ଓଡ଼ିଶାରେ ୯୮% ଓମିକ୍ରନ ଭୂତାଣୁ ଚିହ୍ନଟ : ଆଇଏସ୍ଏଲ
ଭୁବନେଶ୍ୱର: ଓଡ଼ିଶାରେ ୯୮ ପ୍ରତିଶତ ଓମିକ୍ରନ୍ ଭୂତାଣୁ ଚିହ୍ନଟ ହୋଇଛି । ଭୁବନେଶ୍ୱର ସ୍ଥିତ ଆଇଏସ୍ଏଲର ଅନୁସନ୍ଧାନରୁ ଏହି ତଥ୍ୟ ମିଳିଛି । ସୂଚନା ଅନୁସାରେ ଆଏଏସ୍ଏଲ୍ ପକ୍ଷରୁ ୨୪୧ଟି ନମୁନାକୁ ନେଇ ଅନୁଧ୍ୟାନ କରାଯାଇଥିଲା । ଏଥିରୁ ୨୩୫ଟି ନମୁନା ଓମିକ୍ରନ୍ ଭୂତାଣୁ ଚିହ୍ନଟ ହୋଇଥିବା ବେଳେ ଡେଲ୍ଟା ବର୍ଗରେ ୨ ପ୍ରତିଶତ ଅର୍ଥାତ ୬ଟି ନମୁନା ଥିଲା ।
ଆଇଏସ୍ଏଲ୍ ପକ୍ଷରୁ କୁହାଯାଇଛି ଯେ, ଗତ ଜାନୁଆରି ୨୭ ତାରିଖ ଠାରୁ ଫେବ୍ରୁଆରି ୪ ତାରିଖ ମଧ୍ୟରେ ନମୁନାଗୁଡ଼ିକ ସଂଗ୍ରହ କରାଯାଇ ଥିଲା । ୨୩୫ଟି ଓମିକ୍ରନ୍ ଭୂତାଣୁରୁ ବିଏ.୧ ବର୍ଗରେ ୬ଟି, ବିଏ.୧.୧ ବର୍ଗରେ ୧୨ଟି ଓ ବିଏ୨ ବର୍ଗରେ ୨୧୭ଟି ଚିହ୍ନଟ ହୋଇଛି ।