୭୧ ହଜାର ଲୋକଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ : ୨୦୨୩ର ପ୍ରଥମ ରୋଜଗାର ମେଳାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫ୍ରେନ୍ସିଂ ଜରିଆରେ ସାମିଲ ହୋଇଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ସରକାରୀ ବିଭାଗ ଓ ସଂଗଠନରେ ନବନିଯୁକ୍ତି ଲାଗି ୭୧ହଜାର ଲୋକଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି । ଏଥିସହିତ ନବନିଯୁକ୍ତ ଯୁବବର୍ଗ ଓ ତାଙ୍କ ପରିବାରବର୍ଗଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ଉକ୍ତ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ଏହା ୨୦୨୧ ବର୍ଷର ପ୍ରଥମ ରୋଜଗାର ମେଳା । ଏହି ବର୍ଷର ଆରମ୍ଭ ଉଜ୍ଜ୍ୱଳ ଭବିଷ୍ୟତର ନୂଆ ଲକ୍ଷ୍ୟ ସହ ହୋଇଛି । ଆଗାମୀ ଦିନରେ ଏମିତି ଅନେକ ଲକ୍ଷାଧିକ ପିଲା ଓ ପରିବାରକୁ ସରକାରୀ ଚାକିରି ମିଳିବ ।