ଭାରତର ଏଭଳି ୬ଟି ପର୍ଯ୍ୟଟନସ୍ଥଳୀ, ଯେଉଁଠିକୁ କେବଳ ବିଦେଶୀଙ୍କୁ ମିଳିଥାଏ ଅନୁମତି
ଭାରତରେ ଭ୍ରମଣ କରିବା ପାଇଁ ଅନେକ ସ୍ଥାନ ଅଛି, ଯେଉଁଠାରେ ପ୍ରତିବର୍ଷ ବହୁ ସଂଖ୍ୟକ ଲୋକ ବୁଲିବାକୁ ଆସନ୍ତି । କିନ୍ତୁ ଆପଣ ଜାଣନ୍ତି କି ଆପଣଙ୍କ ଦେଶରେ ଏପରି କିଛି ସ୍ଥାନ ଅଛି ଯେଉଁଠାରେ ଦେଶର ନାଗରିକଙ୍କୁ ସେଠାରେ ଯିବାର କୌଣସି ଅନୁମତି ନାହିଁ । ଅର୍ଥାତ୍ କେବଳ ଦେଶର ଲୋକମାନେ ସେଠାକୁ ଯାଇପାରିବେ ନାହିଁ ଓ କେବଳ ବିଦେଶୀ ପର୍ଯ୍ୟଟକମାନେ ଏହି ସ୍ଥାନଗୁଡିକ ଭ୍ରମଣ କରିପାରିବେ । ଆସନ୍ତୁ ସେଗୁଡ଼ିକ ବିଷୟରେ ଜାଣିବା…
ୟୁନୋ-ଇନ୍-ହୋଟେଲ ବେଙ୍ଗାଲୁରୁ :
ବେଙ୍ଗାଲୁରୁ ସହରରେ ଏପରି ଏକ ସ୍ଥାନ ଅଛି ଯେଉଁଠାରେ କେବଳ ଭାରତୀୟ ଯାଇପାରିବେ ନାହିଁ । ଏହି ସ୍ଥାନଟି ୟୁନୋ-ଇନ୍ ନାମକ ଏକ ହୋଟେଲ । ସହରର ଏହି ହୋଟେଲ ୨୦୧୨ ମସିହାରେ ନିର୍ମାଣ ହୋଇଥିଲା । ଏହି ହୋଟେଲକୁ କେବଳ ଜାପାନୀ ଲୋକମାନେ ଯାଇପାରିବେ । ଏହି ହୋଟେଲରେ ଭାରତୀୟଙ୍କ ପାଇଁ ଏଣ୍ଟ୍ରି ନଥିଲା । ହୋଟେଲ ଆରମ୍ଭ ହେବାର ଦୁଇ ବର୍ଷ ପରେ ଜାତିଗତ ଭେଦଭାବ ଅଭିଯୋଗ ଯୋଗୁଁ ଏହି ହୋଟେଲ ବନ୍ଦ କରିଦିଆଯାଇଥିଲା ।
ଫ୍ରି କାସୋଲ କାଫେ, ହିମାଚଳ ପ୍ରଦେଶ :
ହିମାଚଳ ପ୍ରଦେଶର କାସୋଲରେ ଅବସ୍ଥିତ ଫ୍ରି କାସୋଲ କାଫେରେ ଭାରତୀୟଙ୍କ ପ୍ରବେଶ ନିଷେଧ । ଏହି କାଫେ ଇସ୍ରାଏଲର ମୂଳ ଲୋକଙ୍କ ଦ୍ୱାରା ପରିଚାଳିତ । ୨୦୧୫ ମସିହାରେ କାଫେ ଜଣେ ଭାରତୀୟ ମହିଳାଙ୍କ ସର୍ଭ କରିବାକୁ ମନା କରିଦେଇଥିଲା । କାଫେ କହିଥିଲା ଯେ ସେମାନେ କେବଳ ସେମାନଙ୍କର ସଦସ୍ୟମାନଙ୍କୁ ସର୍ଭ କରନ୍ତି । ଏହି ଘଟଣା ପରେ କାଫେକୁ ମଧ୍ୟ ବହୁ ସମାଲୋଚନା କରାଯାଇଥିଲା ଓ ଏହା ଉପରେ ବର୍ଣ୍ଣ ଭେଦଭାବ ଅଭିଯୋଗ ମଧ୍ୟ ଆସିଥିଲା । ଆପଣଙ୍କୁ କହି ରଖୁଛୁ ଯେ କାଫେ ଚାରିପାଖରେ ଥିବା ସମସ୍ତ ସାଇନ୍ ବୋର୍ଡ ମଧ୍ୟ ହିବ୍ରୁ ଭାଷାରେ ଅଛି ।
ରେଡ୍ ଲଲିପପ୍ ହଷ୍ଟେଲ, ଚେନ୍ନାଇ :
