ଜେପି ନଡ୍ଡା ଜୁନ୍ ୨୦୨୪ ପର୍ଯ୍ୟନ୍ତ ଭାରତୀୟ ଜନତା ପାର୍ଟିର ଅଧ୍ୟକ୍ଷ ରହିବେ
ନୂଆଦିଲ୍ଲୀ : ଭାରତୀୟ ଜନତା ପାଟି (ଭାଜପା) ର ବର୍ତମାନ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡା ଜୁନ୍ ୨୦୨୪ ପର୍ଯ୍ୟନ୍ତ ଏହି ପଦରେ ରହିବେ । ଭାଜପା ର ବରିଷ୍ଠ ନେତା ଏବଂ କେନ୍ଦ୍ରୀୟ ଗୃହ ମନ୍ତ୍ରୀ ଅମିତ ଶାହା ପାର୍ଟିର ରାଷ୍ଟ୍ରୀୟ କାର୍ଯ୍ୟକାରୀଣୀ ବୈଠକର ଦ୍ୱିତୀୟ ଦିନରେ ସର୍ବସମ୍ମତି କ୍ରମେ ଏହି ନିଷ୍ପତି ନିଆ ଯାଇଛି । ସାମ୍ବାଦିକ ମାନଙ୍କୁ ସମ୍ବୋଧିତ କରି ଶ୍ରୀୂ ଶାହା ନଡ୍ଡାଙ୍କ ନେତୃତବରେ ଦଳର ସଫଳତାକୁ ବଖାଣିଛନ୍ତି ଏବଂ ତାଙ୍କ ନେତୃତ୍ୱରେ ୨୦୨୪ ସାଧାରଣ ନିର୍ବାଚନରେ ବିଜେପି ବିଜୟୀ ହେବ ଏବଂ ନରେନ୍ଦ୍ର ମୋଦୀ ପୁଣି ଥରେ ଦେଶର ପ୍ରଧାନମନ୍ତ୍ରୀ ହେବେ ବୋଲି କହିଥିଲେ । ସେ କହିଛନ୍ତି ଯେ, ଚଳିତ ବର୍ଷ ୯ଟି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ତାଙ୍କ ନେତୃତ୍ୱରେ ଲଢ଼ାଯିବ ।