୪ହଜାର ଲୋକ କାଦୁଅପଙ୍କ ଚକଟି ଯାଉଛନ୍ତି ବାଲିପଡ଼ା ପ୍ରଭାବଶାଳି ନେତାଙ୍କ ପ୍ରଭାବଶୂନ୍ୟ !
![](https://thetruths.in/wp-content/uploads/2022/10/rdkho.jpg)
ପୁରୀ : ପୁରୀ ସଦରବ୍ଲକ ଅଧିନରେ ରହିଛି ବାଲିପଡ଼ା ଗ୍ରାମ ପଞ୍ଛାୟତ । ଏହି ପଞ୍ଛାୟତରୁ ନିର୍ବାଚିତ ସମତିସଭ୍ୟ ସଦରବ୍ଲକର ଚେୟାରମ୍ୟାନ ହୋଇଛନ୍ତି । ହେଲେ ତାଙ୍କ ପଞ୍ଛାୟତର ପ୍ରାୟ ୪ ହଜାର ଲୋକ ଏବେ ବର୍ଷା ଦିନେ କାଦୁଅପଙ୍କ ଚକଟି ଯାଆସ କରୁଥିବାରୁ ଘୋର ଅସୁବିଧାରେ ପଡ଼ୁଛନ୍ତି । ମାଳତିପାଟପୁର ଆରଡ଼ି ରାସ୍ତା ଠାରୁ ବାଲିପଡ଼ା ପର୍ଯ୍ୟନ୍ତ ୪ କିଲୋମିଟର ରାସ୍ତା । ଏହି ରାସ୍ତାଟି ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ଯାଉଅଛି । ଏହି ରାସ୍ତାରେ ଗାଡ଼ି ଦୁର୍ଘଟଣା ହୋଇ ବାଲିପଡ଼ା ତଳ ସାହିର ରବି ବେହେରା ତିନିମାସ ହେଲାଣି ମସ୍ତିଷ୍କ ଅଘାତ ପାଇ ଭୁବନେଶ୍ୱର ଏକ ଘରୋଇ ହସପିଟାଲରେ ଚିକିତ୍ସିତ ହେଉଛନ୍ତି । ଏବେ ଏହି ରାସ୍ତା ଅଞ୍ଛଳବାସୀଙ୍କ ପାଇଁ ମରଣଯନ୍ତା ପାଲଟିଛି । ପଞ୍ଛାୟତ ଭୋଟ ସରିବା ପରେ ଆଉ ନେତାଙ୍କର ଦେଖାନଥିବା ଅଞ୍ଛଳବାସୀ କହୁଛନ୍ତି । କୋଟି କୋଟି ଟଙ୍କାର ପାନୀୟ ପ୍ରକଳ୍ପ କାର୍ଯ୍ୟମଧ୍ୟ ଅଟକି ରହିଛି । ଯାହାଫଳରେ ଅଞ୍ଛଳବାସୀମାନେ ଶୁଦ୍ଧ ନିର୍ମଳ ଓ ଜୀବାଣୁମୁକ୍ତ ନିର୍ମଳ ପିଇବା ପାଣି ପିଇବାରୁ ବଞ୍ଛିତ ହେଉଛନ୍ତି । ତୁରନ୍ତ ଏହି ରାସ୍ତାକୁ ସବୁଦିନିଆ କଂକ୍ରିଟ ରାସ୍ତା କରିବା ପାଇଁ ପଞ୍ଛାୟତବାସୀ ଦାବି କରିଛନ୍ତି ।