ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ଓ ଦିନିକିଆ ପାଇଁ ଭାରତୀୟ ଦଳ ଘୋଷଣା : ଫେରିଲେ ପୃଥ୍ୱୀ ଶ
ନୂଆଦିଲ୍ଲୀ : ନ୍ୟୁଜିଲାଣ୍ଡ ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଟି-୨୦ ଓ ଦିନିକିଆ ପାଇଁ ମଧ୍ୟ ଭାରତୀୟ ଦଳ ଘୋଷଣା । ନିକଟରେ ରଣଜୀ ଟ୍ରଫିରେ ତ୍ରିଶତକ ହାସଲ କରିଥିବା ପୃଥ୍ବୀ ଶ’ଙ୍କୁ ଟି-୨୦ ଦଳରେ ସାମିଲ । ହାର୍ଦ୍ଦିକ ପାଣ୍ଡ୍ୟା ଟି-୨୦ ଦଳର ନେତୃତ୍ବ ବଜାୟ ରଖିଛନ୍ତି । ଟି-୨୦ ଦଳରେ ରୋହିତ ଶର୍ମା ଓ ବିରାଟ କୋହଲି ନାହାଁନ୍ତି । ତେବେ ଉଭୟ ଦିନିକିଆ ସିରିଜରେ ଖେଳିବେ । କେଏଲ ରାହୁଲ ପାରିବାରିକ କାରଣରୁ ଏହି ଦୁଇ ଧଳାବଲ୍ ସିରିଜ୍ ଖେଳିବେ ନାହିଁ।
ଚୟନକର୍ତ୍ତା ମୁଖ୍ୟ ଚେତନ ଶର୍ମା ପୂର୍ବରୁ ଟି-୨୦ ବିଶ୍ୱକପ୍ରେ ପୃଥ୍ୱୀ ଶଙ୍କ ଫେରିବା ନେଇ ସଂକେତ ଦେଇଥିଲେ। ଏହି ସଂକେତ ଏବେ କାର୍ଯ୍ୟାକାରୀ ହୋଇଛି। ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ୍ରେ ସେ କମ୍ବ୍ୟାକ୍ କରିଛନ୍ତି। ଟିମ୍ ସାଉଦୀ ଓ କାନେ ୱିଲିୟମସନଙ୍କ ଅନୁପସ୍ଥିତିରେ ସ୍ପିନର ମିଚେଲ ସନ୍ତନର ନ୍ୟୁଜିଲାଣ୍ଡ ଟିମ୍ର ଅଧିନାୟକ ଦାୟିତ୍ୱ ସମ୍ଭାଳିବେ। ସେହିପରି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଉପରେ ପୁଣିଥରେ ଟିମ୍ ଇଣ୍ଡିଆ କ୍ୟାପ୍ଟେନ୍ ଦାୟିତ୍ୱ ରହିବ। ସୂର୍ଯ୍ୟ କୁମାର ଉପଅଧିନାୟକ ଦାୟିତ୍ୱ ତୁଲାଇବେ। ବିସିସିଆଇ ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜ୍ ପାଇଁ ରୋହିତ ଓ ବିରାଟଙ୍କ ସ୍ଥାନରେ ପାଣ୍ଡ୍ୟା ଓ ସୂର୍ଯ୍ୟଙ୍କ ଯୋଡ଼ିକୁ ଟି-୨୦ ଭାର ସମ୍ଭାଳିବାକୁ ଦାୟିତ୍ୱ ଦେଇଛନ୍ତି। ତା ପୂର୍ବରୁ ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍ରେ ମଧ୍ୟ ରୋହିତ ଓ ବିରାଟ କୋହଲିଙ୍କୁ ଦଳରୁ ବାଦ୍ ଦିଆଯାଇଛି। ଟି-୨୦ ବିଶ୍ୱକପ୍ ପର୍ଯ୍ୟନ୍ତ ପ୍ରତ୍ୟେକ ଟି-୨୦ ସିରିଜରେ ପାଣ୍ଡ୍ୟା ଓ ଯାଦବଙ୍କୁ କ୍ୟାପ୍ଟେନ୍ ଦାୟିତ୍ୱ ମିଳିପାରେ ବୋଲି ସୂଚନା ମିଳିଛି। ରୋହିତ ବିରାଟଙ୍କୁ ବିଶ୍ରାମ ଦେବା ପାଇଁ ହେଉ କିମ୍ବା ଟି-୨୦ରୁ ପର୍ଯ୍ୟକ୍ରମେ ବାହାର କରିବା ପାଇଁ ବିସିସିଆଇ ଏହି ନିଷ୍ପତ୍ତି ନେଇପାରେ ବୋଲି କୁହାଯାଉଛି ।
ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜ୍ ପାଇଁ ଭାରତୀୟ ଦଳ :
ରୋହିତ ଶର୍ମା(ଅଧିନାୟକ), ଶୁଭମନ ଗିଲ, ଇଶାନ କିଷନ, ବିରାଟ କୋହଲି, ଶ୍ରେୟାସ ଆୟର, ସୂର୍ଯ୍ୟକୁମାର ଯାଦବ, କେଏସ ଭରତ,ହାର୍ଦ୍ଦିକ ପାଣ୍ଡ(ଉପଅଧିନାୟିକ), ୱାସିଂଟନ ସୁନ୍ଦର, ସାହବାଦ ଅହମ୍ମଦ, ସର୍ଦୁଲ ଠାକୁର, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ମହମ୍ମଦ ସାମି, ମହମ୍ମଦ ସିରାଜ, ଉମ୍ରାନ ମଲିକ।
ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜ୍ ପାଇଁ ଭାରତୀୟ ଦଳ:
ହାର୍ଦ୍ଦିକ ପାଣ୍ଡ୍ୟା (ଅଧିନାୟକ), ସୂର୍ଯ୍ୟକୁମାର ଯାଦବ(ଉପ ଅଧିନାୟକ), ଇଶାନ କିଶନ, ଋତୁରାଜ ଗାଏକୱାଡ୍, ଶୁଭମନ ଗିଲ, ଦୀପକ ହୁଡ଼ା, ରାହୁଲ ତ୍ରି ପାଠୀ, ଜିତେଶ ଶର୍ମା, ୱାସିଂଟନ ସୁନ୍ଦର, କୁଲଦୀପ ଯାଦବ, ୟୁଝବେନ୍ଦ୍ର ଚହଲ, ଅର୍ଶଦୀପ ସିଂହ, ଉମ୍ରାନ ମଲିକ, ଶିବମ ମାଭି, ପୃଥ୍ବୀ ଶ’, ମୁକେଶ କୁମାର।