ଚେନ୍ନାଇର ରେଡ୍ ଲଲିପପ୍ ହଷ୍ଟେଲରେ ଏହାର ସେବା ଯୋଗୁଁ ବର୍ଣ୍ଣ ଭେଦଭାବ ଅଭିଯୋଗରେ ଘେରି ରହିଛି । ହଷ୍ଟେଲରେ ପ୍ରବେଶ ପାଇଁ କୌଣସି ବ୍ୟକ୍ତିଙ୍କୁ ପାସପୋର୍ଟର ଆବଶ୍ୟକ ହୋଇଥାଏ । ଏଭଳି ପରିସ୍ଥିତିରେ ଏହି ହଷ୍ଟେଲ ଭାରତର ସାଧାରଣ ନାଗରିକଙ୍କୁ ଏହାର ସେବା ଯୋଗାଉ ନାହିଁ । ହୋଟେଲ ଦାବି କରିଛି ଯେ ସେ ପ୍ରଥମ ଥର ପାଇଁ ଭାରତ ପରିଦର୍ଶନ କରୁଥିବା ପର୍ଯ୍ୟଟକଙ୍କୁ ସେବା ଯୋଗାଉଛି ।
ଫରେନର୍ସ ଓନଲି ବିଚ୍ ଗୋଆ :
ସମୁଦ୍ର କୂଳରେ ଅବସ୍ଥିତ ଗୋଆ, ଦେଶ ତଥା ବିଦେଶରୁ ପର୍ଯ୍ୟଟକଙ୍କ ଦ୍ୱାରା ଭର ହୋଇଥାଏ । ଅନେକ ଦେଶର ଲୋକମାନେ ଏଠାକୁ ଆସନ୍ତି ଓ ସେମାନଙ୍କର ଛୁଟିଦିନ ପାଳନ କରନ୍ତି । କୁହାଯାଏ ଯେ ଏଠାରେ ଏପରି ଅନେକ ବେଳାଭୂମି ଅଛି ଯେଉଁଠାରେ କେବଳ ବିଦେଶୀ ପର୍ଯ୍ୟଟକଙ୍କୁ ଏଣ୍ଟ୍ରି ମିଳିଥାଏ । ଦେଶର ପର୍ଯ୍ୟଟକମାନଙ୍କୁ ଏହି ବେଳାଭୂମି ପରିଦର୍ଶନ କରିବାକୁ ବାରଣ କରାଯାଇଛି ।
ଉତ୍ତର ସେଣ୍ଟିନେଲ ଦ୍ୱୀପ :
ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜରେ ଉତ୍ତର ସେଣ୍ଟିନେଲ ଦ୍ୱୀପ ମଧ୍ୟ ଅଛି, ଯେଉଁଠାରେ କେବଳ ଆଦିବାସୀମାନେ ବାସ କରନ୍ତି । ଏହି ଦ୍ୱୀପର ବାହ୍ୟ ଜଗତ ସହିତ ସମ୍ପର୍କ ନାହିଁ । ୨୦୧୮ରେ ଜଣେ ଆମେରିକୀୟ ଖ୍ରୀଷ୍ଟିଆନ ମିଶନାରୀଙ୍କ ମୃତ୍ୟୁ ପରେ ଏହି ଦ୍ୱୀପ ଚର୍ଚ୍ଚାକୁ ଆସିଥିଲା । ଉତ୍ତର ସେଣ୍ଟିନେଲ ଦ୍ୱୀପ ୨୩ ବର୍ଗ କିଲୋମିଟର ବ୍ୟାପିଛି । ଏଠାରେ ବାସ କରୁଥିବା ଆଦିବାସୀଙ୍କ ସଂଖ୍ୟା ମାତ୍ର ୧୦୦ । ଏହି ଦ୍ୱୀପରେ ବାହାରୁ ଆସୁଥିବା ଯେକୌଣସି ବ୍ୟକ୍ତିଙ୍କ ଏଣ୍ଟ୍ରିକୁ ବାରଣ ରହିଛି ।
ପୁଡୁଚେରୀର ‘ଫୋରେନର୍ସ ଅନ୍ଲି’ ବିଚ୍ :
ଗୋଆ ପରି ପୁଡୁଚେରୀର ଅନେକ ସମୁଦ୍ର କୂଳରେ କେବଳ ବିଦେଶୀମାନଙ୍କୁ ଯିବାକୁ ଅନୁମତି ଦିଆଯାଇଛି । ମାଲିକମାନେ ଯୁକ୍ତି କରନ୍ତି ଯେ ‘ବିକିନି ପିନ୍ଧିଥିବା ବିଦେଶୀ ପର୍ଯ୍ୟଟକଙ୍କୁ’ ଅସଦାଚରଣରୁ ରକ୍ଷା କରିବା ପାଇଁ ସେମାନେ ଏହା କରନ୍ତି ।