ଆସାମରେ ୪.୩ ତୀବ୍ରତାର ଭୂକମ୍ପ
ଲଗାତର ୩ ଦିନ ହେବ ଥରୁଛି ଭାରତର ବିଭିନ୍ନ ରାଜ୍ୟ
ଗ୍ୟାଙ୍ଗଟକ : ତୁର୍କୀ-ସିରିଆରେ ଭୂକମ୍ପ ଝଟକା ହା ହା କାର ପରିସ୍ଥିତି ଉପୁଯାଇଥିବା ବେଳେ ଲଗାତର ୩ ଦିନ ହେବ ଭାରତର ବିଭିନ୍ନ ରାଜ୍ୟରେ ଭୂକମ୍ପ ଅନୁଭୂତ ହେଉଛି। ଗତ ଶନିବାର ଗୁଜରାଟ କଛରେ ଭୂମିକମ୍ପ ହୋଇଥିବା ବେଳେ ରବିବାର ଆସାମ ଓ ସୋମବାର ସିକ୍କିମ୍ରେ ଭୂମିକମ୍ପ ହୋଇଛି।
ସୋମବାର ସକାଳେ ଆସାମରେ ୪.୩ ତୀବ୍ରତାର ଭୂମିକମ୍ପ ହୋଇଛି। ନ୍ୟାସ୍ନାଲ ସେଣ୍ଟର ଫର୍ ସେସ୍ମୋଲୋଜି (ଜାତୀୟ ଭୂବିଜ୍ଞାନ କେନ୍ଦ୍ରର)ରୂ ସୂଚନା ଅନୁସାରେ, ଭୋର .୧୫ ସମୟରେ ୟୁକ୍ସୋମ ଉତ୍ତରପଶ୍ଚିମାଞ୍ଚଳରେ ଭୂମିକମ୍ପ ଝଟ୍କା ଅନୁଭୂତ ହୋଇଛି।
ତେବେ ଗତ ରବିବାର ଆସାମର ନାଗାଓଁରେ ମୃଦୁ ଭୂମିକମ୍ପ ହୋଇଥିଲା। ରିକ୍ଟର ସ୍କେଲ୍ରେ ଏହାର ତୀବ୍ରତା ୪.୦ ରହିଥିଲା। ଅପରାହ୍ନ ୪.୧୮ ବେଳେ ନାଗାଓଁରେ ଭୂମିକମ୍ପ ହୋଇଥିବା ଜାତୀୟ ଭୂମିକମ୍ପ ବିଜ୍ଞାନ କେନ୍ଦ୍ର (ଏନସିଏସ) ସୂଚନା ଦେଇଥିଲା। ୧୦ କିମି ଗଭୀରରେ ଭୂମିକମ୍ପର କେନ୍ଦ୍ର ସ୍ଥଳର ରହିଥିଲା ବୋଲି ଏନସିଏସ ଟ୍ୱିଟ୍ କରି କହିଥିଲା। ସେହିପରି ଶନିବାର ଗୁଜୁରାଟର ସୁରତରେ ୩.୮ ତୀବ୍ରତାର ଭୂମିକମ୍ପ ରେକର୍ଡ କରାଯାଇଥିଲା। ଦିନ ୧୨.୧୫ରେ ଏହି ଭୂମିକମ୍ପ ହୋଇଥିଲା। ସୁରତ ପଶ୍ଚିମ ଦକ୍ଷିଣ ପଶ୍ଚିମ ୨୭ କିମି ଦୂରରେ ଏହାର କେନ୍ଦ୍ର ସ୍ଥଳ ଥିଲା ଇନ୍ଷ୍ଟିଚ୍ୟୁଟ୍ ଅଫ୍ ସେସ୍ମୋଲୋଜିକାଲ ରିସର୍ଚ ସୂଚନା ଦେଇଥିଲା। ଏହି ଭୂମିକମ୍ପ ୫.୨ କିମି ଗଭୀରରେ ଉତ୍ପନ ହୋଇଥିଲା ବୋଲି ଆଇଏସଆର କହିଥିଲା। ତେବେ ଏଥିରେ ସହରର କୌଣସି କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି।