୫ମ ମୟୁରଭଞ୍ଜ ମହୋତ୍ସବ ଉଦଘାଟିତ ମହୋତ୍ସବ ଭାଇଚାରାର ପରମ୍ପରାକୁ ମଜଭୁତ କରିଥାଏ
ବାରିପଦା : ୫ମ ମୟୁରଭଞ୍ଜ ମହୋତ୍ସବ ଆଜି ସଂଧ୍ୟାରେ ବିଧିବଦ୍ଧ ଭାବେ ଉଦଘାଟିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବରେ କେନ୍ଦ୍ର ଜଳଶକ୍ତି ଏବଂ ଆଦିବାସୀ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ ଯୋଗଦେଇ ମୟୁରଭଞ୍ଜ କଳାସଂସ୍କୃତିର ମାଟି ଏବଂ ମହୋତ୍ସବ ଭାଇଚାରାର ପରଂପରାକୁ ମଜଭୁତ କରିଥାଏ ବୋଲି କହିଥିଲେ ।ବାରିପଦା ଛଉପଡିଆ ଠାରେ ଉଦଘାଟିତ ହୋଇଥିବା ମହୋତ୍ସବ ରେ ସମ୍ମାନୀତ ଅତିଥି ଭାବରେ ପୂର୍ବତନ ମନ୍ତ୍ରୀ ତଥା ମୟୂରଭଂଜ ମହାରାଜା ପ୍ରବୀଣ ଚନ୍ଦ୍ର ଭଂଜଦେଓ, ମହାରାଣି ରଶ୍ମୀ ରାଜ୍ୟଲକ୍ଷ୍ମୀ ଭାଜଦେଓ ମୟୂରଭଂଜର କଳା ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ମୟୂରଭଂଜ ମହୋତ୍ସବର ପ୍ରୟାସକୁ ପ୍ରଶଂସା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ମହୋତ୍ସବ ଅଭ୍ୟର୍ଥନା କମିଟିର ଅଧ୍ୟକ୍ଷ ବାରିପଦା ନଗରପାଳ କୃଷ୍ଣାନନ୍ଦ ମହାନ୍ତି, ମହୋତ୍ସବ କମିଟିର ସଭାପତି ସିନେ କଳାକାର ଅସିତ ପତି, କାର୍ଯ୍ୟକାରୀ ସଭାପତି ସଂଜୀବ କୁମାର ଦିୱେଦୀ, ସମ୍ପାଦକ କଳିଙ୍ଗକେଶରୀ ଜେନା ପ୍ରମୁଖ ଯୋଗଦେଇ ମୟୁରଭଞ୍ଜଆ ଭାବରେ ସମସ୍ତେ ମହୋତ୍ସବରେ ସାମିଲ ହେବାକୁ ଆହ୍ୱାନ ଜଣାଇଥିଲେ । ତେବେ ଆଜି ଠାରୁ ନଭେମ୍ବର ୨୭ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଏହି ମହୋତ୍ସବରେ ପ୍ରତିଦିନ ସଂଧ୍ୟାରେ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ରହିଥିବା ବେଳେ, ଓଡ଼ିଆ ସିନେ ଜଗଗତର ଆଦିବାସୀ ସଂଗୀତ ଜଗତର ବହୁ ସୁପାରଷ୍ଟାର ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏହି ମହୋତ୍ସବରେ ୧୫୦ରୁ ଉର୍ଦ୍ଧ ଷ୍ଟଲ ଖୋଲି ଥିବା ବେଳେ, ପ୍ରତିଦିନ ସନ୍ଧ୍ୟା ୫ ଟାରୁ ରାତ୍ର ୧୦ ଟା ପର୍ଯ୍ୟନ୍ତ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଜଣାଯାଇଛି ।