂ ବଜାର ଇଣ୍ଡିଆର ପୂର୍ବତନ ଫ୍ୟାଶନ ଏଡିଟର୍ ରାହୁଲ ବିଜୟ କେ.ଏଲ୍ ରାହୁଲଙ୍କ ପୋଷାକ ଡିଜାଇନ୍ ଦାୟିତ୍ୱ ନେଇଛନ୍ତି। ରାହୁଲ ବିବାହରେ ରାଜକୀୟ ଲୁକ୍ ବାଲା ଶେର୍ୱାନି ପିନ୍ଧିବେ। ସେହିପରି ଆଥିୟା ଶେଟ୍ଟୀଙ୍କ ବିବାହ ପୋଷାକ ଆମି ପଟେଲଙ୍କ ଦ୍ୱାରା ଡିଜାଇନ୍ ହୋଇଛି । ଆଥିୟା ଏବଂ ରାହୁଲ କିଛି ଦିନ ହେବ୍ ପରସ୍ପରକୁ ଡେଟ୍ କରୁଥିଲେ। ପ୍ରକାଶଥାଉ ଯେ ୨୦୨୧ରେ ଆଥିୟା ଏବଂ ରାହୁଲ ନିଜ ସମ୍ପର୍କକୁ ଖୁଲାସା କରିଥିଲେ। ଯେତେବେଳେ ରାହୁଲ ଅଭିନେତ୍ରୀ ଆଥିୟାଙ୍କ ଜନ୍ମଦିନରେ ସୋସିଆଲ ମିଡିଆରେ ଉଭୟଙ୍କ ଫଟୋ ସେୟାର କରିଥିଲେ।
ଖବର ଅନୁଯାୟୀ, କେଏଲ ରାହୁଲ ଏବଂ ଆଥିଆ ଶେଟ୍ଟୀଙ୍କ ବିବାହ ଆଜି ଖଣ୍ତାଲା ଫାର୍ମ ହାଉସରେ ହେବାକୁ ଯାଉଛି । କିନ୍ତ ବିବହା ପୂର୍ବରୁ ହଳଦୀ, ମେହେନ୍ଦୀ ଓ ସଙ୍ଗୀତ ରଶମ ଜାନୁଆରୀ ୨୧ରୁ ଆରମ୍ଭ ହୋଇଯାଇଛି ।
ସେହିପରି ଆଥିଆଙ୍କ ପିତା ସୁନୀଲ ଶେଟ୍ଟୀ ଝିଅର ବିବାହରେ ଏକ ଧମାକାଦାର ଡାନ୍ସ କରିବେ ବୋଲି କୁହାଯାଉଛି । ସୁନୀଲ ଶେଟ୍ଟୀ କହିଛନ୍ତି ଯେ ଅନ୍ୟ ପିତାଙ୍କ ପରି ମୁଁ ମଧ୍ୟ ଆଥିଆଙ୍କ ପାଇଁ ଏକ ସରପ୍ରାଇଜ୍ ପ୍ଲାନ ରଖିଛି । । ସୁନୀଲ ଶେଟ୍ଟୀଙ୍କ ବ୍ୟତୀତ ଆଥିଆ ଶେଟ୍ଟୀଙ୍କ ଭଲ ବନ୍ଧୁ ଆକଙ୍କଶା ରଂଜନ, ଆଥିଆଙ୍କ ଭାଇ ଅହାନ ଏବଂ ଅଭିନେତ୍ରୀଙ୍କ ଅନ୍ୟ ବନ୍ଧୁମାନେ ମଧ୍ୟ ନୃତ୍ୟ ପରିବେଷଣ କରିବେ। ତେବେ, ସବୁଠାରୁ ବଡ କଥା ହେଲା ବିବାହରେ ସାମିଲ ହେବାକୁ ଥିବା ଅତିଥିମାନେ ଏହି ଉତ୍ସବର କୌଣସି ଫଟୋ ଏବଂ ଭିଡିଓ ସେୟାର କରିବାକୁ ଅନୁମତି ଦିଆଯାଇନାହିଁ । ଏପରିକି ଉତ୍ସବକୁ ଯିବା ପୂର୍ବରୁ ସେମାନଙ୍କ ଠାରୁ ତାଙ୍କ ସ୍ମାର୍ଟଫୋନ ରଖିଦିଆଯିବ ବୋଲି ସୂଚନା ମିଳିଛି ।