ମହିଳା ପ୍ରିମିୟର ଲିଗରେ ୫ ମହଙ୍ଗା ଖେଳାଳି, ଦେଖନ୍ତୁ ପୂରା ଲିଷ୍ଟ
ମୁମ୍ବାଇ : ମହିଳା ପ୍ରିମିୟର ଲିଗ (ଡବ୍ଲୁପିଏଲ) ସୋମବାର ଖେଳାଳିଙ୍କୁ ବିଡ୍ କରାଯାଇଥିଲା । ୫ଟି ଦଳ ଅକ୍ସନ ମାଧ୍ୟମରେ ମୋଟ ୮୯ ଜଣ ଖେଳାଳିଙ୍କୁ କିଣିଛନ୍ତି। ୫ ଦଳ ମୋଟ ୫୯.୫୦ କୋଟି ଟଙ୍କା ଖର୍ଚ୍ଚ କରି ସମସ୍ତ ଖେଳାଳିଙ୍କୁ କିଣିଛନ୍ତି। ବର୍ତ୍ତମାନ ଆମେ ଆପଣଙ୍କୁ ସେହି ୫ ଖେଳାଳିଙ୍କ ବିଷୟରେ ସୂଚନା ଦେଉଛୁ, ଯାହା ଉପରେ ଡବ୍ଲୁପିଏଲ ନିଲାମ ସମୟରେ ସର୍ବାଧିକ ଟଙ୍କା ବର୍ଷା ହୋଇଛି । ଏହି ତାଲିକାରେ ୩ ଜଣ ଭାରତୀୟ ଥିବାବେଳେ ଜଣେ ଅଷ୍ଟ୍ରେଲିଆ ଓ ଜଣେ ଇଂଲଣ୍ଡ ଖେଳାଳି ଅଛନ୍ତି । ଦେଖନ୍ତୁ ପୂରା ଲିଷ୍ଟ…
ଏଥିରେ ସବୁଠାରୁ ମହଙ୍ଗା ଖେଳାଳି ଥିଲା ସ୍ମୃତି ମନ୍ଦନା, ଯାହାଙ୍କ ଉପରେ କୋଟି କୋଟି ବର୍ଷା ହୋଇଥିଲା । ସମସ୍ତ ଦଳ ତାଙ୍କୁ କିଣିବାକୁ ଚାହୁଁଥିଲେ, କିନ୍ତୁ ଶେଷରେ ଆରସିବି ତାଙ୍କୁ ୩.୪ କୋଟି ଟଙ୍କାରେ ବିଡ୍ କରିଥିଲା । ଡବ୍ଲୁପିଏଲରେ ଇଂଲଣ୍ଡ ଭେଟେରାନ ନାଟାଲୀ ସ୍କିଭର ବ୍ରଣ୍ଟ ଦ୍ୱିତୀୟ ମହଙ୍ଗା ଖେଳାଳି ହୋଇପାରିଛନ୍ତି, ଯାହାକୁ ଏମଆଇ ଦ୍ୱାରା ୩.୨ କୋଟି ଟଙ୍କାରେ ବିଡ୍ କରଯାଇଛି । ଡବ୍ଲୁପିଏଲରେ ତୃତୀୟ ମହଙ୍ଗା ଖେଳାଳି ହୋଇଛନ୍ତି ଅଷ୍ଟ୍ରେଲୀୟ ଅଲରାଉଣ୍ଡର ଆଶଲି ଗାର୍ଡନର । ତାଙ୍କୁ ଗୁଜରାଜ ଜଏଣ୍ଟସ୍ ୩.୨୦ କୋଟିରେ କିଣିଛି । ଡବ୍ଲୁପିଏଲରେ ଚତୃର୍ଥ ମହଙ୍ଗା ଖେଳାଳି ହୋଇଛନ୍ତି ଭାରତୀୟ ମହିଳା ଦଳର ଅଲରାଉଣ୍ଡର ଦୀପ୍ତି ଶର୍ମା । ତାଙ୍କୁ ୟୁପି ୱାରିୟର୍ସ ୨ କୋଟି ୬୦ ଲକ୍ଷ ଟଙ୍କାରେ କିଣିଛି । ଟିମ୍ ଇଣ୍ଡିଆର ଓପନର୍ ଜେମିମା ରୋଡ୍ରିଗୁସ୍ ପଞ୍ଚମ ମହଙ୍ଗା ଖେଳାଳି ହୋଇଛନ୍ତି । ତାଙ୍କୁ ଦିଲ୍ଲୀ କ୍ୟାପିଟାଲ୍ସ ୨ କୋଟି ୨୦ ଲକ୍ଷ ଟଙ୍କାରେ କିଣିଛି ।
