ଗତ ୨୪ ଘଂଟାରେ ଦେଶରେ ୫୬୭୬ ନୁଆ ରୋଗୀ ଓ ୧୫ ମୃତ

ନୂଆଦିଲ୍ଲୀ : ଗତ ୨୪ ଘଂଟାରେ ଦେଶରେ ୫୬୭୬ ନୁଆ ରୋଗୀ ସାମନାକୁ ଆସିଛନ୍ତି । କରୋନାର ପ୍ରଭାବରେ ୧୫ ଜଣ ସଂକ୍ରମିତଙ୍କର ମୃତ ଘଟିଛି । ଏହି ସମୟ ମଧ୍ୟରେ ୩୭୬୧ ରୋଗୀ ଆରୋଗ୍ୟ ହୋଇଛନ୍ତି । ଆଜି ସୁଦ୍ଧା କରୋନା ଭାଇରସରେ ୪,୪.୦୦,୦୭୯ ରୋଗୀ ସ୍ୱାସ୍ଥ୍ୟବାନ ହୋଇ ସାରିଛନ୍ତି । କରୋନାର ରିକଭରି ରେଟ ୯୮.୭୩ ଅଛି । କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଜାରି କରାଯାଇଥିବା ହିସାବ ଅନୁସାରେ ସମୁଦାୟ ଆକ୍ଟିଭ୍ କେସ ୩୭୦୯୩ ରେ ପହଂଚିଛି । ଦୈନିକ ସଂକ୍ରମଣ ଦର ୨.୮୮ ପ୍ରତିଶତ ଅଛି । ଗତ ୨୪ ଘଂଟାରେ ଦେଶରେ ୩୫୮ ଟିକା ଦିଆଯାଇଛି । ଦେଶରେ କରୋନା ବିରୋଧି ଟିକା ବର୍ତମାନ ସୁଦ୍ଧା ସମୁଦାୟ ୨୨୦.୬୬ କୋଟି ଟିକା ଦିଆଯାଇସରିଛି । ଗତ ୨୪ ଘଂଟାରେ ୧,୯.୭୯୬ ଲୋକଙ୍କର ଟେଷ୍ଟ କରାଯାଇଛି । ବର୍ତମାନ ସୁଦ୍ଧା ସମୁଦାୟ ୯୨.୩୦ କୋଟି ଲୋକଙ୍କର ସ୍ୱାସ୍ଥ୍ୟ ଜାଂଚ କରାଯାଇସରିଛି ।