କୁଲଡ଼ିହାରେ ପ୍ରାଣୀ ଉଦ୍ୟାନ ପ୍ରତିଷ୍ଠା ପାଇଁ ତୃତୀୟ ବୈଠକ, କମିଟି ଗଠନ
ନୀଳଗିରି : ବଣପାହାଡ଼ ଘେରା ସବୁଜ ବନାନୀ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଥିବା କୁଲଡ଼ିହାରେ ପ୍ରାଣୀଉଦ୍ୟାନ ପ୍ରତିଷ୍ଠା ନିମନ୍ତେ କେତେକ ଅଞ୍ଚଳବାସୀ ଓ ପରିବେଶପ୍ରେମୀ ଅଣ୍ଟା ଭିଡ଼ିଛନ୍ତି । ଏହି ଅବସରରେ ଏକ ଜରୁରୀ ବୈଠକ ରବିବାର ଦିନ ନୀଳଗିରି ପଞ୍ଚଲିଙ୍ଗେଶ୍ୱର “ସାଇ ହିଲ୍ ଭିଉ ରିସର୍ଟ” ପରିସରରେ କୁଲଡିହାକୁ ଆହୁରି ଅଧିକ ସୌନ୍ଦର୍ଯ୍ୟକରଣ କରିବା ପାଇଁ ତୃତୀୟ ପର୍ଯ୍ୟାୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ପୂର୍ବରୁ ରିଷିଆ ଓ ଛତ୍ରପୁର ନିତାଏଗୌରି ଆଶ୍ରମରେ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ତୃତୀୟ ବୈଠକରେ ଶ୍ୟାମସୁନ୍ଦରପୁର ପୁରଷୋତ୍ତମ ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ପରିବେଶ ବିତ୍ ସୁବ୍ରତ ନାୟକ କୁଲଡ଼ିହାର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଜଳବାୟୁ ପରିବର୍ତ୍ତନ ତଥା ପରିବେଶ ଯେଉଁଭଳି ଦୂଷିତ ହେବାକୁ ଲାଗିଛି ଏହାର ସୁରକ୍ଷା ଲାଗି ସଚେତନତା ସୃଷ୍ଟି କରିବା ପାଇଁ ପ୍ରସ୍ତାବ ଦେଇଥିଲେ। ଅନ୍ୟତମ ସଭ୍ୟ ତଥା ପ୍ରଧାନ ଶିକ୍ଷକ ବିନୋଦ ବିହାରୀ ପଣ୍ଡା, ଅବସର ପ୍ରାପ୍ତ ଶିକ୍ଷକ ନିରଞ୍ଜନ ଖୁଣ୍ଟିଆ ଉପସ୍ଥିତ ରହି କୁଲଡ଼ିହାରେ ପ୍ରାଣୀ ଉଦ୍ୟାନ ପ୍ରତିଷ୍ଠା କରାଗଲେ ଜୀବଜନ୍ତୁ, ଜଙ୍ଗଲ, ପରିବେଶ ଓ ଜଳବାୟୁ ସୁରକ୍ଷିତ ହେବା ସହ ଆଗାମୀ ପିଢ଼ିଙ୍କ ପାଇଁ ଏହା ଶୁଭସଂକେତ ହେବ ବୋଲି ମତବ୍ୟକ୍ତ ରଖିଥିଲେ।ଏହା ସହ ଅଞ୍ଚଳରେ ଥିବା ମାନ୍ଯଗଣ୍ଯ ବ୍ଯକ୍ତିଙ୍କୁ ନେଇ ଏକ ସ୍ଥାୟୀ କମିଟି ଗଠନ କରାଯାଇ ରାଜ୍ଯ ଓ କେନ୍ଦ୍ର ସରକାରଙ୍କ ଠାରେ ପ୍ରସ୍ତାବ ଦେବାକୁ ମତ ରଖିଥିଲେ। ଆୟୋଜିତ ହୋଇଥିବା ବୈଠକରେ ୫୩ ଜଣଙ୍କ ମଧ୍ୟରୁ ସଭାପତି ଭାବେ ପରିବେଶବିତ ମନୋରଞ୍ଜନ ଦାସ, ସମ୍ପାଦକ ଅସିତ କୁମାର ପ୍ରଧାନ, ଉପ-ସଭାପତି ସୁଧାରଞ୍ଜନ ଦାସ, ସହ-ସମ୍ପାଦକ ବିଶ୍ଵଜିତ ପଣ୍ଡା, ଆବାହକ ଅମିତ ବଳିଆରସିଂ, କୋଷାଧ୍ୟକ୍ଷ ରଘୁନାଥ ସିଂ ମନୋନୀତ ହୋଇଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ଚନ୍ଦନ ରାଉତ, ପୁରସ୍ତମ ସ, ଅମରେନ୍ଦ୍ର ନାୟକ, ସୁରେଶ ନାୟକ, ରାଜେନ୍ଦ୍ର ଜେନା, ସଞ୍ଜୀବ ସ, ଗୋବିନ୍ଦ ଚନ୍ଦ୍ର ବିଶ୍ବଳ, ନିଶିକାନ୍ତ ମହାପାତ୍ର, ମାନସ ରଞ୍ଜନ ମିଶ୍ର, ଗୋବିନ୍ଦ ଦଳେଇ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।