୩ୟ ସେମିଷ୍ଟାର ଇଂଟରନାଲ ପରୀକ୍ଷା ଫଳାଫଳକୁ ନେଇ କଲେଜରେ ଅଶାନ୍ତି ଧାରଣା ପାଇଁ ଦେଲେ ଅଧ୍ୟକ୍ଷାଙ୍କୁ ସ୍ମାରକପତ୍ର
ନୀଳଗିରି : ନୀଳଗିରି କଲେଜର +୩ କଳା ୩ୟ ବର୍ଷର ସେମିଷ୍ଟାର ଇଂଟରନାଲ ପରୀକ୍ଷାର ଫଳାଫଳକୁ ନେଇ ଆଜି କଲେଜ ପରିସରରେ ପ୍ରବଳ ଉତେଜନା ଲାଗି ରହିଥିଲା । ପ୍ରାପ୍ତ ସୂଚନା ଅନୁସାରେ କରୋନା ମହାମାରୀ ଠାରୁ ଅଦ୍ୟାବଧି ପର୍ଯ୍ୟନ୍ତ କଲେଜର ବାଧ୍ୟତାମୂଳକ ବିଷୟ ଗୁଡ଼ିକ ମଧ୍ୟରୁ ଇଂରାଜୀ ବିଷୟ କୌଣସି ଦିବସରେ ଶିକ୍ଷାଦାନ କରାଯାଏ ନାହିଁ କି ଇଂରାଜୀ ବିଭାଗର କୌଣସି ଅଧ୍ୟାପକ ବା ଅଧ୍ୟାପିକା ଶ୍ରେଣୀ କୁ ଆସି ନ ଥାନ୍ତି । ଫଳରେ ବାଧ୍ୟତାମୂଳକ ବିଷୟରେ ପିଲାମାନଙ୍କର ବିଷୟଭିତିକ ଜ୍ଞାନ ମିଳି ପାରି ନ ଥିଲା କି ବିଷୟ ଗୁଡ଼ିକ ବିଷୟରେ ଛାତ୍ରଛାତ୍ରୀମାନେ ଅବଗତ ହୋଇ ପାରି ନ ଥିଲେ । ଯଦି କଲେଜରେ ଶିକ୍ଷକ ଥାଇ ଶିକ୍ଷାଦାନ କରା ନ ଯାଏ, ତେବେ ଛାତ୍ରଛାତ୍ରୀମାନଙ୍କର ଭବିଷ୍ୟତ ଅନ୍ଧାର । ଚଳିତ ବର୍ଷ +୩ କଳା ୩ୟ ବର୍ଷର ୩ୟ ସେମିଷ୍ଟାର ଇଂରାଜୀର ଇଂଟରନାଲ ପରୀକ୍ଷା ଫଳ ପ୍ରକାଶ ପାଇଲା ପରେ କ୍ରମାଗତ ଭାବେ ୮ ରୁ ୧୦ ଛାତ୍ରଛାତ୍ରୀମାନେ ୬ ମାର୍କ ରଖିଥିବା ନେଇ ଫଳାଫଳ ପ୍ରକାଶିତ ହେଲା ପରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ କଲେଜ ପରିସର ମଧ୍ୟରେ ଉତେଜନା ଦେଖା ଦେଇଥିଲା । ଏ ନେଇ ନୀଳଗିରି କଲେଜର ଇଂରାଜୀ ଅଧ୍ୟାପିକା ଶ୍ରୀମତୀ ଶିଳ୍ପା ମିଶ୍ର, ଓ ଅଧ୍ୟାପକ ନଳିନୀକାନ୍ତ ପାଢ଼ୀ ଆକ୍ରୋଶମୂଳକ ଭାବେ ଇଂଟରନାଲ ପରୀକ୍ଷାୋର ଅର୍ଦ୍ଧାଧିକ ଛାତ୍ରଛାତ୍ରୀଙ୍କୁ ବାଧ୍ୟତାମୂଳକ ବିଷୟ ଇଂରାଜୀରେ ନିମ୍ନମାନର ନମ୍ବର ପ୍ରଦାନ କରି ଛାତ୍ରଛାତ୍ରୀମାନଙ୍କ ଜୀବନକୁ ଜଳାଞ୍ଜଳି ଦେଇଥିବାର ଛାତ୍ରଛାତ୍ରୀମାନେ ନୀଳଗିରି ଉପଜିଲ୍ଲାପାଳଙ୍କୁ ଲିଖିତ ଭାବେ ଅଭିଯୋଗ କରିଛନ୍ତି । ଆସନ୍ତା ମଙ୍ଗଳବାର ୧୮/୧୦/୨୨ଦିନ ଛାତ୍ରଛାତ୍ରୀମାନେ କଲେଜ ପରିସର ରେ ଧାରଣାରେ ବସିବେ ବୋଲି ଲିଖିତ ଭାବେ କଲେଜ ଅଧ୍ୟକ୍ଷାଙ୍କୁ ଜଣାଇଛନ୍ତି । ଯଦି ଅଧୟ୍ାପିକା ଶ୍ରୀମତୀ ଶିଳ୍ପା ମିଶ୍ର ଏବଂ ଅଧ୍ୟାପକ ନଳୀନୀକାନ୍ତ ପାଢ଼ୀଙ୍କୁ କଲେଜର ବଦଳି କରା ନ ଯାଏ ଆଗାମୀ ଦିନରେ ଛାତ୍ର ଆନ୍ଦୋଳନ ଦୃଢ଼ତାର ସହ ଜବାବ ଦେବ ବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି ।
ଗୋପବନ୍ଧୁ ଜୟନ୍ତୀରେ ନୀଳଗିରି ଶିଶୁ ବିଦ୍ୟାମନ୍ଦିର ପକ୍ଷରୁ ସେବା ସମର୍ପଣ
ନୀଳଗିରି-୧୭/୧୦ – ନୀଳଗିରି ଶିଶୁ ବିଦ୍ୟା ମନ୍ଦିର ଗୋପବନ୍ଧୁ ଜୟନ୍ତୀ ଅବସରରେ ଶିକ୍ଷା ବିକାଶ ସମିତି ଓଡ଼ିଶାଙ୍କ ଯୋଜନା ଅନୁସାରେ ଏହି କାର୍ଯ୍ୟକ୍ରମ ଆରମ୍ଭ କରିଅଛି । ଏହି ଦିନ ନୀଳଗିରି ବ୍ଲକ ଅଧୀନସ୍ଥ ଚିମିନିଭାଟି ଠାରେ ସେବା କାର୍ଯ୍ୟ ସ୍ୱରୁପ ଛୋଟ ଛୋଟ ଶିଶୁ ଭାଇଭଉଣୀଙ୍କୁ ୨୦୦ ପୋଷାକ ଓ ବିସ୍କୁଟ ବଂଟନ କରାଯାଇଥିଲା ।ଉକ୍ତ କାର୍ଯ୍ୟକ୍ରମରେ ଶିଶୁ ବିଦ୍ୟାମନ୍ଦିରର ସମସ୍ତ ଆଚାର୍ଯ୍ୟ, ଆଚାର୍ଯ୍ୟା, ପରିଚାଳନା କମିଟିର ସଦସ୍ୟ ଓ ବିଦ୍ୟାଳୟର ପ୍ରଧାନଆଚାର୍ଯ୍ୟ ସହଯୋଗ କରିଥିଲେ ।