ପୁଣି ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦର! ଆସନ୍ତୁ ଜାଣିବା କେଉଁଠି କେତେ ଦର ରହିଛି?
- ପେଟ୍ରୋଲ ଲିଟର ପିଛା ୨୮ ରୁ ୨୯ ପଇସା ଓ ଡିଜେଲ ଲିଟର ପିଛା ୩୦ରୁ ୩୧ ପଇସା ବୃଦ୍ଧି
- ମାଲକାନିଗିରିରେ ୧୦୦ ଟପିଲା ଉଭୟ ପେଟ୍ରୋଲ ଓ ଡିଜେଲ ଦର
ନୂଆଦିଲ୍ଲୀ : ଆକାଶ ଛୁଆଁ ତୈଳ ଦର । ଦେଶରେ ତେଲଦର ବୃଦ୍ଧିରେ ବିରାମ ଲାଗୁନାହିଁ । ତେଲ କମ୍ପାନିମାନେ ଆଜି ପୁଣିଥରେ ପେଟ୍ରୋଲ ଲିଟର ପିଛା ୨୮ ରୁ ୨୯ ପଇସା ଓ ଡିଜେଲ ଲିଟର ପିଛା ୩୦ରୁ ୩୧ ପଇସା ବୃଦ୍ଧି କରିଛନ୍ତି । ଏହା ଫଳରେ ଦେଶରେ ତେଲଦର ଏକ ନୂଆ ଉଚ୍ଚତାକୁ ଛୁଇଁଛି । ଓଡ଼ିଶାର ମାଲକାନଗିରି ଜିଲ୍ଲାରେ ଉଭୟ ପେଟ୍ରୋଲ ଓ ଡିଜେଲ ଦର ଲିଟର ପିଛା ୧୦୦ ଟଙ୍କା ଟପିଯାଇଛି । ଏହି ଜିଲ୍ଲାରେ ଏବେ ପେଟ୍ରୋଲ ଟ.୧୦୨.୨୩ ଓ ଡିଜେଲ ଟ.୧୦୦.୦୧ ରେ ବିକ୍ରି ହେଉଛି । ଅନ୍ୟପକ୍ଷରେ ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ରେକର୍ଡ ସ୍ତର ଟ.୯୭.୧୬ ରେ ପହଞ୍ଚିଯାଇଛି । ସେହିପରି ଡିଜେଲ ଦର ୯୫.୧୧ ପହଞ୍ଚିଛି । ତେବେ ଭାଟ ଅନୁସାରେ ରାଜ୍ୟର ଅନ୍ୟ ଜିଲ୍ଲାରେ ଦରରେ ତାରତମ୍ୟ ପରିଲକ୍ଷିତ ହେଉଛି । ସେହିପରି ସମ୍ବଲପୁରରେ ପେଟ୍ରୋଲ ଟ୯୭.୭୬ ଓ ଡିଜେଲ ୯୫.୭୦ ରେ ବିକ୍ରି ହେଉଛି । ବାଲେଶ୍ବରରେ ପେଟ୍ରୋଲ ଟ. ୯୭.୧୬ ଓ ଡିଜେଲ ଟ.୯୫.୧୨ରେ ବିକ୍ରି ହେଉଛି ।ଏହି ବୃଦ୍ଧି ପରେ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ଟ୯୬.୪ ଓ ଡିଜେଲ ଲିଟର ପିଛା ୮୭.୨୮ରେ ବିକ୍ରି ହେଉଛି । ସେହିପରି ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ଟ.୧୦୨.୫୮ ଓ ଡିଜେଲ ଲିଟର ପିଛା ୯୪.୭୦ରେ ବିକ୍ରି ହେଉଛି ।
ପ୍ରତିଦିନ ଛଅଟା ବେଳେ ମୂଲ୍ୟ ବଦଳିଯାଏ !
ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ସକାଳ ଛଅଟା ବେଳେ ବଦଳିଯାଏ। ନୂତନ ଦର ସକାଳ ୬ ଟାରୁ ପ୍ରଯୁଜ୍ୟ। ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ଏକ୍ସାଇଜ୍ ଡ୍ୟୁଟି, ଡିଲର କମିଶନ ଏବଂ ଅନ୍ୟାନ୍ୟ ଜିନିଷ ଯୋଡିବା ପରେ ଏହାର ମୂଲ୍ୟ ପ୍ରାୟ ଦ୍ୱିଗୁଣିତ ହୁଏ। ଏହି ମାନଦଣ୍ଡ ଆଧାରରେ ତୈଳ କମ୍ପାନୀଗୁଡିକ ପ୍ରତିଦିନ ପେଟ୍ରୋଲ ଦର ଏବଂ ଡିଜେଲ ଦର ଠିକ୍ କରିବା କାର୍ଯ୍ୟ କରନ୍ତି। ଡିଲରମାନେ ହେଉଛନ୍ତି ପେଟ୍ରୋଲ ପମ୍ପ ଚଳାଉଥିବା ଲୋକ। ଗ୍ରାହକଙ୍କୁ ଟ୍ୟାକ୍ସ ଏବଂ ନିଜର ମାର୍ଜିନ ଯୋଡିବା ପରେ ସେମାନେ ଗ୍ରାହକଙ୍କୁ ଖୁଚୁରା ମୂଲ୍ୟରେ ବିକ୍ରି କରନ୍ତି। ଏହି ମୂଲ୍ୟ ପେଟ୍ରୋଲ ଦର ଏବଂ ଡିଜେଲ ଦରରେ ମଧ୍ୟ ଯୋଡି ହୋଇଛି।
ଜାଣନ୍ତୁ ଆପଣଙ୍କ ସହରରେ ମୂଲ୍ୟ କେତେ?
ଆପଣ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ମଧ୍ୟ ଏସଏମଏସ ମାଧ୍ୟମରେ ଜାଣିପାରିବେ। ଇଣ୍ଡିଆନ୍ ଓଏଲ୍ ୱେବସାଇଟ୍ ଅନୁଯାୟୀ, ଆପଣଙ୍କୁ ଆରଏସପି ଏବଂ ଆପଣଙ୍କ ସିଟି କୋଡ୍ ଲେଖିବାକୁ ପଡିବ ଏବଂ ଏହାକୁ ୯୨୨୪୯୯୨୨୪୯ ନମ୍ବରକୁ ପଠାଇବାକୁ ପଡିବ। ପ୍ରତ୍ୟେକ ସହର ପାଇଁ କୋଡ୍ ଅଲଗା, ଯାହାକୁ ଆପଣ ଆଇଓସିଏଲ ୱେବସାଇଟରୁ ପାଇବେ। ଆଜି ପେଟ୍ରୋଲ-ଡିଜେଲ ଅଧିକ ମହଙ୍ଗା ହେଲା, କେବଳ ଜୁନ୍ ମାସରେ ମୂଲ୍ୟ ଏତେ ବୃଦ୍ଧି ପାଇଲା।
ମେଟ୍ରୋ ସିଟି ଗୁଡ଼ିକରେ ପେଟ୍ରୋଲ ଏବଂ ଡିଜେଲ ଦର ଜାଣନ୍ତୁ ?
ନୂଆଦିଲ୍ଲୀ ପେଟ୍ରେଲ ଦର ରେ ୦.୨୯ ପଇସା ବୃଦ୍ଧି ପାଇ ୯୪.୭୬ ଟଙ୍କା ପ୍ରତି ଲିଟରରେ ପହଞ୍ଚିଛି । ମୁମ୍ବାଇ ସିଟି ପେଟ୍ରେଲ ଦର ରେ ୦.୨୮ ପଇସା ବୃଦ୍ଧି ପାଇ ୧୦୨.୫୮ ଟଙ୍କା ପ୍ରତି ଲିଟରରେ ପହଞ୍ଚିଛି । କୋଲକାତା ପେଟ୍ରେଲ ଦର ରେ ୦.୨୮ ପଇସା ବୃଦ୍ଧି ପାଇ ୯୬.୩୪ ଟଙ୍କା ପ୍ରତି ଲିଟରରେ ପହଞ୍ଚିଛି । ଚେନ୍ନାଇ ପେଟ୍ରେଲ ଦର ରେ ୦.୨୬ ପଇସା ବୃଦ୍ଧି ପାଇ ୯୭.୬୯ ଟଙ୍କା ପ୍ରତି ଲିଟରରେ ପହଞ୍ଚିଛି । ନୂଆଦିଲ୍ଲୀ ଡିଜେଲ ଦର ରେ ୦.୩୦ ପଇସା ବୃଦ୍ଧି ପାଇ ୮୭.୨୮ ଟଙ୍କା ପ୍ରତି ଲିଟରରେ ପହଞ୍ଚିଛି । ମୁମ୍ବାଇ ସିଟି ଡିଜେଲ ଦର ରେ ୦.୩୧ ପଇସା ବୃଦ୍ଧି ପାଇ ୯୪.୭ ଟଙ୍କା ପ୍ରତି ଲିଟରରେ ପହଞ୍ଚିଛି । କୋଲକାତା ଡିଜେଲ ଦର ରେ ୦.୨୯ ପଇସା ବୃଦ୍ଧି ପାଇ ୯୦.୧୨ ଟଙ୍କା ପ୍ରତି ଲିଟରରେ ପହଞ୍ଚିଛି । ଚେନ୍ନାଇ ଡିଜେଲ ଦର ରେ ୦.୨୮ ପଇସା ବୃଦ୍ଧି ପାଇ ୯୧.୯୨ ଟଙ୍କା ପ୍ରତି ଲିଟରରେ ପହଞ୍ଚିଛି ।
ଆସନ୍ତୁ ଜାଣିବା ଜିଲାୱାରୀ ପେଟ୍ରୋଲ ଦର ?
