ଏକଦିବସୀୟ ରାଜ୍ୟସ୍ତରୀୟ ଦିବାରାତ୍ର ଭଲିବଲ ଟୁର୍ଣ୍ଣାମେଣ୍ଟ; ପଞ୍ଜାବ ଦଳ ଚମ୍ପିଆନ
ନୀଳଗିରି : ବାଲେଶ୍ୱର ଜିଲା ନୀଳଗିରି ଏନ୍ଏସି ଅନ୍ତର୍ଗତ କେସି ହାଇସ୍କୁଲ ପଡ଼ିଆ ପରିସରରେ ଫିଆଟଲକ୍ସ କ୍ଲବ ଆନୁକୂଲ୍ୟରେ ଏକ ଦିବସୀୟ ରାଜ୍ୟସ୍ତରୀୟ ଭଲିବଲ ଟୁର୍ଣ୍ଣାମେଟ ଅନୁଷ୍ଠିତ ହୋଇଯାଇଛି । ଟୁର୍ଣ୍ଣାମେଣ୍ଟରେ ଓଡ଼ିଶାର ରାଉରକେଲା ଟିମ୍, ଖୋର୍ଦ୍ଧା ରେଲୱେ, ପଞ୍ଜାବ ଏବଂ ୱେଷ୍ଟବେଙ୍ଗଲ ଟିମ୍ ଅଂଶଗ୍ରହଣ କରିଥିଲେ । ପଞ୍ଜାବ ଦଳ ଚମ୍ପିଆନ ହୋଇଛି ।
ନୀଳଗିରି ଏନ୍ଏସି ଅଧ୍ୟକ୍ଷା ଅମ୍ବିକା ଦାସ ଟୁର୍ଣ୍ଣାମେଣ୍ଟକୁ ଆନୁଷ୍ଠାନିକ ଭାବେ ଫିତାକାଟି ଉଦ୍ଘାଟନ କରିଥିଲେ । ମୁଖ୍ୟ ଆୟୋଜକ ତଥା ନୀଳଗିରି ହରିଜନ ସେଲର ଅଧ୍ୟକ୍ଷ ଶରତ ଦାସ ଉପସ୍ଥିତ ଥିବା ବେଳେ ମୁଖ୍ୟ ଅତିଥିଭାବେ ନୀଳଗିରି ଉପ-ଜିଲାପାଳ ମନ୍ଦରଧର ମହାଳିକ ଥିବା ବେଳେ ସମ୍ମାନିତ ଅତିଥି ଭାବେ ବିଜୁ ଯୁବଜନତା ଦଳର ରାଜ୍ୟ କାର୍ଯ୍ୟକାରୀ ସଭାପତି ଶୁଭେନ୍ଦୁ ଦାସ ମଙ୍ଗରାଜ, ବାଲେଶ୍ୱର ଜିଲା ଯୁବବିଜେଡି ସଭାପତି ତାପସ ପରିଡ଼ା ଉପସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶିଶିର ରାଉତ, ଉଦୟଜ୍ୟୋତି ମହାନ୍ତି, ବେଣୁଗୋପାଳ ମହାପାତ୍ର, ବିଦ୍ୟାଧର ଖଟୁଆ, ବିଜୟ ଲେଙ୍କା, ଶୁଭେନ୍ଦୁ ଜେନା ଓ କ୍ଲବର ସମସ୍ତ ସଦସ୍ୟ ଉପସ୍ଥିତ ରହି ଖେଳାଳୀମାନଙ୍କୁ ଉତ୍ସାହିତ କରିଥିଲେ । ଟୁର୍ଣ୍ଣାମେଣ୍ଟରେ ପଞ୍ଜାବ ଦଳ ଚମ୍ପିଆନ ହୋଇ ପନ୍ଦର ହଜାର ଟଙ୍କା ପୁରସ୍କାର ପାଇଥିବା ବେଳେ ରନର୍ସ ଅପ ୱେଷ୍ଟବେଙ୍ଗଲ ଟିମକୁ ୧୦ ହଜାର ଦେଇ ପୁରସ୍କୃତ କରାଯାଇଥିଲା । ଖେଳ ପରିଚାଳନାରେ ଜନ୍ମଜୟ ଦେ, ଧନଞ୍ଜୟ ତ୍ରିପାଠୀ, ଗୁରୁଚନ୍ଦ୍ର ନାୟକ, ରାଜେଶ କୁମାର ଦାସ, ବିଦ୍ୟାଧର ପୁହାଣ, ମାନସ ରଂଜନ ମିଶ୍ର ପରିପ୍ପଳନା କରିଥିଲେ । ଭାସ୍କର ବିଶ୍ୱାଳ ମଞ୍ଚ ପରିଚାଳନା କରିଥିବା ବେଳେ ବହୁ ସଂଖ୍ୟାରେ ଦର୍ଶକ ଟୁର୍ଣ୍ଣାମେଣ୍ଟକୁ ଉପଭୋଗ କରିଥିଲେ ।