୮ ଦିନରେ ୭ଥର ! ଆଜି ପେଟ୍ରୋଲ ଲିଟର ପିଛା ୮୫ ପଇସା ଓ ଡିଜେଲ ୭୪ ପଇସା ବୃଦ୍ଧି
ନୂଆଦିଲ୍ଲୀ : ବେଲଗାମ ତେଲଦର । ଲଗାତର ଭାବେ ବଢିଚାଲିଛି ଦର । ଲଗାତାର ୧୩୭ ଦିନ ଧରି ଦେଶରେ ପେଟ୍ରୋଲ ଓ ଡିଜେଲ ଦର ସ୍ଥିର ରହିବା ପରେ ପୁଣି ମାର୍ଚ୍ଚ ୨୨ ତାରିଖରୁ ମୂଲ୍ୟବୃଦ୍ଧି ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି କ୍ରମରେ ମଙ୍ଗଳବାର ସପ୍ତମ ଦିନ ପେଟ୍ରୋଲ ୮୦ ପଇସା ଓ ଡିଜେଲ ଦର ବୃଦ୍ଧି ୭୦ ପଇସା ଲେଖାଏଁ ବଢ଼ିଛି । ଫଳରେ ଚାରି ଦିନରେ ଲିଟରପିଛା ଡିଜେଲ ଓ ପେଟ୍ରୋଲ ଦର ୫ ଟଙ୍କା ପାଖାପାଖି ମହଙ୍ଗା ହୋଇଛି ।
ଆଜି ମଧ୍ୟ ସମଗ୍ର ଦେଶରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇଛି । ଭୁବନେଶ୍ୱରରେ ଆଜି ପେଟ୍ରୋଲ ଲିଟର୍ ପିଛା ୮୫ ପଇସା ଓ ଡିଜେଲ ଲିଟର ପିଛା ୭୪ ପଇସା ବଢ଼ିଛି । ଏହାଫଳରେ, ରାଜଧାନୀରେ ପେଟ୍ରୋଲ ଲିଟର ପିଛା ଦର ହେଲା ୧୦୭.୧୧ ଓ ଡିଜେଲ୍ ୯୬.୮୩ ଟଙ୍କା । ଏଣେ ପେଟ୍ରୋଲ ଓ ଡିଜେଲ୍ ଦାମ୍ ସାରା ଦେଶରେ ଲିଟର ପିଛା ପେଟ୍ରୋଲ ୮୦ ପଇସା ଓ ଡିଜେଲ୍ ଲିଟର ପିଛା ୭୦ ପଇସା ବୃଦ୍ଧି ପାଇଛି । ଏବେ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ଦର ୧୦୦.୨୧ ଓ ଡିଜେଲ୍ ଲିଟର ପିଛା ଦର ୯୧.୪୭ ଟଙ୍କା ହୋଇଥିବା ଜଣାଯାଇଛି । ସମଗ୍ର ଦେଶରେ ଗୋଟିଏ ସପ୍ତାହରେ ୪.୮୦ ଟଙ୍କା ବୃଦ୍ଧି ପାଇଛି । ମାର୍ଚ୍ଚ ୨୨ ତାରିଖରୁ ତୈଳ ଦର ବଢିଛି । ଗତ ୮ ଦିନରେ ୭ ଥର ବୃଦ୍ଧି ଘଟିଛି । ଗତ ୮ ଦିନରେ ଭୁବନେଶ୍ୱରରେ ପେଟ୍ରୋଲ ଦାମ ଲିଟର ପିଛା ୫.୧୩ ଓ ଡିଜେଲ ଲିଟର ପିଛା ୫.୦୯ ଟଙ୍କା ବୃଦ୍ଧି ପାଇଛି ।
ପୂର୍ବରୁ ଗତ ମଙ୍ଗଳବାର, ବୁଧବାର, ଶୁକ୍ରବାର, ଶନିବାର, ରବିବାର ଓ ସୋମବାର ଦିନ ଉପରୋକ୍ତ ଇନ୍ଧନ ଦର ବୃଦ୍ଧି ପାଇଥିଲା । ଭାରତରେ ପେଟ୍ରୋଲ୍ ଏବଂ ଡିଜେଲ୍ ମୂଲ୍ୟ ଇନ୍ଧନର ଚାହିଦା, ଡଲାର୍ ତୁଳନାରେ ଭାରତୀୟ ମୁଦ୍ରାର ମୂଲ୍ୟ ଏବଂ ତେ?ଳଶୋଧନାଗାରର ବ୍ୟବହାର ଉପରେ ନିର୍ଭର କରେ । ଏହାଛଡ଼ା, ‘ଭାଟ୍’ ଏବଂ ପରିବହନ ମୂଲ୍ୟ ଆଧାରରେ ରାଜ୍ୟ ରାଜ୍ୟ ମଧ୍ୟରେ ଇନ୍ଧନ ମୂଲ୍ୟରେ ତଫାତ୍ ଦେଖା ଦେଇଥାଏ । ଉଲ୍ଲେଖଯୋଗ୍ୟ, ୨୦୨୧ ନଭେମ୍ବର ୪ ତାରିଖରେ କେନ୍ଦ୍ର ସରକାର ପେଟ୍ରୋଲ୍ ଉପରୁ ଟ.୫/- ଏବଂ ଡିଜେଲ୍ ଉପରୁ ଟ.୧୦/- ଉତ୍ପାଦ ଶୁଳ୍କ ହ୍ରାସ କରିଥିଲେ । କେନ୍ଦ୍ର ସରକାରଙ୍କ ଏହି ପଦକ୍ଷେପ ପରେ ପରେ କେତେକ ରାଜ୍ୟ ସରକାର ମଧ୍ୟ ପେଟ୍ରୋଲ୍ ଓ ଡିଜେଲ୍ ଦର ଉପରୁ ‘ଭାଟ୍’ ହ୍ରାସ କରିବା ଫଳରେ ମୋଟୋ?ର୍ ଯାନ ମାଲିକମାନେ ଆଶ୍ୱସ୍ତ ହୋଇଥିଲେ ।