ହକି ବିଶ୍ୱକପ୍ ୨୦୨୩ : ନୂଆ ପିଚ୍ ଉପରେ ଅନୁଷ୍ଠିତ ହେବ ମ୍ୟାଚ୍
ଭୁବନେଶ୍ୱର : ୨୦୨୩ ହକି ବିଶ୍ୱକପର ଆୟୋଜକ ରହିଛି ଓଡ଼ିଶା। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ସହିତ ରାଉରକେଲାର ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମରେ ଏହା ଆୟୋଜନ କରାଯିବ। ଜାନୁଆରୀ ୧୩ ରୁ ୨୯ ପର୍ଯ୍ୟନ୍ତ ଏହି ଦୁଇଟି ସ୍ଥାନରେ ଖେଳାଯିବ ମ୍ୟାଚ ।
କଳିଙ୍ଗ ଷ୍ଟାଡିୟମରେ ଉଭୟ ମୁଖ୍ୟ ପିଚ୍ ଏବଂ ଅଭ୍ୟାସ ପିଚ୍ ନୂତନ ଭାବେ ରଖାଯାଇଥିବାବେଳେ ବିର୍ସା ମୁଣ୍ଡା ଷ୍ଟାଡିୟମରେ ଆନ୍ତର୍ଜାତୀୟ ହକି କାଉନସିଲ୍ (ଏଫ୍ଆଇଏଚ୍) ଦ୍ୱାରା ପ୍ରମାଣିତ ନୂତନ ପିଚ୍ରେ ମ୍ୟାଚ୍ ଖେଳାଯିବ। ହକି ଇଣ୍ଡିଆ ଏକ ବିବୃତ୍ତିରେ କହିଛି ଯେ ହକିର ଅନେକ ଐତିହାସିକ ମ୍ୟାଚର ସାକ୍ଷୀ ରହିଥିବା ବିର୍ସା ମୁଣ୍ଡା ହକି ଷ୍ଟାଡିୟମ ରାଉରକେଲା ଏବଂ କଳିଙ୍ଗ ହକି ଷ୍ଟାଡିୟମ ଭୁବନେଶ୍ୱରରେ ଏହି ମ୍ୟାଚଗୁଡ଼ିକ ଖେଳାଯିବ।
ଆୟୋଜକ ଭାରତ ସମେତ ଏହି ପ୍ରତିଯୋଗିତାରେ ବିଶ୍ୱର ୧୬ ଟି ଦଳ ଅଂଶଗ୍ରହଣ କରିବେ । ଏହି ୧୬ ଟି ଦଳ ଚାରୋଟି ପୁଲରେ ବିଭକ୍ତ । ଭାରତ ପୁଲ୍ ଡିରେ ଅଛି ଯେଉଁଠାରେ ଏହା ଇଂଲଣ୍ଡ, ସ୍ପେନ୍ ଏବଂ ୱେଲ୍ସ ସହିତ ମୁହାଁମୁହିଁ ହେବ । ପ୍ରତ୍ୟେକ ପୁଲର ଶୀର୍ଷ ଦଳ ସିଧାସଳଖ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିବେ ଯେତେବେଳେ ଚାରୋଟି ପୁଲର ୮ଟି ଦଳ କ୍ରସ୍ ଓଭର ମ୍ୟାଚ୍ ଖେଳି ଶେଷ ୮ଟିରେ ପ୍ରବେଶ କରିବେ ।
ପୁଲ୍ ବିରେ ଆର୍ଜେଣ୍ଟିନା, ଅଷ୍ଟ୍ରେଲିଆ, ଫ୍ରାନ୍ସ ଏବଂ ଦକ୍ଷିଣ ଆଫ୍ରିକା ପୁଲ୍ ଏ, ବେଲଜିୟମ୍, ଜର୍ମାନୀ, କୋରିଆ ଏବଂ ଜାପାନ ପୁଲ୍ ବି ଏବଂ ନେଦରଲ୍ୟାଣ୍ଡ, ମାଲେସିଆ, ନ୍ୟୁଜିଲ୍ୟାଣ୍ଡ ଏବଂ ଚିଲି ପୁଲ୍ ସିରେ ଅଛନ୍ତି। ଭୁବନେଶ୍ୱରରେ କ୍ରସଓଭର, କ୍ୱାର୍ଟର ଫାଇନାଲ, ସେମିଫାଇନାଲ ଏବଂ ଫାଇନାଲ ସମେତ ମୋଟ ୨୪ ଟି ମ୍ୟାଚ୍ ଆୟୋଜିତ ହେବ । ରାଉରକେଲାରେ ୨୦ ଟି ମ୍ୟାଚ୍ ଖେଳାଯିବ । ଏଥି ମଧ୍ୟରେ ୧୩ ଏବଂ ୧୬ ଜାନୁଆରୀରେ ହେବାକୁ ଥିବା ଭାରତର ପ୍ରଥମ ଦୁଇଟି ଲିଗ୍ ମ୍ୟାଚ୍ ଅନ୍ତର୍ଭୁକ୍ତ ।