ରାଜ୍ୟସ୍ତରୀୟ କ୍ରିକେଟ୍ ପ୍ରତିଯୋଗିତାରେ ମୟୂରଭଞ୍ଜରୁ ୩୧
ମୟୁରଭଞ୍ଜ : ଓଡିଶା ରାଜ୍ୟସ୍ତରୀୟ ୧୭ ବର୍ଷରୁ କମ୍ ଉଭୟ ବାଳକ ବାଳିକା ବର୍ଗର କ୍ରିକେଟ୍ ପ୍ରତିଯୋଗିତା ଚଳିତ ଫେବୃୟାରୀ ମାସ ୧୧ ରୁ ୧୪ ତାରିଖ ପର୍ଯ୍ୟନ୍ତ ଅନୁଗୁଳ ଜିଲ୍ଲା ଅନ୍ତର୍ଗତ ଅନୁଗୁଳ ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ଅନୁଷ୍ଠିତ ହେବ । ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ପାଇଁ ମୟୂରଭଞ୍ଜ ଜିଲ୍ଲା ଶିକ୍ଷା ଅଧିକାରୀ ନବକିଶୋର ଗିରିଙ୍କ ମାର୍ଗଦର୍ଶନରେ ଏବଂ ଜିଲ୍ଲା ଶାରୀରିକ ଶିକ୍ଷା ନୀରିକ୍ଷକ ଭାଗିରଥି ମଲ୍ଲିକଙ୍କ ତତ୍ତ୍ୱାବଧାନରେ ଜେନେରାଲ ମ୍ୟାନେଜର ଭାବେ ମାଧବପୁର ସରକାରୀ ଉଚ୍ଚ ବିଦ୍ୟାଳୟ ପିଇଟି ସନ୍ତୋଷ ମୁଖୀ, ବାଳକ ଟିମ୍ ମ୍ୟାନେଜର ଖଡିଶୋଳ ଉଚ୍ଚ ବିଦ୍ୟାଳୟର ପିଇଟି ସନ୍ତୋଷ ମହାନ୍ତ ଓ ବାଳିକା ଟିମ୍ ମ୍ୟାନେଜର କୁଆମାରା ସରକାରୀ ଉଚ୍ଚ ବିଦ୍ୟାଳୟର ପିଇଟି ଲକ୍ଷ୍ମୀପ୍ରିୟା ମହାନ୍ତଙ୍କ ନେତୃତ୍ୱରେ ୩୧ ଜଣ କ୍ରୀଡାବିତ୍ ଯୋଗ ଦେଇଛନ୍ତି । ସେମାନେ ହେଲେ ୧୭ ବର୍ଷରୁ କମ୍ ବାଳକ ବିଭାଗର ଅଶୁତୋଷ ମହାପାତ୍ର, ପବିତ୍ର ମହାଲିକ୍, ଦୁବରାଜ ବାସ୍କେ, ରୋସନ ଚୌଧୁରୀ, ଦୀପଙ୍କର ବେହେରା, ରାଜେଶ ନାଏକ, ସାହିଲ କୁମାର ମହାନ୍ତ, ସୁନୀଲ କୁମାର ମାରାଣ୍ଡି, ଚିରଞ୍ଜୀବ ରାଉତ, ଜିତ୍ ଦେ, ଆୟୁଷ କୁମାର ଗିରି, ରିଷିକାନ୍ତ ବେହେରା, ଗଣେଶ କୁମାର ବାରିକ, ଲକ୍ଷ୍ମଣ ଟୁଡୁ, ଅଙ୍କିତ୍ କୁମାର ମହାନ୍ତ ଓ ବାଳିକା ବିଭାଗରେ ତୁଳସୀ ମୁର୍ମୁ, ମୁନୀ ହେମ୍ବ୍ରମ୍, ଲିଲିମଣି ସିଂ, ବେବଲିମଣି ସିଂ, ସୁବଳା ମୁଣ୍ଡା, ସବିତା ମୁର୍ମୁ, ଦାସମା ସିଂ,ଲିପି ମାରାଣ୍ଡି, ସସ୍ମିତା ସିଂ, ସିପ୍ରା ଦେହୁରୀ, ପ୍ରୀତି ମୁଖୀ, ବାହ୍ଲି ମୁର୍ମୁ, ସାଲଗେ ମାରାଣ୍ଡି, ସାଗରିକା ମୁର୍ମୁ, ଲିଜା ସିଂ, ନନ୍ଦିନୀ ମାଝୀ । ମୟୂରଭଞ୍ଜ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ତରଫରୁ ଏମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ରାଜ୍ୟସ୍ତରରେ ସଫଳତା କାମନା କରାଯାଇଛି ।