ଆଜି ରାଜ୍ୟକୁ ୧ ଲକ୍ଷ କୋଭିସିଲ୍ଡ ଟିକା ପଠାଇବେ କେନ୍ଦ୍ର ସରକାର
ଭୁବନେଶ୍ବର : ରାଜ୍ୟରେ ପୁଣି ଆରମ୍ଭ ହେବ କରୋନା ଟିକାକରଣ। ଆସନ୍ତା ୧୯ ତାରିଖରୁ ଏହି ଟିକାକରଣ ଆରମ୍ଭ ହେବ। ଏନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ସୂଚନା ଦେଇଛନ୍ତି।
ଲୋକଙ୍କୁ କୋଭିସିଲ୍ଡ ଟିକା ଦିଆଯିବ। ଆଜି କେନ୍ଦ୍ର ସରକାର ରାଜ୍ୟକୁ ୧ ଲକ୍ଷ କୋଭିସିଲ୍ଡ ଟିକା ପଠାଇବେ। ଟିକା ଆସିବା ପରେ ସବୁ ଜିଲ୍ଲାକୁ ଭାଗ କରି ଦିଆଯିବ। ଯେଉଁମାନେ ଦ୍ଵିତୀୟ ବା ବୁଷ୍ଟର ନେଇନାହାନ୍ତି, ସେମାନଙ୍କୁ ତାହା ନେବାକୁ ସ୍ୱାସ୍ଥ୍ୟ ବିଭାଗ କହିଛି। ସମ୍ଭାବ୍ୟ ସଂକ୍ରମଣ ବଢ଼ିବା ଆଶଙ୍କା କରାଯାଉଥିବାବେଳେ ଏବେ ଯେଉଁମାନେ ଦ୍ଵିତୀୟ ଓ ବୁଷ୍ଟର୍ ନେଇ ନାହାନ୍ତି ସେମାନେ ତାହା ନିଅନ୍ତୁ ବୋଲି ସେ ପରାମର୍ଶ ଦେଇଛନ୍ତି।ବର୍ତ୍ତମାନ ସୁଦ୍ଧା ମାତ୍ର ୪୦ ପ୍ରତିଶତ ଲୋକ ବୁଷ୍ଟର ଡୋଜ ନେଇଥିବା ସେ କହିଛନ୍ତି।