‘ଶିଶିର ସରସ’ରେ ଦେଖିବେ ହକି ପୁରୁଷ ବିଶ୍ୱକପର ସିଧାପ୍ରସାରଣ
ଭୁବନେଶ୍ୱର : ଆଉ କିଛି ଦିନ ପରେ ରାଜଧାନୀ ଭୁବନେଶ୍ୱରରେ ଆୟୋଜିତ ହେବାକୁ ଯାଉଛି ହକି ପୁରୁଷ ବିଶ୍ୱକପ । ତେବେ ଏହା ପୂର୍ବରୁ ରାଜଧାନୀବାସୀଙ୍କୁ ବିମୋହିତ କରିବା ପାଇଁ ଭୁବନେଶ୍ୱରେ ଅନୁଷ୍ଠିତ ହେବାକୁ ଯାଉଛି ଶିଶିର ସରସ ମେଳା । ଆସନ୍ତା ଜାନୁୟାରୀ ୧୩ ତାରିଖରୁ ୨୯ ତାରିଖ ପର୍ଯ୍ୟନ୍ତ ଜମିବ ଏହି ଆସର । ଆଉ ଏହାକୁ ମନଖୋଲି ଉପଭୋଗ କରିବେ ରାଜଧାନୀ ବାସୀ ଆଉ ଏଠାକୁ ଆସୁଥିବା ପର୍ଯ୍ୟଟକ ।କେବଳ ହକି ନୁହେଁ ବରଂ ଏହା ସହିତ ମେଳା ବୁଲିବାର ମଧ୍ୟ ମଜା ଉଠାଇ ପାରିବେ ଦର୍ଶକ । ଭଳି କି ଭଳି ଖାଇବା ସହିତ ବିଭନ୍ନ ରାଜ୍ୟର ହସ୍ତତନ୍ତ,ହସ୍ତଶିଳ୍ପ,ବିଭିନ୍ନ ପ୍ରକାରର ସାମଗ୍ରୀ କିଣିବାର ମଉକା ମଧ୍ୟ ପାଇବେ । ସନ୍ଧ୍ୟାରେ ଲୋକାମାନଙ୍କୁ ଝୁମେଇବା ପାଇଁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରାଯିବ ।
ତେବେ ଚଳିତବର୍ଷ ଶିଶିର ମେଳା ଟିକିଏ ଭିନ୍ନ ରୂପରେ ଆୟୋଜିତ ହେବାକୁ ଯାଉଛି । ଏହା ପୂର୍ବପରି ପ୍ରଦର୍ଶନୀ ପଡିଆରେ ବଦଳରେ ଏଥର ବରମୁଣ୍ଡା ସ୍ଥିତ ବିଜୁ ପଟ୍ଟନାୟକ ପଡିଆରେ ଆୟୋଜିତ ହେବ । ଏହା ସହ ମେଳାରେ ରାଜ୍ୟ ୩୦ଟି ଜିଲ୍ଲାରୁ ଏସଏଚଜି ମାନଙ୍କ ଦ୍ୱାରା ନିର୍ମିତ ହାତ ସାମଗ୍ରୀ ଏବଂ ୨୬ଟି ରାଜ୍ୟର ହସ୍ତତନ୍ତ,ହସ୍ତଶିଳ୍ପ ଏବଂ ଖାଦ୍ୟ ସାମଗ୍ରୀ ମାନ ବିକ୍ରି କରାଯିବ । କେବଳ ଏତିକି ନୁହେଁ ପର୍ଯ୍ୟଟକଙ୍କ ମାନଙ୍କ ପାଇଁ ସୁସ୍ୱାଦ ଫୁଡକୋର୍ଟ ସହ ସେଲଫି ପଏଣ୍ଟ, ଓପନ କୁଇଜ ,ଡ୍ରଇଂ ପ୍ରତିଯୋଗୀତା ମଧ୍ୟ ଆୟୋଜିତ ହେବ ।
ହକି ବିଶ୍ୱକପ ପାଇଁ ରାସ୍ତା କଡରେ ସମସ୍ତ ଠେଲା ଦୋକାନ ମାନଙ୍କୁ ସ୍ଥାନାନ୍ତରିତ କରାଯାଇଛି । ତେଣୁ ପର୍ଯ୍ୟଟକ ମାନେ ଏହି ଶିଶିର ମେଳାରେ ଆସି ଖାଇବାର ମଜା ଉଠାଇ ପାରିବେ । ସେହିପରି ଜିଲ୍ଲାସ୍ତରରେ ମଧ୍ୟ ହକ ବିଶ୍ୱକପ ପାଇଁ ଓରମାସ ଜିଲ୍ଳା ମୁଖ୍ୟାଳୟରେ ପଲ୍ଲିଶ୍ରୀ ମେଳାର ମଧ୍ୟ ଆୟୋଜନ କରାଯିବ । ତେବେ ଏହାକୁ ନେଇ ଗତକାଲି ଏକ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ଭୁବନେଶ୍ୱର ଟ୍ରାଫିକ ଓ ପୋଲିସର ବରିଷ୍ଠ ଅଧିକାରୀ ବିଏମସି,ବିଡିଏ,ୱାଟକୋ,ନାବାର୍ଡ,ମିଶନଶକ୍ତି ବିଭାଗ,ଇମେଜ ଓ ଟ୍ରାଇଫେଡ ସହ ବିଭିନ୍ନ ସରାକାରୀ ଏବଂ ଘରୋଇ ବ୍ୟାଙ୍କର ବରିଷ୍ଠ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ ।