ହୁଳୁହୁଳା ପୋଲ ଉପରେ ୬ ଫୁଟର ବନ୍ୟାଜଳ, ୫ଟି ପଞ୍ଚାୟତ ଲୋକଙ୍କ ଯାତାୟତ ଠପ୍
ବାଙ୍କୀ : ଲଗାଣ ବର୍ଷା ଯୋଗଁ ମହାନଦୀରେ ବନ୍ୟା ଦେଖାଦେଇଛି । ହୁଳୁହୁଳା ପୋଲ ଉପରେ ୬ ଫୁଟର ବନ୍ୟାଜଳ । ବାଙ୍କୀର ଘୋଡ଼ାବର ରତ।ଗଡ ସଂଯୋଗ କରୁଥିବା ହୁଳୁହୁଳା ପୋଲ ଉପରେ ୬ ଫୁଟର ବନ୍ୟା ଜଳ ପ୍ରବାହିତ ହେଉଛି । ୫ଟି ପଞ୍ଚାୟତ ଲୋକଙ୍କ ଯାତାୟତ ଠପ୍ ।
ସୁବର୍ଣ୍ଣପୁର, ରତାଗଡ, ବନ୍ଦ।ଳ, ବାଉଁଶ ପୁଟ, ଘୋଳପୂର୍ ଆଦି ପଂଚାୟତ ବିଶେଷ ପ୍ରଭାବିତ । ଯେଉଁଭଳି ଭାବେ ବନ୍ୟା ଜଳ ବୃଦ୍ଧି ପାଉଛି ଯଦି ସନ୍ଧ୍ୟା ସୁଦ୍ଧା ଏହି ଭଳି ବୃଦ୍ଧି ପାଏ ତେବେ ମଧ୍ୟମ ଧରଣର ବନୀ ହେବାର ସମ୍ଭାବନା ରହିଛି । ଚାଷ ଜମିରେ ବନ୍ୟ ପାଣି ମାଡ଼ି ମାଡ଼ି ଚାଲିଛି । ସେପଟେ ବାଙ୍କୀ ଉପ-ଜିଲାପାଳଙ୍କୁ ପଚାରିବାରୁ କହିଛନ୍ତି ମଧ୍ୟାହ୍ନ ସୁଦ୍ଧା ଜଣାପଡିବ ଜଳସ୍ତର କେତେ ବୃଦ୍ଧି ପାଇଛି ଜଳସ୍ତର । ତେବେ ବନ୍ୟାକୁ ଆଖି ଆଗରେ ରଖି ହୁଳୁ ହୁଳା ପୋଲ ଉପର ଦେଇ ଲୋକ ଯାତାୟତ କରିବାପାଇଁ ବୋଟର ବ୍ୟବସ୍ଥା କରାଯାଉଛି ।