କଟକରେ କାର୍ଯ୍ୟକ୍ଷମ ହେବ ୯ଟି ଇକମୋ ମେସିନ
ଭୁବନେଶ୍ୱର : କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଚଲାଇଛନ୍ତି । ସରକାର ସର୍ବସାଧାରଣ ଲୋକଙ୍କର ସ୍ୱାସ୍ଥ୍ୟକୁ ଗୁରୁତ୍ୱ ଦେଉଛନ୍ତି । କରୋନା ସଂକ୍ରମିତ ଗୁରୁତର ଆକ୍ରାନ୍ତଙ୍କ ଚିକିତ୍ସା ଲାଗି ଇକ୍ମୋ ମେସିନ ପ୍ରତିଷ୍ଠା କରୁଛନ୍ତି । କେବଳ କଟକରେ ୯ଟି ଇକମୋ ମେସିନ କାର୍ଯ୍ୟକ୍ଷମ ହେବ ବୋଲି ଡିଏମ୍ଇଟି ସିବିକେ ମହାନ୍ତି ସୂଚନା ଦେଇଛନ୍ତି ।
ଡିଏମ୍ଇଟି କହିଛନ୍ତି ଯେ, ଗତକାଲି ଏସ୍ସିବିକୁ ଗୋଟିଏ ଇକମୋ ମେସିନ ଆସି ପହଂଚିଛି । ବାକି ସବୁ ଜୁଲାଇ ଶେଷ ସୁଦ୍ଧା ଆସି ପହଂଚିବ । ଅଗଷ୍ଟ ୧୫ରେ ଏଗୁଡ଼ିକ ପୁରା କାର୍ଯ୍ୟକ୍ଷମ ହୋଇଯିବ । ଏହି ମେସିନ ପରିଚାଳନା ପାଇଁ ଟ୍ରେନିଂ ଚାଲିଛି ଓ ବିଶେଷଜ୍ଞମାନଙ୍କୁ ନିଯୁକ୍ତି ଦିଆଯିବ ।