ରାଜ୍ୟରେ ଖୁବଶୀଘ୍ର ନିଯୁକ୍ତି ପାଇବେ ୭ହଜାର ୨୭୬ ମେଡିକାଲ୍ ଅଫିସର, ଓପିଏସସି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ
ଭୁବନେଶ୍ୱର : ରାଜ୍ୟରେ ଖୁବଶୀଘ୍ର ନିଯୁକ୍ତି ପାଇବେ ୭ହଜାର ୨୭୬ମେଡିକାଲ୍ ଅଫିସର । ଓଡ଼ିଶା ଲୋକସେବା ଆୟୋଗ(ଓପିଏସସି) ଦ୍ୱାରା ଚୟନ ପ୍ରକ୍ରିୟା ଅନୁଷ୍ଠିତ ହେବାକୁ ଥିବାବେଳେ ଆୟୋଗ ପକ୍ଷରୁ ଚୟନ ପ୍ରକ୍ରିୟା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ସାଧାରଣ ବର୍ଗରେ ୨୫୦୦, ଏସଇବିସିରେ ୭୧୪, ଅନୁସୂଚିତ ଜାତି ବର୍ଗରେ ୧୫୯୭ ଓ ଜନଜାତି ବର୍ଗରେ ୨୪୬୫ଟି ପଦ ପୂରଣ ହେବ ।
ଏଥିଲାଗି ଆବେଦନ ପ୍ରକ୍ରିୟା ଆସନ୍ତା ଅଗଷ୍ଟ ୧୮ରୁ ଆରମ୍ଭ ହେବ । ସେପ୍ଟେମ୍ବର ୧୮ ତାରିଖ ସୁଦ୍ଧା ଆଶାୟୀ ଆବେଦନ କରିବାକୁ ଥିବାବେଳେ ଆବେଦନ ପାଇଁ ଆଶାୟୀଙ୍କୁ କୌଣସି ଫି’ ଦେବାକୁ ପଡ଼ିବ ନାହିଁ । ୨୧ରୁ ୩୮ବର୍ଷ ବୟସ ମଧ୍ୟରେ ଏମବିବିଏସ୍ ଉତ୍ତୀର୍ଣ୍ଣ ଆଶାୟୀ ପ୍ରାର୍ଥୀ ଏହି ପଦ ଲାଗି ଆବେଦନ କରିବାକୁ ଥିବାବେଳେ ରାଜ୍ୟ ସରକାରଙ୍କ ଗ୍ରୁପ-ଏ କନିଷ୍ଠ ବର୍ଗରେ ସେମାନେ ନିଯୁକ୍ତି ପାଇବେ । ଆବେଦନ ସମ୍ପର୍କିତ ସମସ୍ତ ତଥ୍ୟ ଛାତ୍ରଛାତ୍ରୀ www.opsc.gov.in ମାଧ୍ୟମରେ ପାଇ ପାରିବେ ବୋଲି ଓପିଏସସି ଦର୍ଶାଇଛି ।