ସୂଚନା ଯେ, ଡବ୍ଲୁପିଏଲର ପ୍ରଥମ ସଂସ୍କରଣରେ ମୋଟ ୫ଟି ଦଳ ଭାଗ ନେବେ। ସେମାନେ ହେଲେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର, ମୁମ୍ବାଇ ଇଣ୍ଡିଆନ୍ସ, ଦିଲ୍ଲୀ କ୍ୟାପିଟାଲ୍ସ, ୟୁପି ୱାରିୟର୍ଜ ଓ ଗୁଜରାଟ ଜିଆଣ୍ଟସ। ମହିଳା ଆଇପିଏଲ ଭାବେ ପରିଚୟ ହାସଲ କରିଥିବା ଏହି ଟି-୨୦ ଟୁର୍ଣ୍ଣାମେଣ୍ଟ ମାର୍ଚ୍ଚ ୩ରୁ ୨୬ ତାରିଖ ଯାଏ ମୁମ୍ବାଇରେ ଖେଳାଯିବ। ମନ୍ଧାନାଙ୍କ ସମେତ ଭାରତର ୧୦ ଜଣ ଖେଳାଳି ୧ କୋଟିରୁ ଅଧିକ ଦାମରେ ବିକ୍ରି ହୋଇଛନ୍ତି। ସେହିପରି ଅଣ୍ଡର ୧୯ ଖେଳାଳିଙ୍କୁ ନେବା ପାଇଁ ମଧ୍ୟ ସବୁ ଫ୍ରାଞ୍ଚାଇଜ୍ ଆଗ୍ରହ ଦେଖାଇଛନ୍ତି। ମନ୍ଧାନା ସବୁଠାରୁ ଦାମୀ ଖେଳାଳି ଭାବେ ବିକ୍ରି ହୋଇଥିବା ବେଳେ ତାଙ୍କ ପଛକୁ ସବୁଠାରୁ ଅଧିକ ଦାମରେ କିଣା ହୋଇଥିବା ଭାରତୀୟଙ୍କ ମଧ୍ୟରେ ଦୀପ୍ତି ଶର୍ମା ରହିଛନ୍ତି। ତାଙ୍କୁ ୟୁପି ୨.୬୦ କୋଟି ଟଙ୍କାରେ କିଣିଛି। ପାକିସ୍ତାନ ବିପକ୍ଷରେ ମ୍ୟାଚ୍ ବିଜୟୀ ଇନିଂସ ଖେଳିଥିବା ଜେମିମା ରୋଡ୍ରିଗ୍ସଙ୍କୁ ଦିଲ୍ଲୀ କ୍ୟାପିଟାଲ୍ସ ୨.୨୦ ଟଙ୍କାରେ ନିଜ ସହ ସାମିଲ କରିଛନ୍ତି। ଅଣ୍ଡର ୧୯ ଟିମର ଅଧିନାୟକ ଶେଫାଳୀ ବର୍ମାଙ୍କୁ ୨ କୋଟି ଦେଇ ଦିଲ୍ଲୀ କ୍ୟାପିଟାଲ୍ସ, ଭାରତୀୟ ଟିମର ୱିକେଟ କିପର ବ୍ୟାଟର ରିଚା ଘୋଷଙ୍କୁ ଆରସିବି ୧.୯୦ କୋଟି, ଅଲରାଉଣ୍ଡର ପୂଜା ବସ୍ତ୍ରକରଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ୧.୯୦ କୋଟି, ଭାରତୀୟ ଟିମର ଅଧିନାୟକ ହରମନପ୍ରୀତ କୌରଙ୍କୁ ମୁମ୍ବାଇ ୧.୮୦ କୋଟି, ରେଣୁକା ସିଂହଙ୍କୁ ଆରସିବି ୧.୫ କୋଟି, ୟାସ୍ତିକା ଭାଟିଆଙ୍କୁ ମୁମ୍ବାଇ ୧.୫ କୋଟି ଓ ୟୁପି ଦେବିକା ବୈଦ୍ୟଙ୍କୁ ୧.୪ କୋଟି ଟଙ୍କାରେ କିଣିଛି।