ବିଶ୍ୱର ଏପରି ୫ ରହସ୍ୟମୟ ସ୍ଥାନ; ଯେଉଁଠାରେ ମରୁଭୂମି ସହ ମିଶିଥାଏ ସମୁଦ୍ର

ପୃଥିବୀ ଯେତିକି ଆକର୍ଷଣୀୟ ସେତିକି ସୁନ୍ଦର। ଆପଣ ପୃଥିବୀ ସହ ଜଡ଼ିତ ଅନେକ ମଜାଦାର ତଥ୍ୟ ବିଷୟରେ ଶୁଣିଥିବେ। ଯାହାକୁ ଶୁଣିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯାଇଥିବେ। ଏବେ ଆମେ ଆପଣଙ୍କୁ ଏପରି ପୃଥିବୀ ପୃଷ୍ଠରେ ମହଜୁଦ ରହିଥିବା ଏପରି ସ୍ଥାନ ବିଷୟରେ କହୁଛୁ। ଯେଉଁଠାରେ ମରୁଭୂମି ସମୁଦ୍ର ସହ ମିଶି ଯାଇଥାଏ।
ଅଷ୍ଟ୍ରେଲିଆ ଦେଖିବାକୁ ବହୁତ ସୁନ୍ଦର। ହେଲେ ଏହି ସ୍ଥାନର ଆକର୍ଷଣ ହେଉଛି ଏଠାକାର ରହସ୍ୟ। ଅଷ୍ଟ୍ରେଲିଆର ପର୍ଥ ସହର ଏହାର ସୁନ୍ଦର ବେଳାଭୂମି ପାଇଁ ସମଗ୍ର ବିଶ୍ୱରେ ପ୍ରସିଦ୍ଧ। ଏହି ସମଗ୍ର ଅଞ୍ଚଳ ମରୁଭୂମିରୁ ଯାଇ ସମୁଦ୍ର ସହିତ ମିଶିଛି।
ଆଫ୍ରିକା ମହାଦେଶର ଏପରି କିଛି ସ୍ଥାନ ରହିଛି। ଯାହାର ପଶ୍ଚିମ ଦିଗରେ ସାହାରା ମରୁଭୂମି ଏବଂ ପୂର୍ବ ଦିଗରେ ଆଟଲାଣ୍ଟିକ୍ ମହାସାଗର ଏବଂ ଲୋହିତ ସାଗର ଅବସ୍ଥିତ ରହିଛି।
ଲାଟିନ ଆମେରିକୀୟ ଦେଶ ଚିଲିର ଉତ୍ତର ଭାଗରେ ଏଣ୍ଟୋଫାଗାଷ୍ଟା ଅଞ୍ଚଳରେ ସମୁଦ୍ର ଏବଂ ମରୁଭୂମି ଏକାଠି ଦେଖିବାକୁ ମିଳେ। ଏଠାରେ ଆପଣ ଲହର ଦ୍ୱାରା ଘେରି ହୋଇଥିବା ଲମ୍ୱା ବେଳାଭୂମି ଏବଂ ପାହାଡ ଦେଖିବାକୁ ପାଇବେ।
ମରୁଭୂମି ନାମ ଶୁଣିଲେ ପ୍ରଥମେ ଆପଣଙ୍କ ମନକୁ ଗରମ ବାଲି, ମୁଣ୍ଡଫଟା ଖରା, ଉଡ଼ୁଥିବା ଧୂଳି ଆପଣଙ୍କ ମନକୁ ଆସିଥାଏ। ହେଲେ ଆଣ୍ଟାର୍କଟିକା ମହାଦେଶରେ ଅବସ୍ଥିତ ମେରୁ ମରୁଭୂମି ବହୁତ ଭିନ୍ନ। ଏହି ମରୁଭୂମି ହେଉଛି ଅତ୍ୟଧିକ ଥଣ୍ଡା। ଯେଉଁଠାରେ ତୁଷାରପାତ ହୋଇଥାଏ। ଆଣ୍ଟାର୍କଟିକା ଠାରେ ଅବସ୍ଥିତ ମରୁଭୂମି ସମଗ୍ର ମହାଦେଶରେ ବ୍ୟାପିଛି। ଯଦିଓ ଏହି ମରୁଭୂମିର ବରଫ ମ୍ୟାକମର୍ଡୋ ନାମକ ଶୁଖିଲା ଉପତ୍ୟକାରେ ତରଳିଯାଏ। ଯାହା ଆଣ୍ଟାର୍କଟିକା ଉପକୂଳର ନୀଳ ସମୁଦ୍ର ଜଳ ସହିତ ମିଶିଯାଏ।
ଆଫ୍ରିକା ମହାଦେଶରେ ଅବସ୍ଥିତ ନାମିବ୍ ମରୁଭୂମି, ୟୁନେସ୍କୋ ବିଶ୍ୱ ଐତିହ୍ୟସ୍ଥଳ ଭାବରେ ଜଣାଶୁଣା। ଏଠାକାର ମୁଖ୍ୟ ସୌନ୍ଦର୍ଯ୍ୟ ହେଉଛି ନାମିବ ମରୁଭୂମି। ଯାହା ଆଟଲାଣ୍ଟିକ୍ ମହାସାଗରକୁ ଭେଟିଥାଏ।