୩୫ ଲକ୍ଷ ତାଙ୍କର ବ୍ରାଉନ୍ସୁଗର ଜବତ : ମାଷ୍ଟର ମାଇଣ୍ଡ ସମେତ ୪ ଗିରଫ
ବାଲେଶ୍ୱର : ବ୍ରାଉନ୍ସୁଗର କାରବାରର ଅନ୍ୟତମ ମୁଖ୍ୟ ସେକ୍ ମମତାଜକୁ ଶୁକ୍ରବାର ସଂଧ୍ୟାରେ ବାଲେଶ୍ୱର ଜିଲାର ଜଳେଶ୍ୱର ପୁଲିସ୍ ଗିରଫ କରିଥିବା ବେଳେ ଆଜି ଶନିବାର ଭୋର ସମୟରେ ଅନ୍ୟ ୩ଜଣଙ୍କୁ ଗିରଫ କରିବା ସହିତ ସେମାନଙ୍କଠାରୁ ୩୫ଲକ୍ଷ ଟଙ୍କା ମୂଲ୍ୟର ୩୫୦ ଗ୍ରାମ ଓଜନର ଧଳାଜହର ଜବତ୍ କରିଛି । ଧଳାଜହର କାରବାରରେ ସଂପୃକ୍ତ ୫ଟି କେସ୍ରେ ଅଭିଯୁକ୍ତ ଥିବା ରାଜପୁରର ସେକ୍ ମମତାଜଙ୍କ ସହିତ ଝାଡେଶ୍ୱରପୁରର ସେକ୍ ରାଜା, ସେକ୍ ବାବୁ ଓ ଦିଲବାରୀ ବିବି କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ।
ଘରେ ଘରେ କୁଟୀରଶିଳ୍ପ ପାଲଟିଥିବା ଏହି କାରବାରକୁ ମୂଳପୋଛ କରିବାଲାଗି ଏସ୍ଡିପିଓ ଅଂକିତା କୁମ୍ଭାର, ଆଇଆଇସି ପ୍ରଜ୍ଞା ମହାନ୍ତିଙ୍କୁ ନେଇ ଗଠିତ ପୁଲିସ୍ ଟିମ୍ ରାଜପୁର, ଝାଡେଶ୍ୱରପୁର, ସେକ୍ବାଡ ଓ ଶାସନବାର୍ଡ ଅଂଚଳର କେତେକ ସ୍ଥାନରେ ଚଢାଉ କରିଥିଲେ । ଏଥିରେ କେତେକ ଛୋଟ ଛୋଟ ବ୍ୟବସାୟୀଙ୍କୁ ଗିରିଫ କରାଯାଉଥିବା ବେଳେ ମୁଖ୍ୟକାର୍ପଟଦାରକୁ ପୁଲିସ୍ ଠାବ କରିପାରୁନଥିବାର ଦେଖିବାକୁ ମିଳୁଛି । ଜଳେଶ୍ୱର ଅଂଚଳର ୩୨ଜଣ ବ୍ୟକ୍ତି ସଂପୃକ୍ତ ଥିବା ଏକ ଗୋଇନ୍ଦା ରିପୋର୍ଟ ଥିବା ବେଳେ ସେମାନଙ୍କ ମଧ୍ୟରୁ କାହାକୁ ପୁଲିସ୍ ଅଦ୍ୟାବଧି ଧରିପାରିନଥିବା ଜଣାଯାଇଛି ।