ଉତ୍ତରାଖଣ୍ଡରେ ୪.୧ ତୀବ୍ରତାସମ୍ପନ୍ନ ଭୂକମ୍ପ ଝଟ୍କା
ନୂଆଦିଲ୍ଲୀ : ଉତ୍ତରାଖଣ୍ଡରେ ଭୂକମ୍ପ ଝଟ୍କା । ଉତ୍ତରାଖଣ୍ଡର ଉତ୍ତରକାଶୀରେ ଶନିବାର ପ୍ରତ୍ୟୁଷରେ ଏହି ଭୂକମ୍ପ ହୋଇଥିଲା। ରିକ୍ଟର ସ୍କେଲରେ ୪.୧ ତିବ୍ରତା ରେକର୍ଡ ହୋଇଥିଲା। ଅକ୍ଷାଂଶ ୩୦.୭୨ ଏବଂ ଦ୍ରାଘିମା ୭୮.୮୫ ଅନ୍ତର୍ଗତ ଭୂଗର୍ଭର ୨୮ କି.ମି. ଅଭ୍ୟନ୍ତରରେ ଏହାର କେନ୍ଦ୍ରସ୍ଥଳ ବୋଲି ‘ନ୍ୟାସ୍ନାଲ୍ ସେଣ୍ଟର୍ ଫର୍ ସିସ୍ମୋଲୋଜି’ ସୂଚନା ଦେଇଛି। ତେବେ ଏବେ ଯାଏଁ ଭୂମିକମ୍ପ ଯୋଗୁଁ କୌଣସି କ୍ଷୟକ୍ଷତି ଅଥବା କେହି ମୃତାହତ ହୋଇଥିବାର ରିପୋର୍ଟ ହସ୍ତଗତ ହୋଇନାହିଁ।
Earthquake of Magnitude:4.1, Occurred on 12-02-2022, 05:03:34 IST, Lat: 30.72 & Long: 78.85, Depth: 28 Km ,Location: 39km E of Uttarkashi, Uttarakhand, India for more information download the BhooKamp App https://t.co/8PBdCH0Ntp @ndmaindia @Indiametdept pic.twitter.com/BzqhThimQu
— National Center for Seismology (@NCS_Earthquake) February 12, 2022
ସୂଚନା ଯେ, ଶନିବାର ଭୋର୍ ପ୍ରାୟ ୫ଟା ୩ ମିନିଟ ସମୟରେ ଉତ୍ତରଖଣ୍ଡରେ ଭୂକମ୍ପ ଝଟ୍କା ଅନୁଭୂତ ହୋଇଥିଲା । ଯାହାର ତିବ୍ରତା ରିକ୍ଟେର ସ୍କେଲରେ ୪.୧ ଥିବା ଜଣାପଡିଛି । ଉତ୍ତରକାଶୀ ଜିଲ୍ଲାର ୩୯ କିଲୋମିଟର ଦୂରରେ ଭୂକମ୍ପର କେନ୍ଦ୍ରସ୍ଥଳ ଥିବା ସୂଚନା ମିଳିଛି । ତେବେ ଭୂକମ୍ପର ଝଟ୍କା ଅନୁଭୂତ ହେବା କ୍ଷଣି ଲୋକମାନେ ଘର ବାହାରକୁ ଦୌଡି ଆସିଥିଲେ । ହେଲେ ଏବେ ଯାଏଁ କୌଣସି କ୍ଷୟକ୍ଷତି ହୋଇଥିବାର ସୂଚନା ମିଳିନାହିଁ । ସେହିପରି ‘ନ୍ୟାସ୍ନାଲ୍ ସେଣ୍ଟର୍ ଫର୍ ସିସ୍ମୋଲୋଜି’ କହିଛି ଯେ, ୪.୧ ତୀବ୍ରତାସମ୍ପନ୍ନ ଭୂମିକମ୍ପ ଯୋଗୁଁ ଘରକାନ୍ଥରୁ ପ୍ଲାଷ୍ଟର୍ ଖସିପଡ଼ିବା ଏବଂ କାଚ ସାମଗ୍ରୀ ଭାଙ୍ଗିଯିବାର ଦୃଷ୍ଟାନ୍ତ ରହିଛି।