ମରଣାନ୍ତକ ଆକ୍ରମଣ ଘଟଣା ! ଏସଡିପିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପିଲାଙ୍କୁ ଧରି ଧାରଣାରେ ଦମ୍ପତ୍ତି
ଚାନ୍ଦବାଲି : ଭଦ୍ରକ ଜିଲା ତିହିଡି ଥାନା ସୟା ପଞ୍ଚାୟତ ଅଧିନ ଧୂଳିପଦା ଗାଁରେ ଜମିବାଡିକୁ କେନ୍ଦ୍ରକରି ଉମେଶ ଚନ୍ଦ୍ର ସାହୁ ଓ ତାଙ୍କ ଭାଇଙ୍କ ମଧ୍ୟରେ ବିବାଦ । ବିବାଦ ଉଗ୍ରରୂପ ନେଇଥିବା ବେଳେ ଉମେଶ ଓ ତାଙ୍କ ସ୍ତ୍ରୀ ସ୍ନେହଲତାଙ୍କ ଉପରେ ମରଣାନ୍ତକ ଆକ୍ରମଣ କରାଯାଇଥିଲା । ଏନେଇ ତିହିଡି ଥାନାରେ ମାମଲା ରୁଜୁ ହୋଇଥିଲା । ଘଟଣାକୁ ଦୀର୍ଘ ଦେଢମାସ ବିତିଥିଲେ ହେଁ ଦମ୍ପତ୍ତିଙ୍କୁ ନ୍ୟାୟ ମିଳି ନାହିଁ । ଏପରିକି ସେହି ଘଟଣା ଦିନଠୁ ଏମାନଙ୍କ ଘରେ ତାଲା ବି ପଡିଛି । ଏବେ ସେମାନେ ବାସହରା ହୋଇପଡିଛନ୍ତି । ପୋଲିସ ଠାରୁ ନ୍ୟାୟ ନପାଇବାରୁ ସେମାନେ ଘରେ ରହି ପାରୁ ନାହାଁନ୍ତି । ଦୁଇ ପିଲାଙ୍କ ପାଠପଢା ବନ୍ଦ ହୋଇଯାଇଛି । ଶେଷରେ ବାଧ୍ୟହୋଇ ଅନ୍ୟ ଉପାୟ ନପାଇ ଚାନ୍ଦବାଲି ଏସଡିପିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପିଲାମାନଙ୍କୁ ଧରି ଧାରଣାରେ ବସିଛନ୍ତି ଉଭୟ ଦମ୍ପତ୍ତି।