ପ୍ରଥମ ଦିନିକିଆ : ଶ୍ରୀଲଙ୍କାକୁ ୬୭ ରନରେ ହରାଇଲା ଭାରତ
ଗୁଆହାଟୀ : ଗୁଆହାଟୀଠାରେ ଖେଳାଯାଇଥିବା ପ୍ରଥମ ଦିନିକିଆରେ ଶ୍ରୀଲଙ୍କାକୁ ୬୭ ରନରେ ହରାଇ ଦେଇଛି ଭାରତ । ଭାରତ ଦ୍ବାରା ରକ୍ଷା ଯାଇଥିବା ୩୭୪ ରନର ବିଶାଳ ଲକ୍ଷ୍ୟ ଜବାବରେ ଶ୍ରୀଲଙ୍କା ଦଳ ୮ ଓ୍ବିକେଟରେ ୩୦୬ରନ କରିପାରିଥିଲା । ମଧ୍ୟକ୍ରମ ବ୍ୟାଟ୍ସମ୍ୟାନମାନେ ବିଫଳ ହେବା ସତ୍ତ୍ବେ ଦାସୁନ ସନକାଙ୍କ ଲଢୁଆ ଶତକ ଫଳରେ ଶ୍ରୀଲଙ୍କା ଭାରତକୁ ଦୃଢ ଜବାବ ଦେଇଥିଲା । ସନକା ୧୦୮ ରନ କରି ଅପରାଜିତ ରହିଥିଲେ । ସେହିପରି ଓରପନର ପ୍ରଥୁମ ନିଶଙ୍କା ୭୨ ରନ ଓ ଧନଞ୍ଜୟ ଡିସିଲଭା ୪୭ ରନ କରିଥିଲେ । ଭାରତ ପକ୍ଷରୁ ଉମରାନ ମଲ୍ଲିକ ୩ଟି ଓ ମହମ୍ମଦ ସିରାଜ ୨ଟି ଓ୍ବିକେଟ ନେଇଥିଲେ । ମହମ୍ମଦ ସମି, ଯଜବେନ୍ଦ୍ର ଚହଲ ଓ ହାର୍ଦ୍ଦିକ ପାଣ୍ଡ୍ୟା ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।
ଏହି ମ୍ୟାଚରେ ଶ୍ରୀଲଙ୍କା ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଭାରତ ପକ୍ଷରୁ ରୋହିତ ଶର୍ମା ୮୩ ରନ, ଶୁଭମନ ଗିଲ ୭୦ ରନ କରିଥିବାବେଳେ କେଏଲ ରାହୁଲ ୩୯ ରନ ଓ ଶ୍ରେୟସ ଆୟର ୨୩ରନ କରିଥିଲେ । ବିରାଟ କୋହଲି ୧୧୩ ରନ କରି ଆଉଟ ହୋଇଥିଲେ । ଶ୍ରୀଲଙ୍କା ପକ୍ଷରୁ କାସୁନ ରଜିଥା ୩ଟି ଓ୍ବିକେଟ ନେଇଥିଲେ । ଏହି ବିଜୟ ପରେ ଭାରତ ୩ ଟିକିଆ ଦିନିକିଆ ସିରିଜରେ ୧-୦ରେ ଆଗୁଆ ହୋଇଯାଇଛି ।
ଭାରତୀୟ କ୍ରିକେଟ୍ ଦଳ ଦିନିକିଆ କ୍ରିକେଟ୍ରେ ଏକ ନୂତନ ରେକର୍ଡ ନିଜ ନାମରେ କରିଛନ୍ତି। ଭାରତ ଶ୍ରୀଲଙ୍କା ବିପକ୍ଷରେ ଏହି ଉପଲବ୍ଧି ହାସଲ କରିଛି। ଭାରତ ରେକର୍ଡ ୯ମ ଥର ଶ୍ରୀଲଙ୍କା ବିପକ୍ଷରେ ଦିନିକିଆରେ ୩୫୦ରୁ ଅଧିକ ସ୍କୋର କରିଛି। ଭାରତ ଏହି ମାମଲାରେ ଅଷ୍ଟ୍ରେଲିଆକୁ ପଛରେ ପକାଇ ଦେଇଛି। ଅଷ୍ଟ୍ରେଲିଆ ଭାରତ ବିପକ୍ଷରେ ୮ଥର ୩୫୦ରୁ ଉର୍ଦ୍ଧ୍ଵ ସ୍କୋର କରିଛି। ପ୍ରଥମ ଦିନିକିଆରେ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୭ ଓ୍ଵିକେଟ୍ ହରାଇ ୩୭୩ ରନର ବିଶାଳ ସ୍କୋର କରିଛି। ଭାରତ ପକ୍ଷରୁ ବିରାଟ କୋହଲି ୧୧୩ ରନର ଶତକୀୟ ଇନିଂସ ଖେଳିଥିବା ବେଳେ ଅଧିନାୟକ ରୋହିତ ଶର୍ମା ୮୩ ରନ ଏବଂ ଶୁବମାନ ଗିଲ୍ ୭୦ ରନର ଉପଯୋଗୀ ଇନିଂସ ଖେଳିଛନ୍ତି। ଦିନିକିଆ କ୍ରିକେଟ୍ରେ ଭାରତ ୯ମ ଥର ୩୫୦ରୁ ଅଧିକ ସ୍କୋର କରିଛନ୍ତି। ଏଥିସହ ଭାରତ ନୂତନ ବିଶ୍ଵ ରେକର୍ଡ ନିଜ ନାମରେ କରିଛି।ଏହା ପୂର୍ବରୁ ଅଷ୍ଟ୍ରେଲିଆ ଭାରତ ବିପକ୍ଷରେ ଦିନିକିଆରେ ୮ଥର ୩୫୦ରୁ ଉର୍ଦ୍ଧ୍ଵ ସ୍କୋର କରିଥିଲା।