୩ୟ ଟି୨୦! ଆୟର୍-ସୂର୍ଯ୍ୟକୁମାରଙ୍କ ବିସ୍ଫୋରକ ବ୍ୟାଟିଂ, ୱେଷ୍ଟଇଣ୍ଡିଜକୁ ୧୮୫ ରନ୍ର ଟାର୍ଗେଟ୍
କୋଲକାତା : ଭାରତ ଏବଂ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଜାରି ରହିଥିବା ତୃତୀୟ ତଥା ଅନ୍ତିମ ଟି ୨୦ରେ ଓ୍ୱେଷ୍ଟଇଣ୍ଡିଜ ଟସ୍ ଜିତି ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। କୋଲକାତାର ଇର୍ଡେନ ଗାର୍ଡେନରେ ଖେଳ ଯାଇଥିବା ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ ଓଭରରେ ୫ ଓ୍ବିକେଟ୍ ହରାଇ ୧୮୪ ରନ ସଂଗ୍ରହ କରିଛି ଭାରତ । ଇଣ୍ଡିଜକୁ ଜିତିବାକୁ ହେଲେ ୧୮୫ ରନ କରିବାକୁ ହେବ । ସୂର୍ଯ୍ୟକୁମାର ଯାଦବଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ବଡ ସ୍କୋର କରିବାକୁ ସକ୍ଷମ ହୋଇଛି ଟିମ୍ ଇଣ୍ଡିଆ । ସୂର୍ଯ୍ୟକୁମାର ୩୧ବଲ ଖେଳି ଗୋଟିଏ ଚୌକା ଏବଂ ୭ଟି ଛକା ସହାୟତାରେ ୬୫ରନ କରି ଆଉଟ ହୋଇଛନ୍ତି ।
ଇଡେନ୍ ଗାର୍ଡେନ୍ସରେ ଖେଳାଯାଉଥିବା ତୃତୀୟ ଟି-୨୦ରେ ଟସ୍ ଜିତିଥିଲେ କ୍ୟାରିବିଆନ୍ ଟିମ୍ କ୍ୟାପଟେନ୍ କାଇରନ୍ ପୋଲାର୍ଡ। ଆମନ୍ତ୍ରଣ ପାଇ ବ୍ୟାଟିଂ କରିଥିବା ଓପନର୍ ଋତୁରାଜ ଗାଏକ୍ଵାଡ୍ ଓ ଈଶାନ୍ କିଶନ୍ ଭାରତର ପାଳି ଆରମ୍ଭ କରିଥିଲେ। ଭାରତ ଆରମ୍ଭରୁ ଋତୁରାଜ ଗାଏକ୍ୱାଡ (୪)ଙ୍କ ୱିକେଟ୍ ହରାଇଥିଲା। ତେବେ ଈଶାନ୍ କିଶନ ଓ ଶ୍ରେୟସ ଆୟର୍ ଦ୍ୱିତୀୟ ୱିକେଟ୍ ପାଇଁ ୫୩ ରନ୍ ଯୋଡ଼ି ଭାରତକୁ ଭଲ ସ୍ଥିତିରେ ଆଣିଥିଲେ। ଶ୍ରେୟସ ବଡ଼ ଶଟ୍ ଖେଳିବା ପ୍ରୟାସରେ ନିଜ ୱିକେଟ୍ ଦେଇ ବସିଥିଲେ। ସେ ୧୬ ଲରେ ୨୫ (୪ ଚୌକା) ରନ୍ କରିଥିଲେ। ଈଶାନ୍ ମଧ୍ୟ ଆତ୍ମବିଶ୍ୱାସ ହରାଇ ବସିଥିଲେ ଏବଂ ବ୍ୟକ୍ତିଗତ ୩୪ ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ। ତାଙ୍କୁ ପୁଣିଥରେ ରୋଷ୍ଟନ୍ ଚେଜ୍ ଆଉଟ୍ କରିଥିଲେ। ଚତୁର୍ଥ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ରୋହିତ୍ ଶର୍ମା (୭) ସମ୍ପୂର୍ଣ୍ଣ ବିଫଳ ହୋଇଥିଲେ। ଓପନିଂ ପାଇଁ ସର୍ବଦା ପ୍ରସ୍ତୁତ ଥିବା ରୋହିତ୍ ଚତୁର୍ଥ ସ୍ଥାନରେ କ୍ଲିକ୍ କରିନଥିଲେ। ତାଙ୍କୁ ଡୋମିନିକ୍ ଡ୍ରେକ୍ସ କ୍ଲିନ୍ ବୋଲ୍ଡ ହୋଇଥିଲେ। ୯୩ ରନରେ ୪ ୱିକେଟ୍ ହରାଇବା ପରେ ଭାରତର ରନ୍ ଗତି ହ୍ରାସ ପାଇଥିଲେ। କିନ୍ତୁ ଇନଫର୍ମ ସୂର୍ଯ୍ୟକୁମାର ଓ ଭେଙ୍କଟେଶ ଶେଷ ୫ ଓଭରରେ ଧୂଆଁଧାର ବ୍ୟାଟିଂ କରିଥିଲେ। ଫଳରେ ଭାରତ ଶେଷ ୨୯ ବଲରେ ୮୪ ରନ୍ ସଂଗ୍ରହ କରିଥିଲେ। ଏପରିକି ଦୁହେଁ ପଞ୍ଚମ ୱିକେଟ୍ ପାଇଁ ୯୧ ରନ୍ ଯୋଡ଼ିଥିଲେ। ସୂର୍ଯ୍ୟକୁମାର ୬୫ (୩୧ ବଲ୍, ୧ ଚୌକା, ୭ ଛକା) ଓ ଭେଙ୍କଟେଶ୍ ଅପରାଜିତ ୩୫ (୧୯ ବଲ୍, ୪ ଚୌକା, ୨ ଛକା) ରନ୍ କରିଥିଲେ। ସେହିପରି ଓ୍ବେଷ୍ଟଇଣ୍ଡିଜ୍ ପକ୍ଷରୁ ଜେସନ୍ ହୋଲଡର ୪ ଓଭରରେ ୨୯ ରନ ଦେଇ ଗୋଟିଏ ଓ୍ବିକେଟ୍ ନେଇଥିବା ବେଳେ, ରୋସ୍ତୋନ୍ ଚେଜ୍ ୪ ଓଭରରେ ୨୩ ରନ ୧ ଓ୍ବିକେଟ, ହେଡେନ୍ ଓ୍ବାଲସ୍ ୪ ଓଭରରେ ୩୦ ରନ ୧ ଓ୍ବିକେଟ୍, ଫାଭିଆନ୍ ଆଲେନ୍ ୧ ଓଭରରେ ୫ ରନ, ରୋମରିଓ ସେଫାର୍ଡ ୪ ଓଭରରେ ୫୦ ରନ ୧ ଓ୍ବିକେଟ୍ ଏବଂ ଡୋମିନିକ୍ ଡ୍ରେକସ୍ ୩ ଓଭରରେ ୩୭ରନଦେଇ ୧ ଓ୍ବିକେଟ୍ ନେଇଛନ୍ତି ।