ନେପାଳର ମାଉଣ୍ଟ ଅନ୍ନପୂର୍ଣ୍ଣାରୁ ଭାରତୀୟ ପର୍ବତାରୋହୀ ନିଖୋଜ, ସର୍ଚ୍ଚ ଅପରେସନ ଜାରି
କାଠମାଣ୍ଡୁ : ନେପାଳର ଦଶମ ସର୍ବୋଚ୍ଚ ପର୍ବତ ମାଉଣ୍ଟ ଅନ୍ନପୂର୍ଣ୍ଣାରେ ଚଢ଼ିବାକୁ ଚେଷ୍ଟା କରୁଥିବାବେଳେ ଗତ ସୋମବାର ଅପରାହ୍ନରେ ଜଣେ ଭାରତୀୟ ପର୍ବତାରୋହୀ ନିଖୋଜ ହୋଇଯାଇଛନ୍ତି । ଏହି ଟ୍ରେକିଂ ଅଭିଯାନ ଚଳାଇଥିବା ସେଭେନ୍ ସମ୍ମିଟ୍ ଟ୍ରେକ୍ସର ଚେୟାରମ୍ୟାନ୍ ମିଙ୍ଗମା ଶେର୍ପା ପିଟିଆଇକୁ କହିଛନ୍ତି ଯେ, ନେପାଳର ଅନ୍ନପୂର୍ଣ୍ଣା ପର୍ବତରୁ ଜଣେ ୩୪ ବର୍ଷୀୟ ଭାରତୀୟ ପର୍ବତାରୋହୀ ନିଖୋଜ ହୋଇଛନ୍ତି।
ନିଖୋଜ ପର୍ବତାରୋହୀ ଭାରତର ରାଜସ୍ଥାନ କିଶାନଗଡ ଅଞ୍ଚଳର ଅନୁରାଗ ମାଲୁ (୩୪) ବୋଲି ଚିହ୍ନଟ କରାଯାଇଥିବା ବେଳେ ସୋମବାର ଅପରାହ୍ନରୁ ନିଖୋଜ ପର୍ବତାରୋହୀଙ୍କୁ ଖୋଜିବା ପାଇଁ ସର୍ଚ୍ଚ ଅପରେସନ୍ ଜାରି ରହିଛି ।
ସେହିପରି ନିଖୋଜ ପର୍ବତାରୋହୀଙ୍କୁ ଖୋଜିବା ପାଇଁ ଏକ ବିମାନ ଯୋଗେ ମଧ୍ୟ ଅନୁସନ୍ଧାନ ଜାରି ରହିଛି । ତାଙ୍କର ସ୍ଥିତି ଏପର୍ଯ୍ୟନ୍ତ ଜଣା ପଡିନାହିଁ। ସେ କହିଛନ୍ତି ଯେ, କ୍ୟାମ୍ପ ୪ ରେ ପହଞ୍ଚିବା ପରେ ଅନୁରାଗ ଚଢ଼ିବା ଛାଡି ଦେଇଥିଲେ। ମିଳିତ ଜାତିସଂଘର ଗ୍ଲୋବାଲ୍ ଗୋଲ୍ (ହ୍ୟାସଟ୍ୟାକ୍ଲିମ୍ବିଙ୍ଗଫୋର୍ଡ ଏସଡିଜି) ହାସଲ ନିମନ୍ତେ ସଚେତନତା ସୃଷ୍ଟି କରିବା ଏବଂ କାର୍ଯ୍ୟାନୁଷ୍ଠାନ ପାଇଁ ଅନୁରାଗ ୮୦୦୦ ମିଟରରୁ ଅଧିକ ୧୪ଟି ଶିଖରକୁ ଚଢ଼ିବା ପାଇଁ ଏକ ମିଶନରେ ଥିଲେ ।
ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ମୁତାବକ, ଶ୍ରୀ ମାଲୁଙ୍କୁ ରେକ୍ସ କରମଭୀର ଚକ୍ରରେ ପୁରସ୍କୃତ କରାଯାଇଥିଲା ଏବଂ ଭାରତରୁ ୨୦୪୧ ଆଣ୍ଟାର୍କଟିକ୍ ଯୁବ ରାଷ୍ଟ୍ରଦୂତ ଭାବେ ମଣିନିତ ହୋଇଥିଲେ ।
ସୂଚନା ଯେ, ମାଉଣ୍ଟ ଅନ୍ନପୂର୍ଣ୍ଣା ପୃଥିବୀର ଦଶମ ସର୍ବୋଚ୍ଚ ପର୍ବତ, ଯାହା ସମୁଦ୍ର ପତ୍ତନଠାରୁ ୮,୦୯୧ ମିଟର ଉଚ୍ଚରେ ରହିଛି । ଏହାର ଆରୋହଣରେ ଜଡିତ ଅସୁବିଧା ଏବଂ ବିପଦ ପାଇଁ ଜଣାଶୁଣା ।