କର୍ଣ୍ଣାଟକର ୮୬୫ ମରାଠୀ ଭାଷୀ ଗାଆଁ ମହାରାଷ୍ଟ୍ରରେ ସାମିଲ ହେବ
ବିଧାନସଭାରେ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ପ୍ରସ୍ତାବ ଦେଲେ, ଏକମତରେ ମିଳିଲା ମଂଜୁରୀ
ମୁମ୍ବାଇ : ମହାରାଷ୍ଟ୍ର ବିଧାନସଭାରେ କର୍ଣ୍ଣାଟକର ୮୬୫ ମରାଠୀ ଭାଷୀ ଗାଆଁକୁ ମହାରାଷ୍ଟ୍ରରେ ସାମିଲ ହେବାର ପ୍ରସ୍ତାବରେ ଏକମତରେ ମଞ୍ଜୁର କରାଯାଇଛି । ବିଧାନସଭା ଅଧିବେଶନ ସମୟରେ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ କର୍ଣ୍ଣାଟକର ୮୬୫ ମରାଠୀ ଭାଷୀ ଗାଆଁକୁ ମହାରାଷ୍ଟ୍ରରେ ସାମିଲ କରାଯିବାର ପ୍ରସ୍ତାବ କରାଯାଇଛି । ଏହା ଉପରେ ଚର୍ଚ୍ଚା ପରେ ଏକମତରେ ମଞ୍ଜୁରୀ ଦିଆଯାଇଛି । ମୁଖ୍ୟମନ୍ତ୍ରୀ ଶିନ୍ଦେ ମଙ୍ଗଳବାର ଦିନ ବିଧାନସଭାରେ କହିଛନ୍ତି ଯେ କୌଣସି ପରିସ୍ଥିତିରେ ମହାରାଷ୍ଟ୍ରର ବେଲଗାମ, କାରବାର, ନିପାନୀ, ଭାଲକୀ, ବିଦର ସହର ଏବଂ କର୍ଣ୍ଣାଟକର ୮୬୫ ମରାଠୀ ଭାଷୀ ଗାଆଁକୁ ସାମିଲ କରିବା ପାଇଁ ସମସ୍ତ ଆବଶ୍ୟକ କାନୁନ କାର୍ଯ୍ୟାନୁଷ୍ଠାନ ସୁପ୍ରିମ କୋର୍ଟରେ କରାଯିବ ।