ତୃତୀୟ ଟି-୨୦ : ଭାରତର ପରାଜୟ ପାଇଁ ଦାୟୀ ଏହି ୫ ଖେଳାଳି, ଦକ୍ଷିଣ ଆଫ୍ରିକା ବିପକ୍ଷରେ ରହିଥିଲେ ଫ୍ଲପ୍
ନୂଆଦିଲ୍ଲୀ : ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୩ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଖେଳାଯାଇଛି । ଟିମ୍ ଇଣ୍ଡିଆ ଏହି ସିରିଜକୁ ୨-୧ରେ ଜିତି ନେଇଛି । କିନ୍ତୁ ସିରିଜର ଶେଷ ମ୍ୟାଚରେ ଟିମ୍ ଇଣ୍ଡିଆକୁ ପରାଜୟର ସାମ୍ନା କରିବାକୁ ପଡିଛି । ଏହି ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକା ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୩ ୱିକେଟ୍ ହରାଇ ୨୨୭ ରନ୍ ସଂଗ୍ରହ କରିଥିଲା । ଏହାର ଜବାବରେ ଟିମ୍ ଇଣ୍ଡିଆ କେବଳ ୧୭୮ ରନ କରିବାରେ ସଫଳ ହୋଇଥିଲା । ଏହି ମ୍ୟାଚରେ ପରାଜୟ ପାଇଁ ଦଳର ୫ ଖେଳାଳି ଦାୟୀ ବୋଲି କହିଲେ ଅତୁକ୍ତ ହେବ ନାହିଁ ।
ହର୍ଷଲ ପଟେଲ :
ଦ୍ରୁତ ବୋଲର ହର୍ଷଲ ପଟେଲ ପୁଣି ଥରେ ଟିମ୍ ଇଣ୍ଡିଆ ପାଇଁ ଏକ ଦୁର୍ବଳ ସ୍ଥାନ ବୋଲି ପ୍ରମାଣିତ ହୋଇଛନ୍ତି । ଏହି ମ୍ୟାଚରେ ହର୍ଷଲ ପଟେଲ ୪ ଓଭର ବୋଲିଂ କରି ୧୨.୨୫ର ଇକୋନମୀରେ ୪୯ ରନ୍ ଖର୍ଚ୍ଚ କରିଥିଲେ । ହର୍ଷଲ ପଟେଲଙ୍କ ଏହି ଖରାପ ପ୍ରଦର୍ଶନ ଟି-୨୦ ବିଶ୍ୱକପରେ ଟିମ୍ ଇଣ୍ଡିଆକୁ ଭାରି ପଡ଼ିପାରେ ।
ମହମ୍ମଦ ସିରାଜ :
ଏହି ସିରିଜରେ ନିଜର ପ୍ରଥମ ମ୍ୟାଚ୍ ଖେଳୁଥିବା ମହମ୍ମଦ ସିରାଜ ମଧ୍ୟ ସମ୍ପୂର୍ଣ୍ଣ ଫ୍ଲପ୍ ହୋଇଛନ୍ତି । ଏହି ମ୍ୟାଚରେ ମହମ୍ମଦ ସିରାଜ ୪ ଓଭର ବୋଲିଂ ୧୧ ଇକୋନମୀରେ ରନ୍ ଖର୍ଚ୍ଚ କରିଥିଲେ । ମହମ୍ମଦ ସିରାଜ ଗୋଟିଏ ୱିକେଟ୍ ମଧ୍ୟ ପାଇପାରିନଥିଲେ ।
ରୋହିତ ଶର୍ମା :
ଏକ ବଡ଼ ଟାର୍ଗେଟର ପିଛା କରୁଥିବା ଟିମ୍ ଇଣ୍ଡିଆକୁ ଏକ ଭଲ ଆରମ୍ଭର ଆବଶ୍ୟକତା ଥିଲା । କିନ୍ତୁ ଅଧିନାୟକ ରୋହିତ ଶର୍ମା ଏହା କରିବାରେ ବିଫଳ ହୋଇଥିଲେ । ଏହି ମ୍ୟାଚରେ ରୋହିତ ଶର୍ମା ଖାତା ଖୋଲି ନପାରି ନିଜ ୱିକେଟ୍ ହରାଇଥିଲେ ।
ଶ୍ରେୟସ୍ ଆୟର :
ବିରାଟ କୋହଲିଙ୍କ ବଦଳରେ ଶ୍ରେୟସ୍ ଆୟରଙ୍କୁ ଏହି ମ୍ୟାଚ୍ ଖେଳିବାର ସୁଯୋଗ ମିଳିଥିଲା । ସେ ଏହି ସୁଯୋଗର ଫାଇଦା ଉଠାଇ ପାରିନଥିଲେ । ସେ ୧ ରନ କରି ୱିକେଟ୍ ହରାଇଥିଲେ ।
ରବିଚନ୍ଦ୍ରନ୍ ଅଶ୍ୱିନ୍ :
ରବିଚନ୍ଦ୍ରନ୍ ଅଶ୍ୱିନ୍ ମଧ୍ୟ ଉଭୟ ବଲ୍ ଓ ବ୍ୟାଟ୍ ସହିତ ଏହି ମ୍ୟାଚରେ ଫ୍ଲପ୍ ଥିଲେ । ପ୍ରଥମ ୪ ଓଭର ବୋଲିଂ କରି ରବିଚନ୍ଦ୍ରନ ଅଶ୍ୱିନ୍ ଗୋଟିଏ ବି ୱିକେଟ୍ ନ ପାଇ ୩୫ ରନ୍ ଖର୍ଚ୍ଚ କରିଥିଲେ । ସେପଟେ ଜଣେ ବ୍ୟାଟ୍ସମ୍ୟାନ୍ ଭାବେ ରବିଚନ୍ଦ୍ରନ୍ ଅଶ୍ୱିନ୍ ୪ଟି ବଲରେ ମାତ୍ର ୨ ରନ୍ କରିପାରିଥିଲେ ।