ଅନୁଗୁଳ ୯୮.୪୫, ବାଲେଶ୍ୱର ୯୭.୫୮, ବରଗଡ ୯୮.୪୭, ଭଦ୍ରକ ୯୭.୬୬, ବଲାଙ୍ଗୀର ୯୮.୮୩, ବୌଦ୍ଧ ୯୮.୫୭, କଟକ ୯୭.୬୩, ଦେବଗଡ଼ ୯୮.୨୧, ଢେଙ୍କାନାଳ ୯୭.୬୭, ଗଜପତି ୯୯.୪୧, ଗଞ୍ଜାମ ୯୮.୦୭, ଜଗତସିଂହପୁର ୯୬.୬୫, ଯାଜପୁର ୯୭.୭୩, ଝାରସୁଗୁଡା ୯୭.୧୭, କଳାହାଣ୍ଡି ୯୯.୮୮, କନ୍ଧମାଳ ୯୮.୭୧, କେନ୍ଦ୍ରାପଡା ୯୬.୯୯, କେନ୍ଦୁଝର ୯୯.୦୮, ଖୋର୍ଦ୍ଧା ୯୭.୧୧, କୋରାପୁଟ ୧୦୧.୧୩, ମାଲକାନଗିରି ୧୦୨.୨୩, ମୟୂରଭଞ୍ଜ ୯୮.୫୫, ନବରଙ୍ଗପୁର ୧୦୧.୩୫, ନୟାଗଡ଼ ୯୭.୬୨, ନୂଆପଡ଼ା ୯୯.୪୯, ପୁରୀ ୯୭.୩୯, ରାୟଗଡ଼ା ୧୦୦.୪୭, ସମ୍ବଲପୁର ୯୮.୨୫, ସୋନପୁର ୯୮.୨୭, ସୁନ୍ଦରଗଡ ୯୮.୧୫ ରହିଛି ।
ଆସନ୍ତୁ ଜାଣିବା ଜିଲା ୱାରୀ ଡିଜେଲ ଦର ?
ଅନୁଗୁଳ ୯୬.୩୭, ବାଲେଶ୍ୱର ୯୫.୫୨, ବରଗଡ ୯୬.୩୯, ଭଦ୍ରକ ୯୫.୬୦, ବଲାଙ୍ଗୀର ୯୬.୭୩, ବୌଦ୍ଧ ୯୬.୪୬, କଟକ ୯୫.୫୬, ଦେବଗଡ଼ ୯୬.୧୪, ଢେଙ୍କାନାଳ ୯୫.୬୦, ଗଜପତି ୯୭.୨୭, ଗଞ୍ଜାମ ୯୫.୯୮, ଜଗତସିଂହପୁର ୯୪.୫୯, ଯାଜପୁର ୯୫.୬୩, ଝାରସୁଗୁଡା ୯୫.୧୪, କଳାହାଣ୍ଡି ୯୭.୭୫, କନ୍ଧମାଳ ୯୬.୫୯, କେନ୍ଦ୍ରାପଡା ୯୪.୯୧, କେନ୍ଦୁଝର ୯୬.୯୩, ଖୋର୍ଦ୍ଧା ୯୫.୦୫, କୋରାପୁଟ ୯୮.୯୬, ମାଲକାନଗିରି ୧୦୦.୦୧, ମୟୂରଭଞ୍ଜ ୯୬.୪୬, ନବରଙ୍ଗପୁର ୯୯.୧୭, ନୟାଗଡ଼ ୯୫.୫୫, ନୂଆପଡ଼ା ୯୭.୩୮, ପୁରୀ ୯୫.୩୨, ରାୟଗଡ଼ା ୯୮.୨୯, ସମ୍ବଲପୁର ୯୬.୧୭, ସୋନପୁର ୯୬.୨୦, ସୁନ୍ଦରଗଡ ୯୬.୦୮ ରହିଛି ।