ଆତଙ୍କବାଦୀଙ୍କୁ ସାହାଯ୍ୟ କରୁଥିବା ୬ ଜଣ ସରକାରୀ କର୍ମଚାରୀ ବରଖାସ୍ତ
ଜାମ୍ମୁ : ଜାମ୍ମୁ- କାଶ୍ମୀରରେ ଆତଙ୍କବାଦିଙ୍କୁ ସାହାଯ୍ୟ କରୁଥିବା ୬ ଜଣ ସରକାରୀ କର୍ମଚାରୀଙ୍କୁ ପ୍ରଶାସନ ଚାକିରୀରୁ ବରଖାସ୍ତ କରିଛନ୍ତି । ଏହି କର୍ମଚାରୀ ମାନଙ୍କ ଉପରରେ ବିଗତ କିଛିଦିନ ଧରି ପ୍ରଶାସନ ନଜର ରଖି ଆସୁଥିଲା । ଏମାନଙ୍କର ଆତଙ୍କବାଦୀ ମାନଙ୍କ ସହିତ ସଂପର୍କ ଥିବା ଜଣପଡିବା ପରେ, ଅଲଗା ଅଲଗା ବିଭାଗରେ କର୍ଯ୍ୟରତ ଏହି କର୍ମଚାରୀ ମାନଙ୍କୁ ଦାୟିତ୍ୱରୁ ମୁକ୍ତ କରାଯାଇଥିଲା । ଏହିପରି ଭାବରେ ମଧ୍ୟ ଅନ୍ୟ କର୍ମଚାରି ମାନଙ୍କ ଉପରେ ନଜର ରଖାଯାଇଛି । ଯେଉଁ କର୍ମଚାରୀ ମାନଙ୍କ ଉପରେ ଅଭିଯୋଗ କରା ଯାଇଛି ସେମାନେ ସମସ୍ତେ କାଶ୍ମୀରର ବୋଲି କୁହାଯାଉଛି ।