ହିମାଚଳ ପ୍ରଦେଶର କାଙ୍ଗଡ଼ାରେ ଆଠ ମିନିଟ୍ରେ ଦୁଇଥର ଭୂକମ୍ପରେ କମ୍ପିଲା ପୃଥିବୀ
ଶିମଲା : ହିମାଚଳ ପ୍ରଦେଶର ଉଚ୍ଚ ପାହାଡ଼ ଉପରେ ବରଫପାତ ମଧ୍ୟରେ ଶନିବାର ସକାଳେ ଆଠ ମିନିଟ୍ ମଧ୍ୟରେ ଭୂକମ୍ପର ଦୁଇଟି ଝଟକା ଅନୁଭବ କରାଯାଇଛି । ଭୂକମ୍ପର କେନ୍ଦ୍ର କା୍ଗଡ଼ା ଜିଲ୍ଲା ମୁଖ୍ୟାଳୟ ଧର୍ମଶାଳାର ଧୌଲାଧାର ପାହାଡ଼ ପାଖରେ ହୋଇଥିଲା । ଭୂକମ୍ପ ଝଟକା ଚମ୍ବା ଜିଲ୍ଲାର ସୀମାବର୍ତୀ ଗାଆଁରେ ମଧ୍ୟ ଅନୁଭବ ହୋଇଛି । ଦୁଇଥର ଭୂକମ୍ପ ଝଟକାରେ ଲୋକ ଭୟଭୀତ ହୋଇ ଯାଇଛନ୍ତି । କାଙ୍ଗଡ଼ା ଏବଂ ଚମ୍ବା ନିବାସୀଙ୍କ ଜେହନରେ ୧୧୮ ବର୍ଷ ପୂର୍ବରୁ ଆସିଥିବା ବିନାଶକାରୀ ଭୂକମ୍ପର ଭୟାବହତା ତାଜା ହୋଇଛି I ମୌସମ ବିଜ୍ଞାନ କେନ୍ଦ୍ର ଶିମଳା ମୁତାବିକ ଭୂକମ୍ପର ପ୍ରଥମ ଝଟକା ସକାଳ ୫ଟା ୧୦ ମିନିଟ୍ରେ ଅନୁଭବ ହୋଇଥିଲା । ଭୂକମ୍ପ କେନ୍ଦ୍ର ଧର୍ମଶାଳାର ଧୌଲାଧାରର ପାହାଡ଼ ତଳେ କାଙ୍ଗଡ଼ା ଏବଂ ଚମ୍ବା ଜିଲ୍ଲା ସୀମାବର୍ତୀ କ୍ଷେତ୍ର ଆର୍ଏଫ୍ ଅନ୍ଦ୍ରାଲା ଗ୍ରୋନ୍ରେ ଜମି ସତହରେ ପାଂଚ କିଲୋମିଟର ତଳେ ରହିଥିଲା । ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୨.୮ ମପାଯାଇଛି । ଏହାର କିଛି ମିନିଟ୍ ପରେ ୫ଟା ୧୭ ମିନିଟ୍ରେ ଦ୍ୱିତୀୟ ଝଟକା ଲାଗିଥିଲା । ଏହାର ତୀବ୍ରତା ପୂର୍ବରୁ ଭୂକମ୍ପରୁ ଅଧିକ ୩.୨ ରହିଛି । ଭୂକମ୍ପର କେନ୍ଦ୍ରବିନ୍ଦୁ ଧର୍ମଶାଳାର ଧୌଲାଧାର ପାହାଡ଼ ସ୍ଥିତ ଧାର ଶରୌର କ୍ଷେତ୍ରରେ ଜମି ସତହରେ ପାଂଚ କିଲୋମିଟରର ଗଭୀରରେ ରହିଛି ।