ଜାମତରାରୁ ୩ ସାଇବର ଠକ ଗିରଫ
କଳାହାଣ୍ଡି : ସାଇବର ଠକେଇର ପେଣ୍ଠସ୍ଥଳୀ କୁହାଯାଉଥିବା ଝାଡ଼ଖଣ୍ଡର ଜାମତରାରୁ ଧରା ପଡ଼ିଛନ୍ତି ତିନି ପେସାଦାର ସାଇବର୍ ଠକ। କଳାହାଣ୍ଡି ଜିଲ୍ଲା କେସିଙ୍ଗାର ଜଣେ ଯୁବ ବ୍ୟବସାୟୀଙ୍କ ଠାରୁ UPI ନମ୍ବର ନେଇ ଏମାନେ ଲୁଟି ଥିଲେ ବିପୁଳ ପରିମାଣର ଟଙ୍କା। ଆଉ ଶେଷରେ କଳାହାଣ୍ଡି ପୁଲିସ୍ ଦ୍ୱାରା ଧରା ପଡ଼ିଛନ୍ତି ଏହି ଲୁଟେରା ଗ୍ୟାଙ୍ଗ୍। ଗିରଫ ହୋଇଥିବା ତିନି ସାଇବର୍ ଠକ ହେଉଛନ୍ତି ଜାମତରା ଅଞ୍ଚଳର ରଇସ ଅନସାରୀ, ମହମ୍ମଦ ସଜ୍ଜାଦ ଓ ଅବଦୁଲ୍ ଅନସାରୀ। ଗତ ଜୁନ୍ ମାସ ୧ ତାରିଖରେ କେସିଙ୍ଗାର ଜଣେ ବ୍ୟବସାୟୀ ଅନଲାଇନରେ କିଛି ଜିନିଷ ବୁକ କରିଥିଲେ। ହେଲେ ତାଙ୍କ ପାଖକୁ ସେହି ଜିନିଷ ଡେଲିଭରୀ ହୋଇନଥିଲା। ଦୀର୍ଘ ଦିନ ଧରି ବିଳମ୍ବ ହେବାରୁ ସେ ଗୁଗଲରୁ ସର୍ଚ୍ଚ କରି ସମ୍ପୃକ୍ତ ନମ୍ବରରେ କଥା ହୋଇଥିଲେ। ଏହି ଫୋନ୍ ସିଧା ଜାମତରାକୁ ଲାଗିଥିଲା। ତାଙ୍କୁ ସାଇବର୍ ଠକ ଫୋନ୍ କରି UPI ନମ୍ବର ମାଗିଥିଲେ। ୟୁପିଆଇ ନମ୍ବର ଦେବା ପରେ ତାଙ୍କ ଆକାଉଣ୍ଟରୁ ପାଖାପାଖି ୮୯ ହଜାର ଟଙ୍କା ଚୁଟକୀରେ ଗାଏବ ହୋଇଯାଇଥିଲା। ଏହାପରେ ତାଙ୍କ ମୋବାଇଲକୁ ବ୍ୟାଙ୍କରୁ ମେସେଜ ଆସିଥିଲା। ସେ ଜାଣି ପାରିଲେ କି ତାଙ୍କ ଆକାଉଣ୍ଟରୁ ଟଙ୍କା ଉଠାଯାଇଛି। ସେ ତୁରନ୍ତ କେସିଙ୍ଗା ପୁଲିସ ଷ୍ଟେସନରେ ଏତଲା ଦେଇଥିଲେ।
କଳାହାଣ୍ଡି ଜିଲ୍ଲା କେସିଗାଂ ଥାନା ଅଚଂଳର ୧୮ ବର୍ଷୀୟ ଛାତ୍ର ବିବେକ ଅଗ୍ରଓାଲ ଅନଲାଇନରେ କିଛି ବହି ରାୟପୁରରୁ କ୍ରୟ କରିଥିଲେ । ଯାହା ସ୍କାଏ କିଙ୍ଗ କୋରିୟର ଜରିଆରେ କେସିଗାଂ ପଠାଇବାକୁ ଅନୁରୋଧ କରିଥିଲେ । ଏହି ବହି ପାଇବାକୁ ସେ ଗୁଗୁଲ ପେଜରୁ କୋରିଆର ସଂସ୍ଥାର କଷ୍ଟୋମର କେୟାରକୁ ଯୋଗାଯୋଗ କରିଥିଲେ । ହେଲେ କୋରିୟର ସଂସ୍ଥା ବଦଳରେ ସାଇବର ଠକଙ୍କ ଟାର୍ଗେଟ ହୋଇଥିଲେ । ସାଇବର ଠକ ତାଙ୍କୁ ପାର୍ସଲ ପାଇବାକୁ ମାତ୍ର ୦୫ ଟଙ୍କା ପୌଠ ପାଇଁ ଅନଲାଇନ ଅନୁରୋଧ କରିଥିଲେ । ଛାତ୍ର ଜଣକ ୟୁପିଆଇ ଆକାଉଣ୍ଟ ଜରିଆରେ ୫ ଟଙ୍କା ପୌଠ କରିଥିଲେ । ଏଥିରେ ଗୁରୁତ୍ୱପୁର୍ଣ୍ଣ ଏବଂ ସମସ୍ତଙ୍କ ଜାଣିବା ଉଚିତ ୟୁପିଆଇ ଜରିଆରେ ଟଙ୍କା ପୌଠ ପାଇଁ କୌଣସି ଓଟିପିର ଆବଶ୍ୟକତା ପଡେ ନାହିଁ । କେବଳ ଗ୍ରହାକଙ୍କ ମୋବାଇଲ ନମ୍ବର ଆବଶ୍ୟକତା ରହିଥାଏ । ଯାହାକୁ ଏହି ଠକ ଥରେ ହ୍ୟାକ ପରେ ବାରମ୍ବାର ଟ୍ରାଞ୍ଜାକ୍ସନ କରିନେଇଥାନ୍ତି । ଏହିଭଳି ଭାବେ ମାତ୍ର ୪ ମିନଟରେ ସାଇବର ଠକ ଛାତ୍ର ଠାରୁ ୬୯ ହଜାର ଟଙ୍କା ଠକି ନେଇଥିଲେ । କେସିଗାଂ ପୋଲିସ ମାମଲା ରୁଜୁ କରି ତଦନ୍ତରେ ଠକ ଦଳ ଝାଡ଼ଖଣ୍ଡ ରାଜ୍ୟ ଜାମତରା ଅଚଂଳର ବୋଲି ଠାବ କରିଥିଲା । କଳାହାଣ୍ଡି ପୋଲିସର ଏକ ଟିମ ଜାମତରାରୁ ଏହି ଠକେଇ ମାମଲାରେ ତିନିଜଣ ଯୁବକ ରଇଶ ଅନସାରୀ (୧୮) ମହମ୍ମଦ ସଜ୍ୱାଦ (୨୬) ଅବଦୁଲ ଅନସାରୀ (୨୨) କୁ ଗିରଫ କରିବାରେ ସଫଳ ହୋଇଛି । ଏହି ପେଷାଦାର ସାଇବର ଠକଙ୍କ ବ୍ୟାଙ୍କ ଖାତାରେ ପ୍ରାୟ ୫୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ସାଇବର ଠକେଇର ପ୍ରମାଣ ମିଳିଛି ଏବଂ ଦେଶ ବ୍ୟାପୀ ଏମାନେ ଏଭଳି ସାଇବର କ୍ରାଇମ ଚଳାଇ ଆସୁଥିଲେ ଯାହାର ତଦନ୍ତ ଜାରି ରହିଛି । ହେଲେ ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ଏହି ତିନିଜଣ ଯୁବକ ମେଟ୍ରିକ ପାସ କରି ନଥିବା ବେଳେ ସାଇବର ଠକେଇ କରୁଛନ୍ତି । ଏହି ଠକେଇ ପର୍ଦ୍ଦାଫାସ ପରେ କଳାହାଣ୍ଡି ଆରକ୍ଷୀ ଅଧିକ୍ଷକ ତଥା ଠକେଇ ଶିକାର ପରିବାର ସଂସ୍ଥାଠାରୁ ଅନଲାଇନ ଟ୍ରାଞ୍ଜାକ୍ସନ ପୂର୍ବରୁ ସତର୍କତା ଅବଲମ୍ବନ କରନ୍ତୁ । ତଥା ବିଶେଷ କରି ୟୁପିଆଇ ଟ୍ରାଞ୍ଜାକ୍ସନ ପୂର୍ବରୁ ସଚେତନ ରୁହନ୍ତୁ । ନଚେତ ଆପଣ ବି ଏଭଳି ସାଇବର ଠକର ଶୀକାର ହୋଇପାରନ୍ତି ବୋଲି ଠକେଇ ଶୀକାର ଛାତ୍ର ଓ କଳାହାଣ୍ଡି ଆରକ୍ଷୀ ଅଧିକ୍ଷକ ଶ୍ରବଣା ବିବେକ ଏମ୍ ସଚେତନ କରାଇଛନ୍ତି । ବିଶେଷ କରି ଗୁଗୁଲ ରେ ବିଭିନ୍ନ ସଂସ୍ଥା ନିଜ ଏଡଭେଟାଇଜ ନାଁ ରେ ବିଭିନ୍ନ କଷ୍ଟମର କେୟାର ନମ୍ବର ଦେଇଥାନ୍ତି । ଯାହାର ଉପରେ ଅତ୍ୟନ୍ତ ଛୋଟ ଛୋଟ ଅକ୍ଷର ରେ ବିଞାପନ ଲେଖାଥାଏ । ଫଳରେ ଯେଉଁ ସଂସ୍ଥା ସହ ଆପଣ ଯୋଗାଯୋଗ କରୁଛନ୍ତି । ତାପୁର୍ବରୁ ସେହି ଯୋଗାଯୋଗ ନମ୍ବର ବୌଦ୍ଦତା ଯାଚଂ ର ଆବଶ୍ୟକତା ରହିଛି । ଏଣୁ ଏଭଳି ସଂସ୍ଥା ର କଷ୍ଟମରକେୟାର କୁ ଯୋଗାଯୋଗ ପୁର୍ବରୁ ସାବଧାନତା ର ଆବଶ୍ୟକତା ରହିଛି ।