ବିଷାକ୍ତ ଚକୋଲେଟ୍ ଖାଇ ୪ ଶିଶୁ ମୃତ
ଲକ୍ଷ୍ନୌ: ଦୁଇ ଜଣ ପରିବାରର ୪ ଜଣ ଶିଶୁ ବିଷାକ୍ତ ଚକୋଲେଟ୍ ଖାଇ ମୃତ୍ୟୁବରଣ କରିଛନ୍ତି । ଉତରପ୍ରଦେଶର ଖୁସିନଗରରେ ବୁଧବାର ଏହି ଅଭାବନୀୟ ଘଟଣା ଘଟିଛି । ପରିବାର ଳୋକଙ୍କ କହିବା ଅନୁଯାୟୀ, ଘରେ ବାହାରେ ପଡ଼ିଥିବା ଚକୋଲେଟ ଖାଇ ସେମାନଙ୍କର ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ଦୁଇ ଜଣ ପୁଅ ଏବଂ ଦୁଇ ଜଣ ଝିଅ ଅଛନ୍ତି ।
ସେହିପରି ଚକୋଲେଟ ଛଡ଼ା ଘର ବାହାରେ ପଇସା ପଡ଼ିଥିବା ଦେଖାଯାଇଛି । ପରିବାର ଲୋକଙ୍କ କହିବା ଅନୁଯାୟୀ, ମୃତକଙ୍କ ମଧ୍ୟରୁ ବଡ଼ ପିଲାଟି ଚକୋଲେଟ ଆଣି ଅନ୍ୟ ୩ ଜଣଙ୍କୁ ବାଂଟିଥିଲେ । ଏହି ଚକୋଲେଟ ଖାଇବା ପରେ ୪ ଜଣ ଯାକ ଅସୁସ୍ଥ ହୋଇ ପଡ଼ିଥିଲେ । ସେମାନଙ୍କୁ ସଙ୍ଗେ ସଙ୍ଗେ ମେଡିକାଲ ନିଆଯାଇଥିଲା । ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଛନ୍ତି । ସମ୍ପୃକ୍ତ ପରିବାର ଅନୁସୂଚିତ ଉପଜାତି ବର୍ଗର ବୋଲି ଜଣାପଡ଼ିଛି ।