ଅମିତାଭ ବଚ୍ଚନଙ୍କୁ ଭାରତ ରତ୍ନ ଦେବାକୁ ଦାବି କଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ
କୋଲକାତା : ପଶ୍ଚିମବଙ୍ଗର କୋଲକାତାରେ ଗୁରୁବାର ୨୮ତମ କୋଲକାତା ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ଉଦଘାଟିତ ହୋଇଛି । ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କାର୍ଯ୍ୟକ୍ରମକୁ ଉଦଘାଟନ କରି ଅମିତାଭ ବଚ୍ଚନଙ୍କୁ ଭାରତ ରତ୍ନ ଦେବାକୁ ଦାବି କରିଛନ୍ତି।
ସେ କହିଛନ୍ତି ଯେ ଆନୁଷ୍ଠାନିକ ଭାବେ ନୁହେଁ, ବରଂ ବଙ୍ଗଳା ପକ୍ଷରୁ ଆମେ ଦୀର୍ଘ ଦିନ ଧରି ଭାରତୀୟ ସିନେମାରେ ଅବଦାନ ପାଇଁ ଅମିତାଭ ବଚ୍ଚନଙ୍କୁ ଭାରତ ରତ୍ନ ପୁରସ୍କାର ପ୍ରଦାନ କରିବାକୁ ଦାବି କରୁଛୁ। ସେ ଆହୁରି ମଧ୍ୟ କହିଛନ୍ତି, ବଙ୍ଗଳା ସର୍ବଦା ମାନବିକତା ପାଇଁ, ବିବିଧତା ମଧ୍ୟରେ ଏକତା ପାଇଁ ପଶ୍ଚିମବଙ୍ଗ ସବୁବେଳେ ସାହସିକତା ସହିତ ଲଢୁଛି, ଆଗକୁ ମଧ୍ୟ ଏହି ଲଢେଇ ଜାରି ରହିବ। ପଶ୍ଚିମବଙ୍ଗ କେବେ ବି ନୁଆଁଏ ନାହିଁ କି ଭିକ୍ଷା ମାଗେ ନାହିଁ ବୋଲି ମମତା କହିଛନ୍ତି। କାର୍ୟକ୍ରମରେ ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି, ଅଭିନେତା ଅମିତାଭ ବଚ୍ଚନ, ଜୟା ବଚ୍ଚନ, ଶାହରୁଖ ଖାନ, ରାନୀ ମୁଖାର୍ଜୀ ଏବଂ ବହୁ ଭେଟେରାନ ଅଭିନେତା ଏବଂ ଅଭିନେତ୍ରୀ ଯୋଗ ଦେଇଥିଲେ।