ଆଜିଠୁ ଯୁକ୍ତ୩ ପ୍ରଥମ ବର୍ଷ ପାଠପଢା, ଦ୍ବିତୀୟ ପର୍ଯ୍ୟାୟ ନାମଲେଖା ସୁଯୋଗ
ଭୁବନେଶ୍ବର : ଆଜିଠୁ ଯୁକ୍ତ ତିନି ପ୍ରଥମ ବର୍ଷ ଶିକ୍ଷାର୍ଥୀଙ୍କ ଶ୍ରେଣୀଗୃହ ପାଠପଢା ଆରମ୍ଭ ହେବ । ରାଜ୍ୟର ସମସ୍ତ ବିଶ୍ବ ବିଦ୍ୟାଳୟ ଓ ଡିଗ୍ରୀ ମହାବିଦ୍ୟାଳୟ ରେ ଯୁକ୍ତି ତିନି ପ୍ରଥମ ବର୍ଷ ପିଲାଙ୍କ ପାଠପଢା ଆରମ୍ଭ ହେବ । ସମସ୍ତ କଲେଜରେ ପ୍ରଥମ ବର୍ଷ ସ୍ନାତକ (ୟୁଜି) ନାମଲେଖା ସରିଥିବାବେଳେ ଆଜିଠୁ ପାଠପଢା ଆରମ୍ଭ ହେବ । କୋରୋନା କୋପ କମିଥିବାରୁ ସମସ୍ତ ଶିକ୍ଷାନୁଷ୍ଠାନରେ ଫିଜିକାଲ ମୋଡରେ ପିଲାଙ୍କ ପାଠପଢା ଆରମ୍ଭ ହେବ । ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ସରକାରୀ ଓ ବେସରକାରୀ ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ଚିଠି ମାଧ୍ୟମରେ ଅବଗତ କରାଯାଇଛି ।
ପାଠପଢା ସହ ଯେଉଁ ଛାତ୍ରଛାତ୍ରୀମାନେ ହଷ୍ଟେଲ ରହିବା ପାଇଁ ନାମ ଲେଖାଇଛନ୍ତି ସେମାନଙ୍କ ପାଇଁ ହଷ୍ଟେଲରେ ସବୁ ପ୍ରକାର ସୁବିଧା ରଖିବାକୁ ମଧ୍ୟ ଚିଠିରେ କୁହାଯାଇଛି । ପ୍ରଥମ ବର୍ଷ ୟୁଜି ଆଡମିଶନ ଫି ସଂଗ୍ରହ କରିବାର ସମୟସୀମା ଓ ପିଜି ପାଇଁ ମଧ୍ୟ ଆଡ଼ମିଶନ ଫି ଦିଆଯାଇଥିବା ସମୟସୀମା ମଧ୍ୟରେ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଯେଉଁ ଛାତ୍ରଛାତ୍ରୀମାନେ ପ୍ରଥମ ପର୍ଯ୍ୟାୟ ଆଡମିଶନ ପ୍ରକ୍ରିୟାରେ ଆଡମିଶନ ହୋଇଥିଲେ ଏବଂ ପୁନର୍ବାର ଆବେଦନ କରିବାକୁ ଇଚ୍ଛୁକ ନୁହଁନ୍ତି, ସେମାନଙ୍କ ଆଡମିଶନ ଫି ଆସନ୍ତା ୧୪ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ ଅନଲାଇନ୍ ମଧ୍ୟମରେ ଆଡ଼ମିଶନ ଫି ଜମା କରିବାକୁ ପଡିବ । ସେହିଭଳି, ଯେଉଁ ଛାତ୍ରଛାତ୍ରୀମାନେ ଦ୍ବିତୀୟ ପର୍ଯ୍ୟାୟ ମାଧ୍ୟମରେ ଆଡମିଶନ ପ୍ରକ୍ରିୟାରେ ଆଡମିଶନ କରିଛନ୍ତି ସେମାନେ ଆଡମିଶନ ଫି ନଂଭେମ୍ବର ୧ ତାରିଖରୁ ନଭେମ୍ବର ୧୫ ତାରିଖ ପର୍ଯ୍ୟନ୍ତ କେବଳ ଅନଲାଇନ୍ ମୋଡ୍ ଫିକୁ ଜମା କରିପାରିବେ ବୋଲି ନିର୍ଦ୍ଦେଶ ରହିଛି ।
ଯେଉଁ ଛାତ୍ରଛାତ୍ରୀମାନେ ପ୍ରଥମ ପର୍ଯ୍ୟାୟରେ ଆଡମିଶନ ପ୍ରକ୍ରିୟାରେ (୧ ଚୟନ ଏବଂ ୨ ଚୟନ) ରେ ଆଡମିଶନ ହୋଇଥିଲେ ଏବଂ ଶେଷରେ ଏସ୍ପିଓଟି ଚୟନ ପ୍ରକ୍ରିୟାରେ ଆଡମିଶନ ହେବେ, ସେମାନଙ୍କ ଆଡମିଶନ ଫି ଅକ୍ଟୋବର ୧୭ରୁ ନଭେମ୍ବର ୧୫ ତାରିଖ ମଧ୍ୟରେ ଅନଲାଇନ୍ ମୋଡରେ ଜମା କରିପାରିବେ । ଆଡ଼ମିଶନ ଫି ପରେ ଟଙ୍କା ରସିଦ ଦିଆଯିବ । ଯଦି ଆଡ଼ମିସନ ଫି ଜମା କରାଯାଇନଥିଲେ ତେବେ ଆଡମିଶନ ରଦ୍ଦ କରାଯିବ ।