ଶ୍ରୀଜଗନ୍ନାଥ ବଲ୍ଳଭ ପାର୍କିଂ ଓ ଶ୍ରୀସେତୁ ନିର୍ମାଣ କାର୍ଯ୍ୟର ଅନୁଧ୍ୟାନ କଲେ ୫-ଟି ସଚିବ
ପୁରୀ : ପୁରୀରେ ୫-ଟି ସଚିବ ଭି.କେ ପାଣ୍ଡିଆନ। ଶନିବାର ସକାଳେ ୫-ଟି ସଚିବ ଭି.କେ ପାଣ୍ଡିଆନ ପୁରୀ ଗସ୍ତରେ ଯାଇ ଶ୍ରୀଜଗନ୍ନାଥ ବଲ୍ଳଭ ପାର୍କିଂ ଓ ଶ୍ରୀସେତୁ ନିର୍ମାଣ କାର୍ଯ୍ୟର ଅନୁଧ୍ୟାନ କରିଛନ୍ତି ।
ରାଜ୍ୟ ସରକାରଙ୍କ ପକ୍ଷରୁ ପୁରୀରେ ଉନ୍ନୟନମୂଳକ ପ୍ରକଳ୍ପ ମଧ୍ୟରେ ଶ୍ରୀସେତୁ ଏକ ପ୍ରମୁଖ ପ୍ରକଳ୍ପ । ଏହି କାର୍ଯ୍ୟର ଅଗ୍ରଗତି ନେଇ ନିର୍ମାଣକାରୀ ସଂସ୍ଥାର ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି ୫-ଟି ସଚିବ। ଆସନ୍ତା ରଥଯାତ୍ରା ସୁଦ୍ଧା କାର୍ଯ୍ୟ ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅନୁଧ୍ୟାନ ସମୟରେ ପୁରୀ ଜିଲାପାଳ ଓ ବିଭିନ୍ନ ଅଧିକାରୀ ଉପସ୍ଥିତ ଥିଲେ ।