୨ରୁ ୧୮ ବର୍ଷ ପିଲାଙ୍କ ଲାଗି ‘କୋଭାସ୍କିନ’ର ୨ୟ ଓ ୩ୟ ପର୍ଯ୍ୟାୟ ପରୀକ୍ଷା ପାଇଁ ସୁପାରିଶ
ନୂଆଦିଲ୍ଲୀ : ଦେଶରେ କରୋନା ଭାଇରସ ମହାମାରୀ ଲଢ଼ାଇ ଏବେ ଶିଶୁଙ୍କ ଲାଗି ଆଗାମୀ ଦିନରେ ଭଲ ଖବର ଆସିପାରେ । ଏକ ବିଶେଷଜ୍ଞ କମିଟି ୨ରୁ ୧୮ ବର୍ଷ ପିଲାଙ୍କ ଲାଗି ଭାରତ ବାୟୋଟେକ୍ର କୋଭିଡ-୧୯ ଟିକା ‘କୋଭାସ୍କିନ’ର ୨ୟ ଓ ୩ୟ ପର୍ଯ୍ୟାୟ ପରୀକ୍ଷା ପାଇଁ ସୁପାରିଶ କରିଛି । ବିଶ୍ୱସ୍ତ ସୂତ୍ରରୁ ଗଣମାଧ୍ୟମକୁ ଏହି ସୂଚନା ମିଳିଛି । ଜଣେ ଅଧିକାରୀ ନିଜ ନାମ ଗୋପାନ ରଖି ଗଣମାଧ୍ୟମର ପ୍ରତିନିଧିଙ୍କୁ କହିଛନ୍ତି ଯେ, ଏହି ପରୀକ୍ଷା ଦିଲ୍ଲୀ ଏବଂ ପାଟଣା ଏମ୍ସ ସହିତ ନାଗପୁରସ୍ଥିତ ମେଡିଟ୍ରିନା ମେଡିକାଲ ସାଇନ୍ସ ଇନଷ୍ଟିଚ୍ୟୁଟ ସମେତ ବିଭିନ୍ନ ସ୍ଥାନରେ ହେବ ।
କେନ୍ଦ୍ରୀୟ ଔଷଧି ମାନକ ନିୟନ୍ତ୍ରଣ ସଂଗଠନ (ସିଡିଏସ୍ସିଓ)ର କୋଭିଡ-୧୯ ବିଷୟ ବିଶେଷଜ୍ଞ କମିଟି ମଙ୍ଗଳବାର ଭାରତ ବାୟୋଟେକ ଦ୍ୱାରା କରାଯାଇଥିବା ଏହି ଆବେଦନ ଉପରେ ବିଚାର-ବିମର୍ଶ କରିଛି, ଯେଉଁଥିରେ କି କୋଭାସ୍କିନ ଟିକାର ୨ ବର୍ଷରୁ ୧୮ ବର୍ଷର ଶିଶୁମାନଙ୍କ ସୁରକ୍ଷା ଏବଂ ରୋଗ ପ୍ରତିରୋଧକ କ୍ଷମତା ବଢ଼ାଇବା ସମେତ ଅନ୍ୟ ବିଷୟ ପ୍ରତି ଆକଳନ କରିବା ଲାଗି ପରୀକ୍ଷଣର ୨ୟ ଓ ୩ୟ ପର୍ଯ୍ୟାୟର ଅନୁମତି ଦେବାକୁ ଅନୁରୋଧ କରାଯାଇଛି ।